ଜଣେ ଅଭିଯୁକ୍ତ ଗିରଫ।ପାଡ଼ୁଆ ଥାନା ପୁଲିସର ସଫଳତା;ଚୋରି ହୋଇଥିବା ଟିଭିଏସ୍ ଆପାଚି ଜବତ।

Aug 4, 2026 - 15:49
 0  60
ଜଣେ ଅଭିଯୁକ୍ତ ଗିରଫ।ପାଡ଼ୁଆ ଥାନା ପୁଲିସର ସଫଳତା;ଚୋରି ହୋଇଥିବା ଟିଭିଏସ୍ ଆପାଚି ଜବତ।

ଚୋରି ମୋଟରସାଇକେଲ ଉଦ୍ଧାର, ନନ୍ଦପୁର:୦୩/୦୮/୨୦୨୬ କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ପୁଲିସ ବାଇକ୍ ଚୋରି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରି ହୋଇଥିବା ଏକ ଟିଭିଏସ୍ ଆପାଚି ମୋଟରସାଇକେଲ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଗତ ମାସ ୨୫ ତାରିଖ କୁଲାରସିଂ ସଦର ପଞ୍ଚାୟତ ଅନ୍ତର୍ଗତ ରଞ୍ଜିତ୍ ତାଲମାରି ଙ୍କ ଘର ମୁହଁରୁ ତାଙ୍କ ଟିଭିଏସ୍ ଆପାଚି ଗାଡି ଚୋରି ଘଟଣା ରେ ସଂପୃକ୍ତ ବୈଇପାରିଗୁଡ଼ା ଥାନା ଅଧିନସ୍ତ କଦମଗୁଡ଼ା ଗ୍ରାମର ଧନୁର୍ଜୟ ହରିଜନ ଓରଫ ବାବୁଲା(୨୪) କୁ ସେହି ଅଞ୍ଚଳରେ ପୁନର୍ବାର ଧରି ବୁଲୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଥିଲା ପାଡୁଆ ପୋଲିସ। ପଚରାଉଚରା ଓ ତଦନ୍ତ ପରେ ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ଟିଭିଏସ୍ ଆପାଚି ମୋଟରସାଇକେଲ ଜବତ କରାଯାଇଛି। ଆବଶ୍ୟକ ଆଇନଗତ ପ୍ରକ୍ରିୟାଶେଷ ପରେ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଟୁନା ପିଡ଼ିକା ସୂଚନା ଦେଇଛନ୍ତି।

ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ