ଲଷ୍ମୀପୁର ବ୍ଲକ ର ୫ଟି ସ୍ଥାନର ରୁ ଟ୍ରାନ୍ସଫର୍ମର ଚୋରି:ଅନ୍ଧାର ରେ ଗ୍ରାମବାସୀ

Jul 26, 2026 - 21:43
 0  6
ଲଷ୍ମୀପୁର ବ୍ଲକ ର ୫ଟି ସ୍ଥାନର ରୁ ଟ୍ରାନ୍ସଫର୍ମର ଚୋରି:ଅନ୍ଧାର ରେ ଗ୍ରାମବାସୀ

ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ପିପଳ ପଦର ପଞ୍ଚାୟତ ର ତିନୋଟି ଓ ଓଡ଼ିଆପେଣ୍ଠ ପଞ୍ଚାୟତ ର ଦୁଇଟି ସ୍ଥାନରୁ ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରି ଟ୍ରାନ୍ସଫର୍ମର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ଦୁଇ ମାସ ମଧ୍ୟରେ ପାଞ୍ଚଟି ସ୍ଥାନରେ ଚୋରି ହୋଇଥିବା ଜଣା ପଡିଛି। ଟ୍ରାନ୍ସଫର୍ମର ଚୋରି ହୋଇଥିବା ଯୋଗୁଁ ପାଞ୍ଚଟି ଗ୍ରାମ ମଧ୍ୟରୁ ଓଡ଼ିଆପେଣ୍ଠ ଓ ତୟାପାଇ ଗ୍ରାମବାସୀ କିଛି ଦିନ ଅନ୍ଧାର ରେ ରହିବା ପରେ ବିଦ୍ୟୁତ ବିଭାଗ ତରଫରୁ ତାର ବିକଳ୍ପ ବ୍ୟବସ୍ଥା କରି ବିଜୁଳି ସଂଯୋଗ କରିଥିବା ବେଳେ ଫୁଲବାଡି, ମୁଣ୍ଡୁଳୁଗୁଡା ଓ ରଥଗୁଡା ଗ୍ରାମ ମାସେ ହେଲାଣି ଅନ୍ଧାର ରେ ଅଛନ୍ତି। ବର୍ତମାନ ସୁଧା ବିଦ୍ୟୁତ ବିଭାଗ ତରଫରୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଖାଲି ମାମଲା ରୁଜୁ କରି ବିଭାଗ ନିଜର ଦାୟିତ୍ୱ ସାରି ଦେଇଛି।ଶତାଧିକ ଲୋକେ ଏବେ ବିଜୁଳି ପାଇବାରୁ ବଞ୍ଚିତ ଅଛନ୍ତି।ଗ୍ରାମରେ ବିଜୁଳି ନଥିବାରୁ ଗ୍ରାମବାସୀ ଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମୁଖୀନ ହେବାକୁପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।୧୦ କେଭି ର ଗୋଟିଏ ଗୋଟିଏ ଟ୍ରାନ୍ସ ଫର୍ମର ର ଦାମ ଚାଳିଶି ହଜାର ରୁ ଉର୍ଦ୍ଧ ହେବ ବୋଲି ବିଦ୍ୟୁତ ବିଭାଗ ତରଫରୁ ସୂଚନା ମିଳିଛି।ଅପର ପଟେ ଲକ୍ଷ୍ମୀପୁର ସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ରେ ଟ୍ରାନ୍ସଫର୍ମର ମହଜୁଦ ନଥିବାରୁ ଅନ୍ଧାର ଥିବା ଗ୍ରାମ ଗୁଡିକରେ ନୂତନ ଟ୍ରାନ୍ସଫର୍ମର ଲଗା ଯାଇ ପାରୁନି, ନୁଆଁ ଟ୍ରାନ୍ସଫର ଆସିବାକୁ ଆହୁରି ଦଶ ଦିନ  ଲାଗିବ ବୋଲି ବିଦ୍ୟୁତ ବିଭାଗ ଯନ୍ତ୍ରୀ ପ୍ରକାଶ କରିଛନ୍ତି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ