ମୁମ୍ବାଇ ପର୍ଯ୍ୟନ୍ତ ଲମ୍ବିଛି ଚେର ମୁମ୍ବାଇ ପୋଲିସ ଦାରିଙ୍ଗବାଡିରୁ ୨ ଗଞ୍ଜେଇ ଚୋରାଚାଲାଣ ଅଭିଯୁକ୍ତଙ୍କୁ ଗିରଫ କଲା

Jul 30, 2026 - 16:08
 0  51
ମୁମ୍ବାଇ ପର୍ଯ୍ୟନ୍ତ ଲମ୍ବିଛି ଚେର ମୁମ୍ବାଇ ପୋଲିସ ଦାରିଙ୍ଗବାଡିରୁ ୨ ଗଞ୍ଜେଇ ଚୋରାଚାଲାଣ ଅଭିଯୁକ୍ତଙ୍କୁ ଗିରଫ କଲା

ଦାରିଙ୍ଗବାଡି, ୩୦/୭: (ସଲମନ୍ ବିନ୍ଧାଣୀ)ଦାରିଙ୍ଗବାଡି ରେ ଗଞ୍ଜେଇ ର ନାମ ବାହାରୁ ନଥିଲା ଏବେ ପ୍ରତିଘରେ କଣ ଗଞ୍ଜେଇ ଚାଷ ହେଉଛି କି ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି ପୋଲିସ ଗଞ୍ଜେଇ ମାଫିଆ ମାନେ ଦୁର୍ଗମ ଅଞ୍ଚଳରେ ଲୁଚି ରହିଥିବା ଏବେ ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚୋରାଚାଲାଣ କେବଳ ରାଜ୍ୟ ମଧ୍ୟରେ ସୀମିତ ନ ରହି ବିଭିନ୍ନ ରାଜ୍ୟକୁ ବ୍ୟାପିଥିବା ବେଳେ, ଏହି ମାମଲାରେ ମୁମ୍ବାଇ ପୋଲିସ ଦାରିଙ୍ଗବାଡି ଥାନା ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଦାରିଙ୍ଗବାଡି ଥାନା ଅଧୀନ ଶ୍ରାନିକେତା ଦଣ୍ଡିମା ଗ୍ରାମର ବିଦ୍ୟାଧର ନାୟକ ଏବଂ ପର୍ତ୍ତମାହା ପଞ୍ଚାୟତର ସୁଜାମାଜୁ ଗ୍ରାମର ଶ୍ରୀକାନ୍ତ ପ୍ରଧାନ। ଏନେଇ ଦାରିଙ୍ଗବାଡି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, କିଛି ଦିନ ପୂର୍ବେ ମୁମ୍ବାଇର କଲ୍ୟାଣ ରେଲୱେ ପୋଲିସ ଷ୍ଟେସନ ଅଞ୍ଚଳରୁ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଏହି ଗଞ୍ଜେଇ ଯୋଗାଇଥିବା ସୂଚନା ମିଳିଥିଲା।ଏହାପରେ କଲ୍ୟାଣ ରେଲୱେ ପୋଲିସ ଷ୍ଟେସନର ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ପି. କେ. ୱାନିକଙ୍କ ନେତୃତ୍ୱରେ ଏକ ଟିମ୍ ଦାରିଙ୍ଗବାଡିରେ ପହଞ୍ଚି ସ୍ଥାନୀୟ ପୋଲିସର ସହଯୋଗରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।ପରେ ଉଭୟଙ୍କୁ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯାଇଥିଲା। ଅଦାଲତଙ୍କ ଅନୁମତିକ୍ରମେ ରିମାଣ୍ଡରେ ସେମାନଙ୍କୁ ମୁମ୍ବାଇ ପୋଲିସ ମୁମ୍ବାଇ ନେଇଯାଇଛି। ଏହି ଘଟଣାରେ ମୁମ୍ବାଇରେ କେସ୍ ନମ୍ବର ୬୮୨/୨୬ ଅନୁଯାୟୀ ମାମଲା ରୁଜୁ ହୋଇଥିବା ସେଠାକାର ପୋଲିସ ସୂଚନା ଦେଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ