।। ମୁନିଗୁଡ଼ାରେ ବାଘ ଆତଙ୍କ, ବନ ବିଭାଗରେ ତତ୍ପରତା ।।

Dec 2, 2023 - 19:21
 0  431
।। ମୁନିଗୁଡ଼ାରେ ବାଘ ଆତଙ୍କ, ବନ ବିଭାଗରେ ତତ୍ପରତା ।।

ମୁନିଗୁଡ଼ା, ନ୍ୟିୟୁଜ୍: (୨/୧୨)୨୦୨୩ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ବନାଞ୍ଚଳରେ ମହାବଳ ବାଘର ଆତଙ୍କ । ଅଞ୍ଚଳର ଆଖପାଖ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ । ସୂଚନା ଅନୁଯାୟୀ ଏଇ କେତେଦିନ ହେବ ବାଘକୁ ନେଇ କେତେବେଳେ ଗଜପତି ଜିଲ୍ଲା ତ କେତେବେଳେ କନ୍ଧମାଳ ଜିଲ୍ଲାରେ ଆତଙ୍କ ଖେଳୁଥିଲା । ଗତକାଲି ଠାରୁ ରାୟଗଡ଼ା ଜିଲ୍ଲା ତେଲେଙ୍ଗା ପଦରରେ ବାଘର ଗତିବିଧି ବିଷୟରେ ଖବର ଶୁଣିବାକୁ ମିଳିଥିବା ବେଳେ ଆଜି ମୁନିଗୁଡ଼ା ବ୍ଲକ୍ ର ବିଭିନ୍ନ ଯାଗାରେ ଫୁଲବାଣୀ ବୋଡ଼ର୍ ଦୁର୍ଗା ପଙ୍ଗା ଚନ୍ଦ୍ରପୁର ବ୍ଲକ ମୁନିଗୁଡ଼ା ବ୍ଲକ ସିବପଦର ପଞ୍ଚାୟତ ବନ୍ଧୁଗୁଡ଼ା ଜଙ୍ଗଲ ଓ ମୁନିଗୁଡ଼ା ଅମ୍ବାଦଳା ରାସ୍ତା ଜଙ୍ଗଲ ମଧ୍ୟରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିବା ସହିତ ଏକ ମଇଁଶି ଛୁଆକୁ ମାରିଥିବାର ଖବର ବନ କର୍ମଚାରୀଙ୍କ ଠାରୁ ହସ୍ତଗତ ହୋଇଛି । ବାଘ ଓ ବନ ବିଭାଗ ମଧ୍ୟରେ ଯେପରି ଲୁଚକାଳି ଖେଳ ଚାଲିଛି । ହେଲେ ଏହା ସାଧାରଣ ମଣିଷ ପାଇଁ କାଳ ପାଲଟି ଯିବାର ସମ୍ଭାବନାକୁ ଏଡ଼ାଇ ହେବନି । ବାଘର ପାଦ ଚିହ୍ନଟିକୁ ନିରୀକ୍ଷଣ କଲେ ଜଣା ଯାଉଛି ଏହା ଏକ ମହାବଳ ବାଘ । ଏହି ବାଘଟି ଖାଦ୍ୟ ଅନ୍ୱେଷଣରେ ଏଣେତେଣେ ଘୁରି ବୁଲୁଥିବାର ଅନୁମାନ କରାଯାଉଥିବା ଜଣାଯାଏ ଆଜି ବନ ବିଭାଗର ଏକ ସ୍ପେଶାଲ ଟିମ ମୁନିଗୁଡ଼ା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ବଳଙ୍କ ନେତୃତ୍ବରେ ବନପାଳ ପ୍ରମୋଦିନି ମାଣ୍ଢାଙ୍ଗୀ, ବନରକ୍ଷୀ ରୋନିତ କୁମାର ମହାରଣା, ସୁରେଶ ପାତ୍ର, ସୋନାଲି ସ୍ୱାଇଁଙ୍କ ସହିତ ବନ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତାମାନେ ବାଘର ଗତିବିଧି ସମ୍ପର୍କରେ ତନଖି କରିବା ସହ ଲୋକ ମାନଙ୍କୁ ସଚେତନ ଏବଂ ସୁରକ୍ଷା ଯୋଗାଇ ଦେବା ପାଇଁ ବନ୍ଧୁଗୁଡ଼ା ବନାଞ୍ଚଳରେ ଜଗି ରହିଛନ୍ତି । ସ୍ଥାନୀୟ ଜଙ୍ଗଲରୁ ନିର୍ଭର କରୁଥିବାରୁ ଅଞ୍ଚଳର ଆଖପାଖ ଜଙ୍ଗଲରୁ ଦୈନିକ କାଠ ଖଳି ପତ୍ର କୁ ମାର୍କେଟ କୁ ନେଇ ବଞ୍ଚୁଥିବା ଗରିବ ଖଟିଖିଆ ଲୋକଙ୍କ ଜିବନ ଜୀବିକା ଠପ୍ ହୋଇଯାଇଛି ଲୋକଙ୍କ ମନରେ ଚିନ୍ତାରେ ପଡ଼ି ଥିବାବେଳେ ବାଘ ଭୟକୁ ନେଇ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି । ବାଘକୁ ଆୟତ୍ତ ଅବା ଏଠାରୁ ଘଉଡାଇ ଏକ ସୁରକ୍ଷିତ ଅଞ୍ଚଳରେ ପହଞ୍ଚାଇ ଦେବାକୁ ସାଧାରଣରେ ଦାବି ଉଠିଛି । ନଚେତ୍ ଏହି ରକ୍ତମୁଖା ବାଘ ଅନେକ ମଣିଷ ଓ ପଶୁ ମାନଙ୍କ ଜୀବନ ନେଇ ଯାଇପାରେ ବୋଲି ଭୟ ରହୁଛି ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ