ବେଆଇନ ମହୁଲି ମଦ କାରବାର ବନ୍ଦ ଦାବିରେ ମହିଳା ସଂଘ SDPO ଙ୍କୁ ଦାବିପତ୍ର ଦେଇଛନ୍ତି :ମଦ ବନ୍ଧ ନ ହେଲେ ଆନ୍ଦୋଳନ ଚେତାବନି

Aug 19, 2026 - 18:59
 0  2
ବେଆଇନ ମହୁଲି ମଦ କାରବାର ବନ୍ଦ ଦାବିରେ ମହିଳା ସଂଘ SDPO ଙ୍କୁ ଦାବିପତ୍ର ଦେଇଛନ୍ତି :ମଦ ବନ୍ଧ ନ ହେଲେ ଆନ୍ଦୋଳନ ଚେତାବନି

କୋଟଗଡ଼ ୧୯/୮ (ସଲମନ୍ ବିନ୍ଧାଣୀ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣଗିରି ଥାନା ମାର୍ଲାଙ୍ଗି ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଉଥିବା ବେଆଇନ ମହୁଲି ମଦ କାରବାର ବିରୋଧରେ ମାର୍ଲାଙ୍ଗୀ ପଞ୍ଚାୟତର ମହିଳା ସଂଘ ମଦ କାରବାର କୁ ବନ୍ଦ କରିବା ପାଇଁ ଏକଜୁଟ ହୋଇଛନ୍ତି। ମଦ କାରବାର ଯୋଗୁଁ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ପାରିବାରିକ କଳହ, ଗଣ୍ଡଗୋଳ ଓ ଅଶାନ୍ତି ବଢ଼ୁଥିବା ଅଭିଯୋଗ କରି ମହିଳାମାନେ ଏହା ବନ୍ଦ କରିବାକୁ ଦାବି କରିଛନ୍ତି।ମଦର କୁପ୍ରଭାବରୁ ପରିବାରକୁ ସୁରକ୍ଷିତ ରଖିବା ସହ ଗାଁରେ ଶାନ୍ତିପୂର୍ଣ୍ଣ ପରିବେଶ ଫେରାଇ ଆଣିବା ଲକ୍ଷ୍ୟରେ ମହିଳାମାନେ ଏକ ବୈଠକ କରିବା ସହ ଉପଖଣ୍ଡ ସ୍ତରୀୟ ଦାୟୀତ୍ୱରେ ଥିବା SDPO ଶୁଭମ୍ ଭୋସଲେ ଙ୍କୁ ଦାବିପତ୍ର ଦେଇଛନ୍ତି । ମାର୍ଲାଙ୍ଗି ପଞ୍ଚାୟତର ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ବର୍ଷ ଧରି କିଛି ବ୍ୟକ୍ତି ଗ୍ରାମରେ ବେଆଇନ ଭାବେ ମହୁଲି ମଦ ପ୍ରସ୍ତୁତ ଓ ବିକ୍ରି କରୁଛନ୍ତି। ଆଉ ଅଜଣା ବ୍ୟକ୍ତି ଜଣକ ପଞ୍ଚାୟତର ବିଭିନ୍ନ ସ୍ଥାନକୁ ବାହାର ମଦ ଜଗୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ଏନେଇ ପୂର୍ବରୁ କୋଟଗଡ଼ ପୋଲିସ ପ୍ରଶାସନକୁ ଅବଗତ କରାଯାଇଛି। ହେଲେ ପୋଲିସ ମଦ ବିକ୍ରେତାଙ୍କ ଠାରୁ ଟଙ୍କା ନେଇ ଲୋକ ଦେଖାଣିଆ ପାଇଁ ମଦ ଭାଟି ଭାଙ୍ଗିବା ପରି ବାହାନା ଦେଖାଇ ମଦ ବ୍ୟବସାୟୀ ଙ୍କ ଠାରୁ ଟଙ୍କା ପାଇବା ପରେ ପୋଲିସ ପ୍ରଶାସନ ଚୁପ୍ ରହୁଥିବା ମହିଳା ସଂଘ ପକ୍ଷରୁ ଅଭିଯୋଗ କରିଛନ୍ତି I ମାର୍ଲାଙ୍ଗି ପଞ୍ଚାୟତର ମଧୁସ୍ମିତା ପ୍ରଧାନ, ମାଣି ପାଟ୍ ମାଝି, ପିରତି ଶୁନାମାଝି, ସୁସିତା ସୁନାମାଝି,ସଲିକି ବୁଡାଗୁଡ଼ା ୱାର୍ଡ ମେମ୍ବର ପ୍ରତାପ କାର୍ଜିମାଝି, ମାର୍ଲାଙ୍ଗି ୱାର୍ଡ ମେମ୍ବର ବେଡି ପାଟମାଝି, ଦୁସ୍ମନ୍ତ ବଡ଼ମାଝି, ପ୍ରେରିତ କପାଟମାଝୀ, ରମେଶ ମୁଠାମାଝୀଙ୍କ ସମେତ ଗ୍ରାମର ମହିଳା ଓ ପୁରୁଷମାନେ ବେଆଇନ ମଦ ଆଡ୍ଡା ଉପରେ ତୁରନ୍ତ ଚଢ଼ାଉ କରି ମଦ ବ୍ୟବସାୟୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ସମ୍ପୂର୍ଣ୍ଣ ମଦମୁକ୍ତ କରିବାକୁ ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ SDPO ଶୁଭମ୍ ଭୋସଲେ ଙ୍କୁ ଦାବି କରିଛନ୍ତି। ମହିଳା ସଂଘ ର ଲିଖିତ ଅଭିଯୋଗ ପରେ ଚୋରା ମଦ କାରବାର କରୁଥିବା ଖବର ପାଇଲେ ପୁଣି ଚଢ଼ାଉ କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ଆଗାମୀ ଦିନରେ ବେଆଇନ ଭାବେ ମଦ କାରବାର କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯାଇ ମଦ ବିକ୍ରି ହେଉଥିବା ସ୍ଥାନ ଗୁଡ଼ିକ ଉଚ୍ଛେଦ କରା ନଗଲେ ଶତାଧିକ ମହିଳା ଓ ପୁରୁଷ କୋଟଗଡ଼ ଥାନା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ