କଟଲାପୁଟ ବନ୍ଦ୍ ପିଚୁ ପ୍ଲାଣ୍ଟ ରେ ଆରଟିଓ ଟିମ୍ ର ଯାଞ୍ଚ
ନନ୍ଦପୁର :-୦୫/୦୮/୨୦୨୬ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶାର ନନ୍ଦପୁର ବ୍ଲକ ବାଡେଲ-ଅତଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ କଟଲାପୁଟ ଗ୍ରାମ ନିକଟରେ ସ୍ଥାପନ କରାଯାଇଥିବା ପିଚୁ ପ୍ଲାଣ୍ଟ କୁ ଗ୍ରାମବାସୀ ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାପରେ ମଙ୍ଗଳବାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଏକ ପ୍ରତିନିଧି ଦଳ ପହଞ୍ଚି ଉକ୍ତ ପ୍ଲାଣ୍ଟ କାର୍ଯ୍ୟରେ ନିୟୋଜିତ ବିଭିନ୍ନ ଯାନବାହନ ର ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ବିଭିନ୍ନ ଯାନବାହନ ର ପୋଲୁସନ, ଟ୍ୟାକ୍ସ , ଇନ୍ସୁରାନ୍ସ, ଫିଟନେସ ପ୍ରଭୃତି ଯାଞ୍ଚ କରିବା ପରେ ମୋଟ ୧୧ ଗୋଟି ଗାଡି ମଧ୍ୟରୁ ୨ଟି ଗାଡ଼ିର ସମସ୍ତ ନଥିପତ୍ର ଠିକ୍ ଥିବା ବେଳେ ଅନ୍ୟ ୮ ଟି ଗାଡ଼ିର କୌଣସି ନଥିପତ୍ର ଠିକ୍ ନଥିବା ପାଇଥିଲେ। ସେହିପରି ଗୋଟିଏ କଂକ୍ରିଟ ମିକ୍ସଚର୍ ମେସିନ୍ ଯାହାର କୌଣସି ନଥିପତ୍ର ସଠିକ୍ ନଥିବା ପାଇ ପ୍ରତିନିଧି ଦଳ ଉକ୍ତ ମାଲିକ ଉପରେ ୯୭୦୦୦ହଜାର ଟଙ୍କାର ଜୋରିମାନା ଦାୟର କରି ସେଠାରୁ ଫେରିଥିବା ସୂଚନା ରହିଛି।
ନନ୍ଦପୁର ରୁ ଶଙ୍କର ପାଙ୍ଗିଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0