।। ଜଙ୍ଗଲ ଭିତରେ ଠାବ ହେଲା ନିଖୋଜ ବୃଦ୍ଧଙ୍କ ମୃତ ଦେହ ।।

Feb 15, 2024 - 19:13
 0  78
।। ଜଙ୍ଗଲ ଭିତରେ ଠାବ ହେଲା ନିଖୋଜ ବୃଦ୍ଧଙ୍କ ମୃତ ଦେହ ।।

ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଅଧିନ ଉପର ଚବ୍ରି ଗ୍ରାମର ୭୦ ବର୍ଷୀୟ ବୃଦ୍ଧ ସୁନା ମାଝୀ। ଗତ ୯ ତାରିଖରୁ ଘରୁ ବାହାରି ଆଉ ଫେରିନଥିଲେ। ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇ ଆଖପାଖ ଅଞ୍ଚଳରେ ବହୁତ ଖୋଜାଖୋଜି କରି ମଧ୍ୟ ପାଇନଥିଲେ।ଯାହାକୁ ନେଇ ପରିବାର ପକ୍ଷରୁ ଥୁଆମୂଳ ରାମପୁର ଥାନାରେ ଲିଖିତ ଭାବେ ନିଖୋଜ ଅଭିଯୋଗ ଦେଇଥିଲେ।ଏହାପରେ ପୋଲିସ ଗାଁକୁ ପହଞ୍ଚି ତଦନ୍ତ ସ୍ବରୁପ ନିଖୋଜ ବୃଦ୍ଧର ସନ୍ଧାନରେ ଲାଗି ମଧ୍ୟ ପୋଲିସର ନଜରରେ ଆସିନଥିଲା।ପରେ ଗାଁ ଲୋକେ ଜଙ୍ଗଲରେ ଖୋଜିବାକୁ ଲାଗିଲେ।୧୪ ତାରିଖ ଦିନ ନିକଟ ଦାମନ୍ ଜଙ୍ଗଲରେ ସୁନା ମାଝୀଙ୍କ ମୃତ ଦେହ ଦେଖି ଗାଁ ଲୋକେ ଉଦ୍ଧାର କରିବା ପରେ ପୋଲିସକୁ ଖବର ଦେଲେ।ମହୁଲ ପାଟଣା ପୋଲିସ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତର ଖାନା ପଠାଇବାକୁ ଚେଷ୍ଟା କରୁଥିବା ବେଳେ ଶବ ନେବା ପାଇଁ ଗାଡିର କୌଣସି ବ୍ୟବସ୍ଥା ହୋଇ ପାରୁନାହିଁ lହେଲେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତି ସାରିଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ପାଇଁ ଶବ ବାହକ ଗାଡିର ବ୍ୟବସ୍ଥା ହେଇପାରିନଥିବା ବିଡମ୍ବନାର ବିଷୟ ।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରା ପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ