ବସ୍ ଷ୍ଟାଣ୍ଡରେ ମହିଳାଙ୍କ ଠାରୁ ଟଙ୍କା ଲୁଟ୍ ମାମଲାରେ ୩ ଗିରଫ ଘଟଣା ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Aug 19, 2026 - 19:54
 0  3
ବସ୍ ଷ୍ଟାଣ୍ଡରେ ମହିଳାଙ୍କ ଠାରୁ ଟଙ୍କା ଲୁଟ୍ ମାମଲାରେ ୩ ଗିରଫ ଘଟଣା ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

ରାଇରଙ୍ଗପୁର -(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ରାଇରଙ୍ଗପୁର ବସ୍ ଷ୍ଟାଣ୍ଡରେ ସୋମବାର ସକାଳ ୬ ଟା ସମୟରେ ଏକ ବୟସ୍କ ମହିଳାଙ୍କଠାରୁ ୩ ଲୁଟେରା ଜବରଦସ୍ତି ୩,୬୦୦ ଟଙ୍କା ଲୁଟ୍ ଅଭିଯୋଗରେ ରାଇରଙ୍ଗପୁର ପୋଲିସ ୩ ଜଣଙ୍କୁ ଗିରଫ କରିଛି ।ସୂଚନାଯୋଗ୍ୟ ଯଶିପୁର ଥାନା ଅଞ୍ଚଳର ପାର୍ବତୀ ସାହୁ(୫୦) ଗତକାଲି ସକାଳେ କୌଣସି କାମରେ ରାଇରଙ୍ଗପୁର ଆସି ବସଷ୍ଟାଣ୍ଡ ରେ ଏକୁଟିଆ ଚା ପିଉଥିବା ସମୟରେ ୩ ଜଣ ଯୁବକ ତାଙ୍କଠାରୁ ଜବରଦସ୍ତି ୩୬୦୦ ଟଙ୍କା ଛଡେଇ ନେଇଥିଲେ । ୩ ଦୁଵୃର୍ତ୍ତଙ୍କୁ ସ୍ଥାନୀୟ ଲୋକେ ଦେଖିଥିବା ଓ ଚିହ୍ନି ଥିବା ସୂଚନା ମିଳିଥିଲା ।ମହିଳା ଜଣକ କାନ୍ଦି କାନ୍ଦି ରାଇରଙ୍ଗପୁର ଟାଉନଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଟାଉନ ଥାନାରେ ଏକ କେଶ ମାମଲା ୨୬୨/୨୬ ରୁଜୁ କରିବା ସହ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୩୦୦୦ ଟଙ୍କା ଉଦ୍ଧାର କରିଛନ୍ତି।ଘଟଣାକୁ ନେଇ ରାଇରଙ୍ଗପୁର ଟାଉନ ଥାନାରେ ଆଜି ପୂର୍ବାହ୍ନ ୨୧ ଘଟିକା ରେ ରାଇରଙ୍ଗପୁର ଏସଡିପିଓ ବୀରେନ୍ଦ୍ର ସେନାପତି ଖବରଦାତା ସମ୍ମିଳନୀରେ ଲୁଟ୍ ଘଟଣାରେ ୩ ଦୁଵୃର୍ତଙ୍କୁ ଗିରଫ ବିଷୟରେ ସୂଚନା ଦେଇଥିଲେ । ସେହି ୩ ଦୁବୃର୍ତ୍ତ ହେଲେ ରାଇରଙ୍ଗପୁର ଟାଉନା ଥାନା ଅଞ୍ଚଳର ୩ ନମ୍ବର ଓ୍ଵାର୍ଡ ମନ୍ଦିରସାହିର ରୋହିତ ମୁଖୀ(୨୬), ମନ୍ଦିର ସାହିର ପେଣ୍ଡ୍ରା @ ରାଜେଶ@ ରାହୁଲ ବେହେରା(୨୦) ଏବଂ ଝାଡ଼ଖଣ୍ଡ ରାଜ୍ୟର ପୂର୍ବସିଂହ ଭୂମ ଜିଲ୍ଲାର ଡୁମାରିଆ ଥାନା ଅଞ୍ଚଳର ରବି ବେହେରା(୨୦) ।ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସହିତ ଥାନାଧିକାରୀ ରଞ୍ଜନ ସେଠୀ ,ଏଏସଆଇ ଗଙ୍ଗାଧର ବେହେରା ଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।ଅସାମାଜିକ, ଲୁଟେରା, ଛିନତାଇ କରୁଥିବା ଲୋକଙ୍କୁ କୌଣସି ପ୍ରକାର ଛଡାଯିବ ନାହିଁ ବୋଲି ଏସଡିପିଓ ସୂଚନା ଦେଇଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ