।। ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକ୍‌ଅପ୍‌ ଭ୍ୟାନ୍, ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ।।

Apr 10, 2023 - 13:49
 0  183
।। ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକ୍‌ଅପ୍‌ ଭ୍ୟାନ୍, ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ।।

ମାଲକାନଗିରି ଜିଲ୍ଲା ନାୟକଗୁଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ପିକ୍‌ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଛି । ଗାଡିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଗାଡିରେ ଥିବା ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଖବର ଲେଖାହେବା ପର୍ଯ୍ୟନ୍ତ ଡ୍ରାଇଭର ଜଣଙ୍କ ଗାଡି ଭିତରେ ଚାପି ହୋଇ ରହିଥିବା ଜଣାପଡିଛି ।ସୂଚନାଯୋଗ୍ୟ ଯେ, ମାଲକାନଗିରିରୁ ଜୟପୁର ଅଭିମୁଖେ ପିକ୍‌ଅପ୍ ଭ୍ୟାନ୍‌ଟି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତଗତିରେ ଯାଉଥିବାରୁ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟିହୋଇ ଯାଇଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇନଥିଲେ । ଗାଡିଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିବାରୁ କଟର ସାହାଯ୍ୟରେ କାଟି ଡ୍ରାଇଭରଙ୍କୁ ବାହାର କରାଯିବାକୁ ଚେଷ୍ଟା କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ