ଅତ୍ୟଧିକ ମଦ୍ୟପାନ ଯୋଗୁଁ ଦୁର୍ଘଟଣା, ଟ୍ରକ-କାର ଧକ୍କାରେ ଗାଇ ଗୁରୁତର

Aug 5, 2026 - 06:40
 0  2
ଅତ୍ୟଧିକ ମଦ୍ୟପାନ ଯୋଗୁଁ ଦୁର୍ଘଟଣା, ଟ୍ରକ-କାର ଧକ୍କାରେ ଗାଇ ଗୁରୁତର

କୋଲାବିରା, ୪ ।୮ (ଫାଷ୍ଟ ନ୍ୟୁଜ ଓଡିଶା) : କୋଲାବିରା ବସଷ୍ଟାଣ୍ଡ ସମାନରେ ସଂଧ୍ୟା ସମୟରେ ଏକ ଟ୍ରକ ସହିତ କାରର ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ଫଳରେ ନିକଟରେ ଥିବା ଏକ ଗାଇ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସଂଧ୍ୟା ୭ଟା ସମୟରେ ଝରସୁଗୁଡା ପଟୁ ଓଆର ୨୩ -୯୯୭୭ ନମ୍ବର ବିଶିଷ୍ଟ ଟ୍ରକ ଲୋଚନେଇ କୁଚିଣ୍ଡା ପଟକୁ ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ଓଡି ୧୬ ଏନ ୦୭୮ ୭ ନମ୍ବର କାର ସହିତ ସାମନା ସାମନି ଧକ୍କା ହୋଇଥିଲା । ଫଳରେ ନିକଟରେ ରାସ୍ତା ଉପରେ ଥିବା ଏକ ଗାଇ ଏଥିରେ ଗୁରୁତର ହୋଇଥିଲା । ଗୋ ମାତା ସେବା ର କିଶୋର ଚନ୍ଦ୍ର ପୁହାଣଙ୍କ ପ୍ରତ୍ୟକ୍ଷ ପ୍ରୟାସରେ ଗାଇକୁ ନିକଟସ୍ଥ ପଶୁ ଚିକିତ୍ସାକେନ୍ଦ୍ରକୁ ନିଆଯାଇଥିଲା । ଏଥିରେ ଗାଇର ସିଂହ ଭାଙ୍ଗିଯିବା ସହ ମେରୁଦଣ୍ଡର ହାତ ଭାଙ୍ଗିଥିବା ଜଣାପଡିଛି । ଦୁର୍ଘଟଣା ପରେ ଟ୍ରକ ଚାଲକ ଘଟଣାସୁଳରୁ ଫେରାର ହୋଇଯାଇଥିଲା । କୋଲାବିରା ପୁଲିସ ଘଟଣାସୁଳକୁ ପହଂଚି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା ଗ୍ରସ୍ତ କାରରେ ଥିବା ଦୁଇଜଣ ସୁରକ୍ଷିତ ଅଛନ୍ତି । ମାତ୍ର ଦୁହେଁ ଅତ୍ୟଧିକ ନିଶାଗ୍ରସ୍ତ ଥିବା ଘଟଣାସୁଳରେ ଫହଚିଥିବା ଲୋକେ କହିଛନ୍ତି । କାରରେ ଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ କୋଲାବିରା ଥାନାର ସିପାହି ବିଶ୍ବ ପ୍ରଧାନ ଓ ଅନ୍ୟ ଜଣେ ଥାନାରେ ଲାଗିଥିବା କର୍ପିଓ ଗାଡିର ଚାଳକ ପିଂଟୁ ପଟେଲ ବୋଲି ଜଣାପଡିଛି ।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ