।। ବିଦ୍ୟୁତ୍ ତାରରୁ ନିଆଁ ବାହାରି ଜଳିଗଲା ଘର ।।

Jul 23, 2023 - 14:35
 0  157
।। ବିଦ୍ୟୁତ୍ ତାରରୁ ନିଆଁ ବାହାରି ଜଳିଗଲା ଘର ।।

ଦିଗାପୁର ଗ୍ରାମ ପଞ୍ଚାୟତ ସଦର ଦିଗାପୁର ଗ୍ରାମ ଠାରେ ଥିବା ଗୁପ୍ତେଶ୍ୱର ପାଣିଗ୍ରାହୀ ଙ୍କ ଘର ତଥା ଦୀର୍ଘ ପନ୍ଦର ବର୍ଷରୁ ଉର୍ଦ୍ଧ ସମୟ ଧରି ଭଡ଼ାରେ ରହୁଥିବା ଇଶ୍ୱର କମାରଙ୍କ ଘର ଅଚାନକ ଶନିବାର ସକାଳ ଆଠଟା ସମୟରେ ଘରେ ନିଆଁ ଲାଗି ଯାଇଥିଲା l

ଉଭୟଙ୍କ ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଥିଲା l ଘରର ଘରଇ ବ୍ୟବହାର ସାମଗ୍ରୀ ଜିନିଷ ପତ୍ର ତଥା ଧାନ ଚାଉଳ, ମାଣ୍ଡିଆ, ଲୁଗାପଟା ସମେତ ପନ୍ଦର ହଜାର ଟଙ୍କା ପୋଡି ଯାଇଥିବା ଘର ମାଲିକ ପ୍ରକାଶ କରିଛନ୍ତି l

ସୂଚନା ମୁତାବକ ଆଜି ଅର୍ଥାତ ଶନିବାର ସକାଳ 8 ଟା ବେଳେ ଘରକୁ ଆସିଥିବା ବିଦ୍ୟୁତ ତାର ନିକଟରେ ନିଆଁ ବାହାରି ଘରେ ନିଆଁ ଲାଗିଥିଲା l ଘରର ସମସ୍ତେ ବିଲରେ କାମ କରିବାକୁ ଚାଲି ଯାଇଥିଲେ , ସେହିପରି ପିଲା ମାନେ ଶନିବାର ସକାଳ ସ୍କୁଲ ଚାଲିଯାଇଥିଲେ । ଘରଇ ଜିନିଷ ନଷ୍ଟ ହୋଇଥିବା ବେଳେ ଲୋକଙ୍କ ଜୀବନ ପ୍ରତି କୌଣସି ଆଘାତ ହୋଇନଥିବା ସୂଚନା ରହିଛି l

ଘରେ ନିଆଁ ଲାଗିବା ଦେଖି 112 ଯୋଗେ ସୂଚନା ଦେବା ପରେ 9.45 ସମୟରେ ବୈପାରୀଗୁଡ଼ା ଦମକଳ ବାହିନୀ ଆସି ଘରର ଅବଶିଷ୍ଟାଂଶ ରୁ ନିଆଁ ଲିଭାଇଥିଲେ l କୁନ୍ଦ୍ରା ତହସିଲଦାର ଆୟୁବ ମଣ୍ଡଳ ସୂଚନା ପାଇ ଦିଗାପୁର ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳକୁ ପଠାଇ ରିପୋର୍ଟ ପ୍ରସ୍ତୁତ କରିଥିଲେ l

କୁନ୍ଦ୍ରା ଯୋଗାଣ ଅଧିକାରୀ ମୁରଲୀଧର ହେସା ସୂଚନା ପାଇ ଚାଉଳ, ଡାଲି, ଆଳୁ ପିଆଜ ଆଦି ପ୍ରଦାନ୍ କରିଥିଲେ l କୁନ୍ଦ୍ରା ବ୍ଲକ୍ ସାଥି ସାମାଜିକ ସଂଗଠନ ତରଫରୁ ଚାଉଳ, ଡାଲି,ଶାଢ଼ୀ, ଲୁଙ୍ଗି ଟାୱାଲ,କମ୍ବଳ ଏବଂ 3 ଜଣ ଛୋଟ ଛୁଆ ଙ୍କୁ ଡ୍ରେସ ପ୍ରଦାନ୍ କରିଥିଲେ l

 ବୈପାରିଗୁଡ଼ା ରୁ ଗୋମତିି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ