ପୂର୍ବ ବିଧାୟିକା ଦୀପାଳିଙ୍କ କୋଲାବିରା ବ୍ଲକ ଅଂଚଳ ଗସ୍ତ ;ଚାଷୀଙ୍କ ସହିତ ମିଶିଲେ ସମସ୍ୟା ସୁଣିଲେ

Jun 30, 2026 - 21:37
 0  62
ପୂର୍ବ ବିଧାୟିକା ଦୀପାଳିଙ୍କ କୋଲାବିରା ବ୍ଲକ ଅଂଚଳ ଗସ୍ତ ;ଚାଷୀଙ୍କ ସହିତ ମିଶିଲେ ସମସ୍ୟା ସୁଣିଲେ

କୋଲାବିରା,୩୦ ।୬(ଫାଷ୍ଟ ନ୍ୟୁଜ ଓଡିଶା ) : ଝାରସୁଗୁଡା ପୂର୍ବତନ ବିଧାୟିକା ସୁଶ୍ରୀ ଦୀପାଳି ଦାସଆଜି କୋଲାବିରା ଅଂଚଳ ଗସ୍ତ କରି ବିଭିନ୍ନ ସବା ସମବାୟ ସମିତି ପରିଦର୍ଶନ କରି ଜନସାଧାରଣଙ୍କ ସମସ୍ୟା ବୁଝିଥିଲେ । ପ୍ରଥମେ ସମାସିଂହା ପେକ୍ସ ପରେ କୋଲାବିରା ପେକ୍ସକୁ ପହଂଚି ବିଶେଷ ଭାବରେ ଖରିଫ ଚାଷ ପାଇଁ ଯୋଗାଣ ହେଉଥ‌ିବା ରସାୟନିକ ସାରର ସ୍ଥିତି ବିଷୟରେ ବୁଝିଥିଲେ । ପରେ ଉପସ୍ଥିତ ଚାଷୀଙ୍କ ସହିତ ଆଲୋଚନା କରି ଚଳିତ ବର୍ଷ ଦେଖାଦେଇଥ‌ିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଚାଷୀ ନିଜର ସମସ୍ୟା ଜଣେଇବାକୁ ଯାଇ ସରକାରଙ୍କ ମାର୍ଗଦଶିକା ଅନୁଯାୟୀ ଏକର ପ୍ରତି ବସ୍ତାଏ ଲେଖାଏଁ ସାର ଚାଷୀଙ୍କୁ ଦେବାପାଇଁ କରାଯାଇଥିବା ନିୟମ ମୁତାବକ ସାର ଚାଷୀଙ୍କ କମ ପଡୁଛି ଚାଛତା ଏବେ ତିଏପି ସାରର ଅଭାବି ଯୋଗାଣ ପାଇଁ ଡିଏପି ସ୍ଥାନରେ ୧୬-୧୬-୧୬ ସାର ଆସିଛି ଯାହାର ଦାମ ବହୁତ ଅଧ‌ିକ ରହିଛି । ବସ୍ତାପ୍ରତି ଏହାର ମୁଲ୍ୟ ୨୨୫୦ ଟଙ୍କା ରହିଥିବା ବେଳେ ଚାଷୀଙ୍କୁ ଏତେ ଦରରେ କିଣିବା ବାଧୁଛି ମାତ୍ର ଡିଏପି ସାର ମିଲୁନଥିବାରୁ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି ବୋଲି ଚାଷୀଙ୍କ ଅଭିଯୋଗ ବିଷୟରେ ଜାଣିବା ପରେ ବିଧାୟିକା ଜିଲ୍ଲାପାଳଙ୍କ ସହିତ ଏସଂକ୍ରାନ୍ତରେ ଆଲୋଚନା କରିବା ସହିତ ସରକାରଙ୍କୁ ଏ ସଙ୍କଟ ବିଷୟରେ ଅବଗତ କରେଇବେ ବୋଲି କହିଥିଲେ । ଏହି ଅବସରରେ କିଛିଦିନ ପୂର୍ବରୁ ହୃଦଘାତ ଜନୀତ ସମସ୍ୟାରେ ପିଚିତ ହୋଇଥିବା ବିଜେଡି ବ୍ଳକ ଯୁବ ସଭାପତି ପ୍ରବିଣ ସାହୁ ଏବଂ ଦୁର୍ଘଟଣାରେ ଅସୁସ୍ଥ ହୋଇ ଘରେ ରହିଥିବା କୋଲାବିରା ସରପଂଚ ଚେତାନନ୍ଦ ନଈଙ୍କୁ ଘରକ ଯାଇ ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ ପାଇଁ କାମନା କରିଥିଲେ । କୋଲାବିରା ପଂଚାୟତ କାର୍ଯ୍ୟାଳୟକୁ ଯାଇ ବାଦ୍ଧକ୍ୟ ଭତା ପାଇବାରେ ସାମିଲ ହୋଇପରିନଥବା ଅନେକ ଯୋଗ୍ୟ ହିତାଧୁକାରୀଙ୍କୁ ଭର୍ତା ପ୍ରଦାନ ବିଷୟରେ ପଂଚାୟତ ନିର୍ବାହୀ ଅଧୂକାରୀ ସନ୍ତୋଷ ମାଝୀ ଏବଂ ନାଏବ ସରପଂଚ ଅଂଜଳି ବାଗଙ୍କ ସହିତ ଆଲୋଚନା କରିଥିଲେ । ତେବେ ସରକାର ନୂତନ ଆଲଟମେଟ ଦେଉନଥିବାରୁ ଅନେକ ହିତାଧୁକାରୀ ବଂଚିତ ରହୁଥ‌ିବା ବିଷୟରେ ଅବଗତ ହେବାପରେ ଏସଂକ୍ରାନ୍ତେ ମଧ୍ୟ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ହିତାଧିକାରୀଙ୍କୁ କହିଥିଲେ । ପରିଦର୍ଶନ ଅବସର ପୂର୍ବତନ ବିଧାୟୀକା ସୁଶ୍ରୀ ଦୀପାଳି ଦାସଙ୍କ ସହିତ ବରିଷ୍ଠ କର୍ମୀ ବୀରେନ୍ଦ୍ର କୁମାର ମହାପାତ୍ର, ବରିଷ୍ଠ ନେତା ଜୁଲାରାମ ସେନାପତି,ବ୍ଲକ ସଭାପତି ପୁରୁଷୋତମ ନାଏକ,ସକ୍ରୀୟ କର୍ମୀ ସରୋଜ କୁମାର ନାଏକ, ସୁକାନ୍ତ ଶେଖର ବହିଦାର,ଶ୍ରୀମନ୍ତ ସାହୁ ସୁତିରଂଜନ ରାଏ,ଗୁରୁ ଚରଣ ସାହୁ,ବୁଲୁ ମହାପାତ୍ର,ପପୁନ ଦାସ,ଚେତାନନ୍ଦ ପଟେଲ,ସମିତି ସଭ୍ୟ ଦୀନବନ୍ଧୁ ଧୁରୁଆ,ମନ୍ମଥ ନାରାୟଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ସାର ବଂଟନ ଦିବସ ଥିବାରୁ ବହି ସଂଖ୍ୟ ଚାଷୀଙ୍କ ସହିତ ମିଶି ଆଲୋଚନା କରିବାର ସୁଅବସର ମିଲିଥିଲା । ଚାଷୀ ମଧ୍ୟ ନିଜ ନିଜ ସମସ୍ୟା ସଂମ୍ପର୍କରେ ପୁଇଁ ବିଧାୟିକାଙ୍କ ସମକ୍ଷରେ ଉପସ୍ଥାପନା କରିପାରିଥିଲେ । ଏତେ ସଂଖ୍ୟକ ଚାଷୀଙ୍କ ସହିତ ମିଶି ଅନେକ ବିଷୟରେ ଆଲୋଚନା କରି ସମସ୍ୟା ବିଷୟରେ ଅବଗତ ହୋଇପାରିଥିବାରୁ ସୁଶ୍ରୀ ଦାସ ସନ୍ତୋଷ ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଲୋକଙ୍କ ସହିତ ଏପରି ମିଲାମିଶା କରି ଲୋକଙ୍କ ସମସ୍ୟାର ନିଦାନ କରିବା ଦିଗରେ ତନ୍ତ୍ରରେ ନଥାଇ ମଧ୍ୟ ପ୍ରୟାସ ଜାରି ରହିବ ବୋଲି କହିଥିଲେ ।

 କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟନ୍ୟୁଜ ଓଡିଶା

What's Your Reaction?

Like Like 3
Dislike Dislike 0
Love Love 2
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ