।। ସରକାର ଙ୍କ ସହାୟତାରାଶି ୪ଲକ୍ଷ କୁ ହଡପ ନେଇ ମହିଳା ଥାନାର ଦ୍ୱାରସ୍ଥ ।।

Jul 31, 2023 - 21:28
 0  116
।। ସରକାର ଙ୍କ ସହାୟତାରାଶି ୪ଲକ୍ଷ କୁ ହଡପ ନେଇ ମହିଳା ଥାନାର ଦ୍ୱାରସ୍ଥ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କେରପାଇ ଗ୍ରାମ ପଂଚାୟତ କାଚଲେଖା ଗ୍ରାମରେ ଜଣେ ବିଧବା ମହିଳା ଠାରୁ ନଗଦ ୪ଲକ୍ଷ ଟଙ୍କା ରୁ ୧ ଲକ୍ଷ ଦୁଇ ହଜାର ଦେଇ ଅବଶିଷ୍ଟ ଟଙ୍କା କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଉଠାଣ କରି ନେଇ ସୂଚନା ମିଳିଛି । ଗତବର୍ଷ ଲଗାଣ ବର୍ଷା ରେ କୁମାତାଡୀ ମାଝୀ ର ସ୍ୱାମୀ ଶ୍ରୀ ମାସିଆ ମାଝୀ କାଚଲେଖା ଗ୍ରାମ ନାଗବଳୀ ନଦୀ ପାର ହେବା ସମୟରେ ବୁଡି ଯାଇ ମୃତ୍ୟୁ ବରଣ କରିଥିଲେ।ଏନେଇ ସରକାର ଶ୍ରୀମତି ମାଝୀ ଙ୍କୁ ସହାୟତା ରାଶି ଅନୁଯାଇ ମୃତ୍ୟୁ ବ୍ୟକ୍ତି ଙ୍କ ସ୍ତ୍ରୀ କୁମାତାଡୀ ମାଝୀ ଙ୍କ ଆକାଉଣ୍ଟ ରେ ଗତବର୍ଷ ୨୮/୧୦/୨୨ ରିଖରେ ବ୍ୟାଙ୍କ ଖାତା ରେ ଚାରି ଲକ୍ଷ ଟଙ୍କା ପଡିଥିଲାl

ଏହା ଜାଣିପାରି କେରପାଇ ଗ୍ରାମ ର କୁମାତାଡି ମାଝୀ ଙ୍କୁ ଡରେଇ ଧମକେଇ ସଂଜୀବ ନାଏକ ଆସି ଆକାଉଣ୍ଟ ରେ ପଇସା ପଡିଛି ବୋଲି କହି ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ନାଏକ ଙ୍କ ଏକ ମିନି ଗ୍ରାମ ବ୍ୟାଙ୍କ ଖୋଲିଛନ୍ତି।ଉଭୟ ଏହାର ଫାଇଦା ନେଇ ମୋଟ ୩୯ ଥର ଦଶ ଦଶ ହଜାର ଟଙ୍କା ଉଠାଣ କରି ଉପଭୋକ୍ତା ଙ୍କୁ ମୋଟ ଏକ ଲକ୍ଷ ଦୁଇ ହଜାର ଟଙ୍କା ଦେଇ ବାକି ତକ ସବୁ ଟଙ୍କା ଆତ୍ମସାତ କରିଛନ୍ତି ଏବଂ ଡରେଇ ଦମକେଇ ଦେବୀ ନାହିଁ ବୋଲି କହିବାରୁ ସମ୍ପୃକ୍ତ ମହିଳା ଆଜି ଥୁଆମୂଳ ରାମପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ।ଏହିପରି ଗ୍ରାମାଞ୍ଚଳରେ( ସି. ଏସ.ପି) ମିନି ବ୍ୟାଙ୍କ କରି ଅଂଚଳ ର ଅନେକ ଲୋକ ଠକେଇ ର ଶିକାର ହୋଇଥିବା ଅଭିଯୋଗ ଆସେ କିନ୍ତୁ ଲୋକଙ୍କ ଅସହାୟତା ର ଓ ଅଶିକ୍ଷିତ ର ସୁଯୋଗ ନେଇ ମିନି ବ୍ୟାଙ୍କ ବାଲେ ଅଧିକାଂଶ ଲୋକଙ୍କ ସରକାର ବିଭିନ୍ନ ଯୋଜନା ରୁ ଆସୁଥିବା ଟଙ୍କା କୁ ଆତ୍ମା ସାତ କରୁଥିବା ଜଣାପଡିଛି ।ଏହାର ସଠିକ ତଦନ୍ତ କରି ଦୋଷୀ ମାନଙ୍କ ଉପରେ ଦୃଡ ରୁ ଦୃଡ କାର୍ଯ୍ୟାନୁଷ୍ଠାନ ପାଇଁ ଅଂଚଳ ବାସୀ ଦାବି କରିଛନ୍ତି।

 କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ