ଆଧାର କାର୍ଡରେ ନାମ ତ୍ରୁଟି ଥିବା ଯୋଗୁଁ ଝିଅର ପାଠ ପଡ଼ିବାରେ ଅସୁବିଧା
କନ୍ଧମାଳ:୧୩/୦୮/୦୨୬:(ସଲମନ୍ ବିନ୍ଧାଣୀ) କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ବସ୍ତିଙ୍ଗିଆ ଗ୍ରାମପଞ୍ଚାୟତ ଅଧିନରେ ଥିବା ମାଲଗାମ ଗ୍ରାମର ପିତା ବିଶଲ୍ୟା ମଲିକଙ୍କ ଝିଅ ନାମ- ଅନନ୍ୟା ମଲିକଙ୍କ ବୟସ (୧୧ ବର୍ଷ )ଜନ୍ମ ପ୍ରମାଣ ପତ୍ର ଅନୁସାରେ ଆଧାର କାର୍ଡ ରେ ନାମ ନ ଥିବାରୁ ଝିଅଟି ପାଠ ପଡ଼ିବା ରେ ଅସୁବିଧା ର ସମ୍ମୁଖୀନ ହେଉଛି l ଆଧାର କାର୍ଡ ରେ ଅନ୍ୟ ସମସ୍ତ ତଥ୍ୟ ଠିକ ଥିବା ବେଳେ ଆଧାର କାର୍ଡରେ କେବଳ ନାମ ସ୍ଥାନ ରେ (ଅନନ୍ୟା ମଲିକ, ବିଶଲ୍ୟା ମଲିକ )ଥିବା ତ୍ରୁଟି ରହିଛି l ଦୀର୍ଘ ଦିନ ହେବ ଆଧାର କାର୍ଡ ରେ ତ୍ରୁଟି ଥିବା ନାମ କୁ ଅନନ୍ୟା ମଲିକ ସଂଶୋଧନ ପାଇଁ ଆଧାର କେନ୍ଦ୍ର ରେ ଆବେଦନ କରିଥିଲେ ସୁଦ୍ଧା ତାହା ପରିବର୍ତନ ହେଇପାରୁ ନାହିଁ ବୋଲି, ଅନନ୍ୟା ମଲିକଙ୍କ ବାପା ଅଭିଯୋଗ କରିଛନ୍ତି l ଆଧାର କାର୍ଡ ପରିବର୍ତନ ହେଉନ ଥିବାରୁ ବିଦ୍ୟାଳୟରେ ପାଠ ପଡିବା ରେ କିମ୍ବା କୌଣସି ସରକାରୀ କ୍ଷେତ୍ରରେ ଆବେଦନ କରିବା ନେଇ ବଞ୍ଚିତ ହେଉଛନ୍ତି, ଅନେକ ସମୟ ରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଠି ପ୍ରଶ୍ନ ଉଠୁଛି ଆଧାର କେନ୍ଦ୍ର ରେ ଅନଲାଇନ କାର୍ଯ୍ୟ ରେ ସରକାର ଏହାକୁ ସଂଶୋଧନ କରିବା ପାଇଁ ଅବଗତ କରିଛନ୍ତି, ଆବେଦନ ପରେ ମଧ୍ୟ ତାହା ସଫଳତା ମିଳୁନି ତେଣୁ ଏହି ତ୍ରୁଟି ଥିବା ନାମକୁ ସଂଶୋଧନ କରି ଅନନ୍ୟା ମଲିକ କରିଦେଲେ ଝିଅର ଭବିଷ୍ୟତ ଉଜ୍ୱଳମୟ ହେବ l ଏଥିପ୍ରତି ସରକାର, ପ୍ରଶାସନ ବିଭାଗ ଅଧିକାରୀ ଦୂର ଦୃଷ୍ଟି ଦେଇ ଝିଅଟି ର ନାମ କୁ ଆଧାର କାର୍ଡ ରେ ପରିବର୍ତନ ହେଲେ ପାଠ ପଡିବା ରେ ଉଜ୍ୱଳ ହେବ ବୋଲି ପରିବାର ତରଫରୁ ସରକାର ଙ୍କୁ ନିବେଦନ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0