ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ:ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଯୁବ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ_ - *ଉପ-ଜିଲ୍ଲାପାଳ*

Aug 18, 2026 - 20:30
 0  3
ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ:ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଯୁବ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ_ - *ଉପ-ଜିଲ୍ଲାପାଳ*

*ଝାରସୁଗୁଡ଼ା, ୧୮/୦୮(ଫାଷ୍ଟ ନ୍ୟୁଜ ଓଡ଼ିଶା):* ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ପରିସରରେ ଆଜି ଇଲେକ୍ଟୋରାଲ ଲିଟେରାସି କ୍ଲବ୍ ପକ୍ଷରୁ ଏକ ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ଏବଂ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଝାରସୁଗୁଡ଼ା ପୌର ନିର୍ବାହୀ ଅଧିକାରୀ ଶ୍ରୀ ନିଶିକାନ୍ତ ଟେଟେ ଏଥିରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରୀ ତଥା ଅଧ୍ୟାପିକା-ଅଧ୍ୟାପକ ସକ୍ରିୟ ଭାଗ ନେଇଥିଲେ। ଏହି ଅବସରରେ ଉପସ୍ଥିତ ଯୁବ ତଥା ପ୍ରଥମ ଥର ଭୋଟ ଦେବାକୁ ଥିବା ଛାତ୍ରୀମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଷ୍ଠାପର ଏବଂ ନୈତିକ ଭାଗିଦାରୀ ସମ୍ପର୍କରେ ଅବଗତ କରାଯାଇଥିଲା। ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟର ମୂଲ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବିଧାନ ପ୍ରଦତ୍ତ ନିର୍ବାଚନୀ ଅଧିକାର ତଥା ଦାୟିତ୍ୱ କିପରି ଦେଶ ଗଠନରେ ସହାୟକ ହୁଏ, ସେ ବିଷୟରେ ବକ୍ତାମାନେ ଆଲୋକପାତ କରିଥିଲେ। ଏହା ସହିତ ଇଆରଓ ଶ୍ରୀ ପଣ୍ଡା ଯୁବପିଢ଼ିଙ୍କ ପାଇଁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପ୍ରକ୍ରିୟା ଏବଂ ବର୍ତ୍ତମାନ ଚାଲୁ ରହିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ୧୮ ବର୍ଷ ବୟସ ପୂରଣ କରିଥିବା ପ୍ରତ୍ୟେକ ଯୋଗ୍ୟ ନାଗରିକ ନିଜ ନାମ ଭୋଟର ତାଲିକାରେ ସାମିଲ କରିବା ସହ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସେ ଆହ୍ୱାନ ଦେଇଥିଲେ। ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ