ମିର୍ଗିନେଣ୍ଡି ଗ୍ରାମପଞ୍ଚାୟତର ପିଇଓ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ

May 20, 2026 - 17:51
 0  2
ମିର୍ଗିନେଣ୍ଡି ଗ୍ରାମପଞ୍ଚାୟତର ପିଇଓ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ

ବାରିପଦା, ୧୯/୦୫/୨୦୨୬ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ମିର୍ଗିନେଣ୍ଡି ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ପରଶୁରାମ ନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ଘୁଷ ନେଉଥିବା ସମୟରେ ଗିରଫ କରିଛି । ସୂଚନା ଅନୁସାରେ, ଗ୍ରାମପଞ୍ଚାୟତର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବକେୟା ପାରିଶ୍ରମିକ ଫାଇଲ ପ୍ରକ୍ରିୟାକରଣ ଏବଂ ନିୟମିତ ପାରିଶ୍ରମିକ ପ୍ରଦାନ ସୁବିଧା ପାଇଁ ଅଭିଯୁକ୍ତ ପିଇଓ ୧୮ ହଜାର ଟଙ୍କା ଘୁଷ ଦାବି କରୁଥିଲେ । ଉକ୍ତ କର୍ମଚାରୀ ୨୬.୦୩.୨୦୨୩ ରୁ ୦୩.୦୪.୨୦୨୫ ପର୍ଯ୍ୟନ୍ତ ପାରିଶ୍ରମିକ ପାଇନଥିବା ବେଳେ, ବିଡିଓଙ୍କ ଆଦେଶ ସତ୍ତ୍ୱେ ମଧ୍ୟ ତାହା ଜାରି ହୋଇନଥିଲା । କର୍ମଚାରୀ ଜଣକ ବାରମ୍ବାର ପାରିଶ୍ରମିକ ମୁକ୍ତି ପାଇଁ ଅନୁରୋଧ କରିଥିଲେ ମଧ୍ୟ ପରଶୁରାମ ନାୟକ ଘୁଷ ଦେବାକୁ ଚାପ ପକାଉଥିଲେ । ଏପରିକି ଘୁଷ ନଦେଲେ ପାରିଶ୍ରମିକ ମୁକ୍ତି କରିବେ ନାହିଁ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି । ନିରୁପାୟ ହୋଇ କର୍ମଚାରୀ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ଏହାପରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ପରଶୁରାମ ନାୟକଙ୍କୁ ୧୮ ହଜାର ଟଙ୍କା ଘୁଷ ନେଉଥିବା ସମୟରେ ଧରିଥିଲେ । ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ଘୁଷ ଟଙ୍କା ଜବତ କରାଯାଇଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ