।। ବ୍ଲକସ୍ତରୀୟ ଶିଶୁ ମୋହତ୍ସବ ସୁରଭି ଓ ଓଡ଼ିଶା ମିଲେଟସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Oct 19, 2023 - 18:38
 0  96
।। ବ୍ଲକସ୍ତରୀୟ ଶିଶୁ ମୋହତ୍ସବ ସୁରଭି ଓ ଓଡ଼ିଶା ମିଲେଟସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ମୁନିଗୁଡ଼ା ନ୍ୟିୟୁଜ୍ : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସଦରମହକୁମା ସ୍ଥିତ ଗୋଷ୍ଟୀ ଶୀକ୍ଷା ଅଧିକାରୀ କାରୀଙ୍କ କାର୍ଯ୍ୟାଳୟ ଠାରେ ବ୍ଲକ୍ ସ୍ଥରୀୟ ଶିଶୁ ମୋହତ୍ସବ ସୁରଭି ଓ ଓଡିଶା ମିଲେଟସ୍ ପ୍ରତିଯୋଗିତା ୨୦୨୩ ଅନୁଷ୍ଠିତ ହୋଇଯାଇଛି ।ଗୋଷ୍ଠୀ ଶିକ୍ଷା ଅଧିକାର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଷମକଟକ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀଯୁକ୍ତ ସଦାଶିବ ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିୟ ଅତିଥି ଭାବେ ପଞ୍ଚାୟତ ସମିତି ଉପାଦକ୍ଷ ଶ୍ରୀଯୁକ୍ତ ଦେବୀପ୍ରସାଦ ପଟ୍ଟନାୟକ ,ନଡ଼ାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଯୋଗଦେଇଥିଲେ ,ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ବିଦ୍ୟାଳୟରୁ ଚାରିଶହ ଛାତ୍ର ଛାତ୍ରୀ ଭାଗନେଇଥିବା ବେଳେ କାଯ୍ୟକ୍ରମରେ ବକୃତା, ତର୍କ, ପ୍ରବନ୍ଧ ଲିଖନ ଚିତ୍ରାଙ୍କନ,ସଂଗୀତ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ୧୦ ଗୋଟି ବିଭାଗରେ ଆସିଥିବା ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପଦକ ଦେଇ ଅତିଥି ମାନେ ପୁରସ୍କୃତ କରିଥିଲେ। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି ୨୦୨୩ ରେ ଅଂଶଗ୍ରହଣ କରିବେ ଗୋଷ୍ଟି ଶିକ୍ଷା ଅଧିକାରୀ ନବିନଚନ୍ଦ୍ର ଖରା ସୂଚନା ଦେଇଛନ୍ତି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ