କମ୍ରେଡ଼ ଚାରୁମଜୁମଦାର 54 ତମ ଶହୀଦ ଦିବସ

Jul 28, 2026 - 20:14
 0  2
କମ୍ରେଡ଼ ଚାରୁମଜୁମଦାର 54 ତମ ଶହୀଦ ଦିବସ

ରାୟଗଡାଜିଲ୍ଲା/ କୋଲନରା, ନ୍ୟିୟୁଜ୍ :- 28 / 07/ 2026 : ଆଜି ସି ପି ଆଇ (ଏମଏଲ) ଲିବରେସନ ତରଫରୁ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗାଁ ରେ ଶହିଦ ଦିବସ ପାଳନ କରିବା ସହ ଚାରୁମଜୁମଦାର କୁଂ ପୁଷ୍ପ ମାଲ୍ୟାର୍ପଣ ସହ ଏକ ଆଦିବାସୀ ଶୋଭାଯାତ୍ରା କରାଯାଇଛି i ଚାରୁମଜୁମଦାର କଲିକତା ର ଦାର୍ଜିଲିଙ୍ଗ ଜିଲ୍ଲା ର ସିଲିଗୁଡି ସହରରେ 12 ମାର୍ଚ 1916 ମସିହାରେ ଜନ୍ମ ଗ୍ରହଣ କରିଥିଲେ l 1972 ମସିହା ଜୁଲାଇ 28 ତାରିଖ ଦିନ ଚାରୁମଜୁମଦାର କୁଂ କଲିକତା ଲାଲ ବଜାର ଥାନାରେ ସରକାର ହତ୍ଯା କରିଥଲେ। ଏଥି ପୁର୍ବରୁ ସିଲିଗୁଡି ନିକଟ ନକସଲବାଡି ର ଗୋଟିଏ ଗାଁ ରେ କୃଷକ ଆଦୋଂଲନ କରିବା ପରେ ସାରା ଦେଶରେ କୃଷକ ଆନ୍ଦୋଳନ ପ୍ରସାର ହେଲା । ବିକାଶ ନାମର ପ୍ରାକୃତିକ ସମ୍ପଦକୁ ଲୁଣ୍ଠନ କରାଯାଉଛି l ଆଦିବାସୀ ମାନଙ୍କ ଅଞ୍ଚଳରେ ରହିଥିବା ଜମି ଅଣଆଦିବାସୀ ମାନେ ବେଆଇନ ଭାବେ ଠକି ନେଇଛନ୍ତି। କାଶିପୁର ଅଞ୍ଚଳ ରେ ଯୁଗ ଯୁଗ ରୁ ଆଦିବାସୀ ଦଖଲ କରିଆସୁଥିବା ଜମି କୁ ସରକାର ଲୁଟ କରିବା ପାଇଁ ଦମନ ଓ ମିଥ୍ଯା କେସ କରୁଛନ୍ତି l ଆଦିବାସୀ ମାନଙ୍କୁ ସଂବିଧାନ ର 5 ଅନୁସୁଚୀ ରେ ପେସା ଆଇନ୍ ରେ ଜମି, ଜଳ, ଜଙ୍ଗଲ, ଉପରେ ଥିବା ଅଧିକାର କୁ ଛଡେଇ ନେବା ପାଇଁ ଷଡଯନ୍ତ୍ର କରୁଛନ୍ତି ଓ ଆଦିବାସୀ ମାନେ ଶୋଷଣ ଓ ଠକେଇ ର ଶିକାର ହେଉଛନ୍ତି। ଆଦିବାସୀ ମାନଙ୍କ ସାମ୍ଭିଧାନିକ ଅଧିକାର ଆଜି ପର୍ଯ୍ୟନ୍ତ ଅନ୍ଧାର ଭିତରେ ରହିଛି । 2006 ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯାଉନାହିଁ । ସରକାର ଆଦିବାସୀଙ୍କ ଦୁଖଃ। ନଜାଣି ବଡ ବଡ କମ୍ପାନୀ ମାନଙ୍କୁ ଜମି ଅଧିକାର ଦେଉଛନ୍ତି ଏବଂ ଆଦିବାସୀ ମାନଙ୍କ ଦଖଲ ଥିବା ଘର ଉପରେ ବୁଲଡଜର ଜରିଆରେ ଘର ଭାଗୁଂଛନ୍ତି ଏଥିପାଇଁ ଆନ୍ଦୋଳନ ତୀବ୍ର କରିବା ପାଇଁ ର ସି ପି ଆଇ (ଏମଏଲ) ଲିବରେସନ ର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି। ଅନିରୁଦ୍ଧ ନିଶିକା ( ପୂର୍ବତନ ସରପଞ୍ଚ) ସିମାଦ୍ରି ପାତିକା, ମୁରୋଲି ମୁଟୁକା, ବୁଡୁ ତୋଇକା, ତୁଳସୀ କୁମ୍ଭୁରିକା, ମୋହନ ପାତିକା, ଶିବ ହାରାକା, ସେଞ୍ଚିଆମା କଣ୍ଡାଗରି, ମୋହନ ନିଶିକା, ଗୁଣ୍ଡୁ ତୋଇକା ନିବେଦକ ତ୍ରିପତି ଗମାଙ୍ଗ, ଜିଲ୍ଲା ସମ୍ପାଦକ ସିପିଆଇ(ଏମଏଲ) ଲିବରେସନ ରାୟଗଡ଼ା, କୋଲନରା, ଓଡିଶା, ପ୍ରମୁଖ ଉପସ୍ଥିତ ଥିଲେ।

ରାୟଗଡ଼ା ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ