ବର୍ଷ ବର୍ଷ ଧରି ଜଙ୍ଗଲ ଜମି ପଟ୍ଟା ନ ପାଇଥିବା ରୁ ଲକେ ହନ୍ତସନ୍ତ। ପ୍ରଶ୍ନ କଲେ ଷ୍ଟାପ ନାହାନ୍ତି କହି ନିଜର ହାତ ଟେକି ଦେଉଛନ୍ତି ପ୍ରଶାସନିକ ଲୋକେ
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତହସିଲ କାର୍ଯ୍ୟାଳୟରେ ଷ୍ଟାପ ନ ଥିବା ହେତୁ ତିନି ଚାରୀ ବର୍ଷ ଧରି କୌଣସି କାମ ସଠିକ ହେଇପାରୁ ନାହିଁ ଯାହା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ର ଅବହେଲା ଆଉ ଅଣ ଦେଖା ହେତୁ ଆଦିବାସୀ ଅଞ୍ଚଳ କାଲିମେଳା ବ୍ଲକ ବାସିନ୍ଦା ବହୁତ ହଇରାଣ ହେଉଛନ୍ତି। ଷ୍ଟାପ କମ ଥିବା ହେତୁ ଆଜି ପର୍ଯ୍ୟନ୍ତ ଜଙ୍ଗଲ ଜମି ପଟ୍ଟା ପାଇବାରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ଆଦିବାସୀ ବାସିନ୍ଦା। ଛୋଟ ଛୋଟ କାମ ପାଇଁ ବହୁ ବର୍ଷ ଧରି କାର୍ଯ୍ୟାଳୟ ଗଲେ ମଧ୍ୟ କାମ ନ ହେବା ଦ୍ୱାରା ବହୁତ ନିରାଶ ହେଇ ଜୀବନ କାଟୁଛନ୍ତି ଲକେ । ଏହାର ଫାଇଦା ଉଠାଇ ମଝିରେ ଦଲାଲ ମାନେ ମଧ୍ୟ ଗରିବ ଲକଙ୍କୁ ଶଷଣ କରୁଛନ୍ତି, ପଇସା ଦେଲେ କାମ କରେଇ ଦେବୀ କହି ଅଶିକ୍ଷିତ ଗରିବ ଲକଙ୍କୁ ଶଷଣ କରୁଛନ୍ତି।ଜୋର ଜାର ମୁଲକ ତାର, ପଇସା ଜିନ୍ଦାବାଦ, ପଇସା ଦେଲେ କାମ ହେବ, ନଚେତ ଅଫିସ କୁ ଚକ୍କର ଲଗାଇ, ଲଗାଇ ବସିଥିବ, ଆଉ ଅଶିକ୍ଷିତ ଗରିବ ଲକେ ଦଲାଲ ମାନଙ୍କୁ ବିଶ୍ୱାସ କରି ନିଯେ କ୍ଷତିଗ୍ରସ୍ତ ହେଇଥିବା ଭଳି ସୂଚନା ମଧ୍ୟ ଶୁଣିବାକୁ ମିଳୁଛି। ଯେହେତୁ ଏନେଇ ସମାଜ ସେବୀ ବୃନ୍ଦ ଯଥା ଶୀଘ୍ର କାର୍ଯ୍ୟାଳୟ ରେ ଷ୍ଟାପ ଦିଆଯିବା ନିମନ୍ତେ ଦାବୀ କରିଛନ୍ତି। ଓ ଗରିବ ଲୋକଙ୍କ କାମ ଯଥାଶୀଘ୍ର କରି ସେମାନଙ୍କୁ ଭୁଆଁ ନ ବୁଲେଇ ବାକୁ ସରକାରଙ୍କ ଠାରେ ନିଜର ଦାବୀ ରଖିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0