ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ହସ୍ତକ୍ଷେପ:ଦୁଇ ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ

Aug 5, 2026 - 17:31
 0  7
ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ହସ୍ତକ୍ଷେପ:ଦୁଇ ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ

ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଖଡ଼ିଆଳ ତାଲୁକ ଆଇନ ସେବା ସମିତିର ସମନ୍ୱିତ ହସ୍ତକ୍ଷେପ ଫଳରେ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ପଞ୍ଚାୟତର ଝାରସରମ୍ ଗ୍ରାମର ଦୁଇ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ନେପୂର ମାଝୀ ଓ ଫନୀଧର ମାଝୀଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। ସ୍ଥାନୀୟ ଅଧିକାର ମିତ୍ର କ୍ଷୀରସିନ୍ଧୁ ସଗରିଆ ଏହି ଦୁଇ ଦିବ୍ୟାଙ୍ଗଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ଅବଗତ କରାଇଥିଲେ। ଏହାପରେ ପ୍ରାଧିକରଣର ସଚିବ ନବନୀତା ଦାଶ ତୁରନ୍ତ ଘଟଣାର ଗୁରୁତ୍ୱକୁ ବିଚାର କରି ବ୍ଲକ ପ୍ରଶାସନ କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ଏହା ଦ୍ଵାରା ଖଡ଼ିଆଳ ବ୍ଲକ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଉଭୟ ହିତାଧିକାରୀଙ୍କୁ ଦୁଇଟି ଟ୍ରାଇସାଇକେଲ ପ୍ରଦାନ କରିଥିଲା। ଟ୍ରାଇସାଇକେଲ ପାଇବା ପରେ ନେପୂର ମାଝୀ ଓ ଫନୀଧର ମାଝୀ ଖୁସି ବ୍ୟକ୍ତ କରିବା ସହ ଏହା ତାଙ୍କ ଦୈନନ୍ଦିନ ଜୀବନକୁ ସହଜ କରିବ ଏବଂ ସ୍ୱାବଲମ୍ବୀ ହେବାରେ ସହାୟକ ହେବ ବୋଲି କହିଛନ୍ତି। ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କେବଳ ଆଇନଗତ ସହାୟତା ପ୍ରଦାନରେ ସୀମିତ ନ ରହି ସମାଜର ଦୁର୍ବଳବର୍ଗର ଲୋକଙ୍କ ସାମାଜିକ ସୁରକ୍ଷା, ପୁନର୍ବାସ ଏବଂ ସରକାରୀ କଲ୍ୟାଣମୂଳକ ଯୋଜନାର ସୁବିଧା ପହଞ୍ଚାଇବାରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରୁଛି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ