।। ବିପୁଳ ପରିମାଣର ଗଞ୍ଜେଇ ଜବତ,ଚାଳକ ଫେରାର ,ସନ୍ଦେହ ଘେରରେ ପୋଲିସ ।।

Sep 25, 2024 - 21:11
 0  10
।। ବିପୁଳ ପରିମାଣର ଗଞ୍ଜେଇ ଜବତ,ଚାଳକ ଫେରାର ,ସନ୍ଦେହ ଘେରରେ ପୋଲିସ ।।

ବେତନଟୀ , ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥର ଗଡଦେଉଳିଆ ନିକଟରେ ଏକ ଧଳା ରଙ୍ଗର କାର ମଧ୍ୟରୁ ୩୬ କେଜି ଗଞ୍ଜେଇ ଜବତ କରିବା ସହ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ବୈଶିଙ୍ଗା ପୋଲିସ। ଘଟଣା ସ୍ଥଳରୁ କାର ଡ୍ରାଇଭର ଫେରାର। ମିଳିଥିବା ସୂଚନା ମୁତାବକ ଓଡି-୦୨ଜି-୧୧୧୯ ନମ୍ବର ବିଶିଷ୍ଟ ଏକ କାର ଯୋଗେ ଗଞ୍ଜେଇ ଆସୁଥିବା ନେଇ ବୈଶିଙ୍ଗା ପୋଲିସ ବିଶ୍ଵସ୍ଥ ସୁତ୍ରରୁ ଖବର ପାଇ ପୋଲିସ ଅଧିକାରୀମାନଙ୍କୁ ପଦ୍ମନାଭପୁର ଟୋଲ ପ୍ଲାଜା ନିକଟରେ ମୁତୟନ କରିଥିଲେ ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ । ଉକ୍ତ ଧଳା ରଙ୍ଗର କାର ଚାଳକ ବାଲେଶ୍ଵରରୁ ବାରିପଦା ଆସୁଥିବା ବେଳେ ଟୋଲ ପ୍ଲାଜା ନିକଟରେ ପୁଲିସ କର୍ମଚାରୀଙ୍କୁ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଦିଗ ପରିବର୍ତ୍ତନ କରି ଅନ୍ୟ ରାସ୍ତା ଦେଇ ପୁଣି ବାଲେଶ୍ଵର ଆଡକୁ ପଳାଇ ଯିବା ପାଇଁ ଚେଷ୍ଟା କରିଥିଲା । ମାତ୍ର ରଘୁନାଥପୁର ଛକ ନିକଟରେ କାରର ଚକ ପଙ୍କଚର୍ ହୋଇଯିବା ଯୋଗୁଁ ଅନ୍ୟ ଉପାୟ ନପାଇ କାର ଛାଡି ନିକଟସ୍ଥ ଜଙ୍ଗଲ ନିକଟକୁ ପଳାଇଥିଲା l ପୋଲିସ ସେହି କାରକୁ ପିଛା କରି ଚାଳକକୁ ନ ପାଇ ବନ୍ଦ କାରକୁ ଜବତ କରିଥିଲା । ବେତନଟୀ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ କାର ଭିତରୁ ୧୯ କେଜି ଏବଂ ୧୭ କେଜି ର ଦୁଇଟି ବ୍ୟାଗ୍ ଭର୍ତ୍ତି ଗଞ୍ଜେଇ ଜବତ କରିବା ସହ କାରଟିକୁ ଥାନାକୁ ନେଇ ଆସିଥିଲା ବୈଶିଙ୍ଗା ପୋଲିସ । ଏନେଇ ୩୨୮/୨୪ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଳେ ଉକ୍ତ କାର ଟି ନୟାଗଡ ଅଞ୍ଚଳର ନିରଞ୍ଜନ ରାଉତଙ୍କ ନାମରେ ଥିବା ଜଣାଯାଇଛି। ତେବେ ପୂର୍ବରୁ ସୂଚନା ପାଇ ପୋଲିସ ମୁତୟନ ଥିବା ସତ୍ତ୍ଵେ ଗଞ୍ଜେଇ ଭର୍ତ୍ତି ଗାଡ଼ିର ଡ଼୍ରାଇଭର କୁ ଘଟଣାସ୍ଥଳରୁ ଫେରାର ହେବାକୁ ସୂଯୋଗ ମିଳିବା ପୋଲିସର ପାରିବାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ଏବଂ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ ଅଧିକାରୀମାନଙ୍କୁ ଅଧିକ ତାଲିମ୍ ନେବାର ଆବଶ୍ୟକ ଥିବା ନେଇ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ଚାଲିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ