।। ଶିକ୍ଷୟତ୍ରୀଙ୍କୁ ଭବ୍ୟ ବିଦାୟୀ ସମ୍ବର୍ଦ୍ଧନା ।।

Jul 31, 2023 - 21:38
 0  290
।। ଶିକ୍ଷୟତ୍ରୀଙ୍କୁ ଭବ୍ୟ ବିଦାୟୀ ସମ୍ବର୍ଦ୍ଧନା ।।

ଦାମନଯୋଡି,୩୧/୭(କୋରାପୁଟ ପ୍ରଥମ ଖବର): କୋରାପୁଟ ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କୁଡୁମୁଲୁର ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ସେଣଙ୍କୁ ଗ୍ରାମବାସୀ,ବିଦ୍ୟାଳୟ ପରିଚାଳନା କମିଟି,ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଅବସରକାଳୀନ ଭବ୍ୟ ବିଦାୟୀ ସମ୍ବର୍ଦ୍ଧନା ଦେଇ ଭାବ ବିହ୍ୱଳ ପରିବେଶ ଭିତରେ ସମାପନ କରିଥିଲେ।

ତାଙ୍କୁ ଫୁଲତୋଡ଼ା, ଉପଢୌକନ ଓ ଉପହାର ଦେଇ ସମ୍ମାନୀତ କରାଯାଇଥିଲା। ପ୍ରବଳ ବର୍ଷା ସତ୍ବେ ଗ୍ରାମବାସୀମାନେ ବାଜା ବଜାଇ ଦଳ ଦଳ ହୋଇ ଢେମସା ନାଚି କୁଡୁମୁଲୁ ଗ୍ରାମରୁ ମାଥାଲପୁଟ ପଯ୍ୟନ୍ତ ନେଇ ବିଦାୟ ଦେଇଥିଲେ।ସେ ଏପ୍ରିଲ ୧୯୮୮ ମସିହାରେ ଜଗତସିଂପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଯାଆ଼ ବେନୁଆ ପ୍ରାଥମିକ ବିଦ୍ୟାଳୟରୁ ନିଜର ଶିକ୍ଷକତା ଆରମ୍ଭ କରି ଜୁଲାଇ ୨୦୨୩ରେ କୋରାପୁଟ ଜିଲ୍ଲାର କୋରାପୁଟ ବ୍ଲକ ଅନ୍ତର୍ଗତ କୁଡ଼ୁମୁଲୁ ପ୍ରଥମିକ ବିଦ୍ୟାଳୟରେ ଶେଷ କରିଥିଲେ।

ତାଙ୍କର ଦୀର୍ଘ ୩୬ ବର୍ଷର ଶିକ୍ଷକତା ମଧ୍ୟରେ ସେ ନିଜକୁ ଜଣେ କାର୍ଯ୍ୟ ଦକ୍ଷ, କର୍ତ୍ତବ୍ୟ ନିଷ୍ଠ , ଛାତ୍ର ବତ୍ସଳ,ମିଷ୍ଟଭାଷୀ ତଥା ଆଦର୍ଶ ଶିକ୍ଷୟିତ୍ରୀ ରୂପେ ନିଜକୁ ପ୍ରତିପାଦିତ କରିପାରିଥିଲେ। ତାଙ୍କର ଜନ୍ମ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଅରିଲୋ ଗ୍ରାମରେ।

ପିତା ଯୋଗେନ୍ଦ୍ର ଚନ୍ଦ୍ର ସେଣ,ମାତା କାଞ୍ଚନ ବାଳା ସେଣ ଓ ସ୍ଵାମୀ ଅନନ୍ତ ଚରଣ ସାମଲ ନିକଟରେ ନାଲକୋରୁ ଅବସର ଗ୍ରହଣ କରିଛନ୍ତି।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ବିଶ୍ବାଳ ତାଙ୍କର ଅବସରର ପରବର୍ତ୍ତୀ ଜୀବନ ନିରୋଗ ଓ ସୁଖମୟ କାମନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଦାମୋନଯୋଡି ରୁ ଭାରତୀ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ