କେରଳ ଯାଇ ନିଖୋଜ ଅଛନ୍ତି ଦାଦାନ ଶ୍ରମିକ

Aug 19, 2026 - 06:40
 0  53
କେରଳ ଯାଇ ନିଖୋଜ ଅଛନ୍ତି ଦାଦାନ ଶ୍ରମିକ

ଦାରିଙ୍ଗବାଡି୧୯/୦୮/୦୨୬(ସଲମନ୍ ବିନ୍ଧାଣୀ)ପରିବାର ର ଆର୍ଥିକ ଅବସ୍ଥା ଶୋଚନୀୟ ହେଉଥିବାରୁ ଦାଦନ ମୁହାଁ ହେଉଛନ୍ତି ଶ୍ରମିକ ହେଲେ ସେମାନଙ୍କ ମଧ୍ୟରୁ କିଏତ ଫେରୁଛି ଆଉ କିଏ ଫେରୁନି ଏମିତି ଅବସ୍ତାରେ ପୁଣି ଜଣେ ଦାଦନ ଶ୍ରମିକ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଥାନା ସରାମୁଳୀ ପଞ୍ଚାୟତ ସ୍ଥିତ ମାର୍ଦୀପଙ୍କା ଗ୍ରାମର କରୁଣାକର ଭାଗସିଂ ନାମକ ଜଣେ ବ୍ୟକ୍ତି ପ୍ରାୟ ୧୮ଦିନ ହେବ କେରଳ ଯାଇ ସେ ନିଜ ସ୍ତ୍ରୀ ଙ୍କୁ ମଧ୍ଯ ନେଇ ଯାଇଥିଲେ ସେହି ଦୁଈ ପ୍ରାଣୀ କେରଳ ରାଜ୍ୟର ମାଲାପରମ୍ ଜିଲ୍ଲାର ପୁକ୍ଟପାଡ଼ମ୍ ସ୍ଥାନରେ ଏକ ଘୋରଇ ରବରକମ୍ପାନିରେ କାର୍ଯ୍ୟ କରୁଥିଲେ I ୫ଦିନ ହେବ ନିଖୋଜ ହୋଇ ସେ ଦିନେ ଏକା କମ୍ପାନୀ ରେ କାମ କରିବା ପାଇଁ ଯାଇଥିଲେ ନିଜ ସ୍ତ୍ରୀ ଙ୍କୁ ତାଙ୍କ ରହୁଥିବା ଘରେ ଛାଡ଼ି ଯାଇଥିଲେ ସେହି ଦିନ ଡିଉଟି ସାରି ଫେରିବା ଅପେକ୍ଷାରେ ଥିବା ବେଳେ ସ୍ବାମୀ ଫେରିନଥିଲେ I ଆଉ ସ୍ତ୍ରୀ ଖୋଜା ଖୋଜି ଆରମ୍ଭ କରିଥିଲେ ସୁଦ୍ଧା କୌଣସି ଖୋଜ୍ ଖବର ମିଳୁନଥିବା ନିକଟସ୍ଥ ଥାନରେ ଅଭିଯୋଗ କରିଛନ୍ତି I ତେବେ ଏହି ଫୋଟ ଦେଖି କେରଳ ରାଜ୍ୟର ବିଭିନ୍ନ ସ୍ଥାନରେ ଓଡ଼ିଶାର ଶ୍ରମିକ ମାନଙ୍କୁ ଅନୁରୋଧ କରିଛନ୍ତି ଯେଉଁଠାରେ ବି ଦେଖିବେ ତେବେ ତାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ