ବାଲିକା ସୁରକ୍ଷା ସଚେତନତା ଅଭିଯାନ ନେସନାଲ କଲେଜ୍ ନୂଆପଡ଼ାରେ ଅନୁଷ୍ଠିତ

Aug 19, 2025 - 21:46
 0  13
ବାଲିକା ସୁରକ୍ଷା ସଚେତନତା ଅଭିଯାନ ନେସନାଲ କଲେଜ୍ ନୂଆପଡ଼ାରେ ଅନୁଷ୍ଠିତ

ନୂଆପଡ଼ା : ବାଳିକା ମାନଙ୍କ ଆଇସିସି ର ଦ୍ବିତୀୟ କର୍ମଶାଳା, ଶକ୍ତିଶ୍ରି ଯୋଜନା ଓ ନୂଆପଡା ପୋଲିସ୍ ର ବାଲିକା ସୁରକ୍ଷା ସଚେତନତା ଅଭିଯାନ ମିଳିତ ଭାବେ ନେସନାଲ କଲେଜ୍ ନୂଆପଡ଼ା ରେ ଅନୁଷ୍ଠିତ ହୋଇ ଯାଇଛି, ଆଜି ତା ୧୯.୦୮.୨୦୨୫ ରେ ନେସନାଲ କଲେଜ୍ ନୂଆପଡ଼ା ର ୩୨ ନମ୍ବର ରୁମ୍ ରେ ଅନୁଷ୍ଠିତ ହୋଇ ଯାଇଛି, । ଏହି କାର୍ଯ୍ୟକ୍ରମ ରେ ଆଇସିସି ର ପ୍ରିଜାଇଡିଂ ଅଫିସର ରାଜନୀତି ବିଜ୍ଞାନ ମୁଖ୍ୟା ଶ୍ରୀମତୀ ମମତା ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କଲେଜ୍ ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ମୁଖ୍ୟ ଅତିଥି, ବରିଷ୍ଠ ଇଂରାଜୀ ଅଧ୍ୟାପକ ଶ୍ରୀ ବିଧାନ ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି, ଶ୍ରୀମତୀ ନନ୍ଦିନୀ ମଞ୍ଜରି ହୋତା, ଡ. ମୀନାକ୍ଷୀ ଦାସ, ଡ. ପ୍ରଣତୀ ପଣ୍ଡା, ଶ୍ରୀମତୀ ଗୀତ ସେଠ୍, ପ୍ରକାଶ କୁମାର ସାହୁ, ନୂଆପଡ଼ା ପୋଲିସ ଆଇଆଇସି ଶ୍ରୀ ଗଙ୍ଗାଧର ମେହେର, ଓ ବବିତା ମହାଭୋଇ ଉପସ୍ଥିତ ଥିଲେ, ସମସ୍ତଙ୍କ ସୁନ୍ଦର ଅଭିଭାଷଣ ଛାତ୍ରୀ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା, ଛାତ୍ରୀ ମାନଙ୍କ ଉତ୍ସାହ ପରିଲକ୍ଷିତ ହୋଇଥିଲା, ପ୍ରକାଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲା ବେଳେ ଡ. ପ୍ରଣତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

 ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ