ବିପଦକୁ ହାତ ଠାରି ଡାକୁଛି କାନ୍ତକାର ସେତୁ:ସେତୁର ଉଭୟ ପଟ ବାଡ଼ା ନିର୍ମାଣ ପାଇଁ ଦାବି

ଯାଜପୁର,ବରୀ ବ୍ଲକର ଜୀବନ ରେଖା କୁହା ଯାଉଥିବା ବରୀ-ରାମଚନ୍ଦ୍ରପୁର ରାସ୍ତାର କାନ୍ତକାର ସେତୁ ବିପଦକୁ ହାତ ଠାରି ଡାକୁଛି । ହେଲେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କର ଆଦୌ ନଜର ନାହିଁ । ଫଳରେ ଯେ କୌଣସି ସମୟରେ ଏଠାରେ ବଡ଼ ବିପଦ ଦେଖା ଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହି ରାସ୍ତା ଉପରେ ବରୀ ବ୍ଲକର ୨୯ ପଞ୍ଚାୟତ ନିର୍ଭରଶୀଳ । ଦୈନିକ ହଜାର ହଜାର ଗାଡି ମଟର ଏହି ରାସ୍ତାରେ ଗତାଗତ କରୁଛି । ଏହା ସହିତ ବହୁ ସଂଖ୍ୟକ ଯାତ୍ରୀବାହୀ ବସ ମଧ୍ୟ ଗତାଗତ କରୁଛି । ଶତାଧିକ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ସାଇକେଲ ଓ ମଟର ସାଇକେଲରେ ଗତାଗତ କରୁଛନ୍ତି । ହେଲେ କାନ୍ତକାର ସେତୁର ବିପଦପୂର୍ଣ୍ଣ ବାଡ଼ା ପଥଚାରୀ, ଗାଡି ଚାଳକଙ୍କ ପାଇଁ ବିପଦର କାରଣ ହୋଇଛି । ସଂଯୋଗୀ କରଣ ରାସ୍ତାରେ ସେତୁକୁ ଲାଗି ନିର୍ମାଣ ହୋଇଥିବା ସିମେଣ୍ଟ ଖୁଣ୍ଟ ଭାଙ୍ଗି ଏହା ମୁକୁଳା ପଡିଛି । ଏଠାରୁ କେହି ଖସି ପଡିଲେ ପ୍ରାୟ ୨୫ ଫୁଟ ତଳେ ପଡି ମୃତ୍ୟୁ ବରଣ କରିବେ ନ ହେଲେ ଗୁରୁତର ଆହତ ହେବେ । ଏବେ ଏହି ରାସ୍ତା ସଂପ୍ରସାରଣ ହେଉଛି । ରାସ୍ତା ସଂପ୍ରସାରଣ ସମୟରେ ଏହି ସେତୁର ଉଭୟ ପଟ ବାଡ଼ାକୁ ପୁନଃ ନିର୍ମାଣ କରିବାକୁ ବରିଷ୍ଠ ସମାଜ ସେବୀ ଲାଲବିହାରୀ ମହାନ୍ତି, ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ଦାବି କରିଛନ୍ତି ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






