କୋଟଗଡ଼ର ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ସାକ୍ଷାତ କଲେ ସ୍ୱାକ୍ ସଦସ୍ୟ

Aug 19, 2026 - 19:01
 0  49
କୋଟଗଡ଼ର ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ସାକ୍ଷାତ କଲେ ସ୍ୱାକ୍ ସଦସ୍ୟ

କୋଟଗଡ଼ ୧୯/୦୮:(ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲାରୁ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ମୃତ୍ୟୁ ଘଟଣା ବଢ଼ିଚାଲିଥିବା ବେଳେ ମୃତ ଶ୍ରମିକଙ୍କ ପରିବାର ଆର୍ଥିକ ଓ ସାମାଜିକ ଭାବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ଦୁଃଖଦ ଘଟଣାରେ କୋଟଗଡ଼ ବ୍ଲକ ଗୁଗୁରମାହା ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମାହା ସାହିର ମୋତା ମଲିକ (୪୬) କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା କଲନସେରିସ୍ଥିତ ଏକ ଖାଦ୍ୟ କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ଗତ ଅଗଷ୍ଟ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ। ମୋତା ମଲିକଙ୍କ ପରିବାର ଆର୍ଥିକ ଭାବେ ଦୁର୍ବଳ ହୋଇଥିବାରୁ କେରଳରୁ ମୃତଦେହକୁ ନିଜ ଗାଁକୁ ଆଣିବା ପାଇଁ ପରିବାରକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗୁଗୁରମାହା ସରପଞ୍ଚ ମୋସେସ କାର୍ଜିମାଝିଙ୍କ ନିର୍ଦ୍ଦେଶରେ ଗ୍ରାମବାସୀଙ୍କ ଠାରୁ ଅର୍ଥ ସଂଗ୍ରହ କରାଯାଇଥିଲା। ପରେ ଧାର ଉଦ୍ଧାର କରି ମୃତଦେହକୁ ଗାଁକୁ ଅଣାଯାଇଥିଲା ଏବଂ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏହି ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇ ସୋସିଆଲ ୱାର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ (ସ୍ୱାକ୍) ପକ୍ଷରୁ ମୃତକଙ୍କ ପରିବାରକୁ ସାକ୍ଷାତ କରାଯାଇ ଗଭୀର ସମବେଦନା ଜଣାଯାଇଥିଲା। ଏହି ଅବସରରେ ସ୍ୱାକ୍ ପ୍ରତିନିଧିମାନେ ପରିବାରର ସଦସ୍ୟମାନଙ୍କ ସହ ଆଲୋଚନା କରି ତାଙ୍କର ଆର୍ଥିକ ଓ ପାରିବାରିକ ସମସ୍ୟା ସମ୍ପର୍କରେ ଜାଣିଥିଲେ। ମୃତ ଶ୍ରମିକଙ୍କ ପରିବାର ସରକାରଙ୍କ ପକ୍ଷରୁ ପାଇବାକୁ ଥିବା ବିଭିନ୍ନ ସହାୟତା ଓ ସୁବିଧା କିପରି ପାଇପାରିବେ, ସେଥିପାଇଁ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ଯୋଗାଇ ଦିଆଯିବ ବୋଲି ସ୍ୱାକ୍ ପକ୍ଷରୁ କୁହାଯାଇଥିଲା। ଏହି ସମୟରେ ସ୍ୱାକ୍ ସଭାପତି ଆମନ ଚନ୍ଦ୍ର ନାୟକ, ସମ୍ପାଦକ ହୃଷୀକେଶ ପ୍ରଧାନ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ଗୁଗୁରମାହା ସରପଞ୍ଚ ମୋସେସ କାର୍ଜିମାଝି ଏବଂ ୱାର୍ଡ ସଦସ୍ୟ କାଲି ପାଟମାଝି ଉପସ୍ଥିତ ରହି ମୃତକଙ୍କ ପରିବାର ସହ ଆଲୋଚନା କରିଥିଲେ। ଦାଦନ ଶ୍ରମିକଙ୍କ ସୁରକ୍ଷା, ମୃତ ଶ୍ରମିକଙ୍କ ପରିବାରକୁ ସହାୟତା ଏବଂ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଦିଗରେ ସ୍ୱାକ୍ ପକ୍ଷରୁ ଏଭଳି ପ୍ରୟାସ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ