ରାଷ୍ଟ୍ରପତି ପଦ ଅଳଙ୍କୃତ ପରେ ପ୍ରଥମ କରି ନିଜ ଜନ୍ମମାଟି ରେ ମହାମହିମ ରାଷ୍ଟ୍ରପତି

Dec 6, 2024 - 18:57
 0  8
ରାଷ୍ଟ୍ରପତି ପଦ ଅଳଙ୍କୃତ ପରେ ପ୍ରଥମ କରି ନିଜ ଜନ୍ମମାଟି ରେ ମହାମହିମ ରାଷ୍ଟ୍ରପତି

ରାଇରଙ୍ଗପୁର/ବାରିପଦା : ତା ୦୬-୧୨-୨୦୨୪ ରିଖ  ଆଜି  ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପଶ୍ଚିମବଙ୍ଗ ର କଲେଇକୁଣ୍ଡା ବିମାନ ବନ୍ଦର ରୁ ବାୟୁ ସେନାର ସ୍ୱତନ୍ତ୍ର ହ୍ୟାଲିକେପଟର ଯୋଗେ ଆସି ବାଦାମପାହାଡର ରଙ୍ଗାମାଟିଆ ହେଲିପ୍ୟାଡ଼ ଠାରେ ପୂର୍ବାହ୍ନ ୧୧:୦୫ ମିନିଟ ସମୟରେ ଅବତରଣ କରିବା ପରେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ମାନ୍ୟବର ସାଂସଦ, ମୟୂରଭଞ୍ଜ ଶ୍ରୀଯୁକ୍ତ ନବ ଚରଣ ମାଝୀ ଓ ଅନ୍ୟାନ୍ୟ ବରିଷ୍ଠ ସରକାରୀ ପଦାଧିକାରୀଙ୍କ ସହ ସେ ଜନ୍ମଲାଭ କରିଥିବା ନିଜର ପୈତୃକ ଗ୍ରାମ ଉପରବେଢା ଅଭିମୁଖେ ଯାଇଥିଲେ। ରାଷ୍ଟ୍ରପତି ପଦ ଅଳଙ୍କୃତ ପରେ ପ୍ରଥମ କରି ନିଜ ଜନ୍ମ ଗ୍ରାମକୁ ଆସିଥିବାରୁ ଗ୍ରାମବାସୀ ମାନେ ତାଙ୍କୁ  ଘଣ୍ଟ ବାଦ୍ୟ ସହିତ ପାରମ୍ପରିକ ରୀତିନୀତି ରେ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ଜଣାଇବା ସହ ଆନନ୍ଦ ଉଲ୍ଲାସ ସହିତ ବିରାଟ ପଟୁଆରରେ ଶୋଭାଯାତ୍ରା କରି ପାଛୋଟି ନେଇଥିଲେ। ମହାମହିମ ତାଙ୍କ ଜନ୍ମ ମାଟିରେ ପହଂଚିବା କ୍ଷଣି ଏହାର ଚରଣ ସ୍ପର୍ଶ କରି ଜନ୍ମମାଟିକୁ ଭକ୍ତିପୂତ ପ୍ରଣାମ ଜଣାଇବା ସହ ନିଜ ଜନ୍ମ ମାଟିର ପରସ ରେ ଉଲ୍ଲସିତ ହୋଇ ଉଠିଥିଲେ ଓ ନିଜ ପ୍ରିୟଜନ ତଥା ଗ୍ରାମବାସୀ ମାନଙ୍କ ଗହଣ ରେ ଆସି ଅତ୍ୟନ୍ତ ଭାବବିହ୍ୱଳ ଏବଂ ଆନନ୍ଦରେ ବିଭର ହୋଇ ପଡ଼ିଥିଲେ ଯାହାକି ତାଙ୍କ ମୁଖ ମଣ୍ଡଳରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା।  ଏହାପରେ ସେ ତା'ଙ୍କ ବାଲ୍ୟ କାଳରେ ପ୍ରାଥମିକ ଶିକ୍ଷା ଲାଭ କରିଥିବା ଉକ୍ତ ଗ୍ରାମର ଉପରବେଢା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଯାଇଥିଲେ ଏବଂ ସ୍କୁଲ ର ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ସ୍ନେହଭରା ଭାବ ବିନିମୟ କରିଥିଲେ। ଏହି ଅବସରରେ ମହାମହିମ କହିଥିଲେ, "ଭାରତର ରାଷ୍ଟ୍ରପତି ହେବା ମୋ ପାଇଁ ଆଶୀର୍ବାଦ ଏବଂ ଏହି ଗାଁରେ ମୋ ବିଦ୍ୟାଳୟର ଶିକ୍ଷକମାନଙ୍କଠାରୁ ଶିକ୍ଷାଲାଭ କରିବା ଏକ ସୌଭାଗ୍ୟର ବିଷୟ ମୋ ପାଇଁ । ମୋ ସମୟରେ ଏଇ ସ୍କୁଲ ନଥିଲା... ଦେଖିକି ଖୁସି ଲାଗୁଛି ଯେ ମୋ ସ୍କୁଲକୁ ବର୍ତ୍ତମାନ ନବୀକରଣ କରାଯାଇଛି।  ମୁଁ ଯେଉଁ ବିଦ୍ୟାଳୟରେ ପଢୁଥିଲି, ଏହା ଏକ କଚ୍ଚା ଘର ଥିଲା। ମୁଁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଚାହେଁ ଏବଂ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ଏହି ବିଦ୍ୟାଳୟ, ଏକ ନୂତନ ରୂପ ପାଇ ପାରିଛି। ବର୍ତ୍ତମାନ ଶିକ୍ଷାର ନୂତନ ଯୁଗ, ସବୁକିଛି ବଦଳାଇ ଦେଇଛି। "ଲେଖିବାକୁ ଆମର କଲମ ମଧ୍ୟ ନଥିଲା କିନ୍ତୁ ଜୀବନରେ ଆଗକୁ  ଆମର ଏକ ଉତ୍ସାହ ଥିଲା ଏବଂ ଏହି ପଦବୀ ପାଇବା ପାଇଁ ଏହି ବିଦ୍ୟାଳୟ ମୋତେ ଛୁଆଟି ବେଳରୁ ପ୍ରୋତ୍ସାହନ ଯୋଗାଇଛି। ଏଠାରେ ମୋ ସ୍କୁଲ ଦେଖି ମୁଁ ବହୁତ ଖୁସି ଅନୁଭବ କରୁଛି ଏବଂ ମୁଁ ବର୍ତ୍ତମାନ ସମସ୍ତଙ୍କ ଆଗରେ ଠିଆ ହୋଇ କଥା ହେବା ସମୟରେ, ମୋର ପିଲା ଦିନର କଥା ମାନେ ପଡିଯାଉଛି। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ।" ଏହାପରେ ମହାମହିମ, ସ୍ଥାନୀୟ କମଳା-ବିମଳା ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ ଓ ସେଠାରେ ଯୁବବର୍ଗଙ୍କ ସହିତ ଭାବ ବିନିମୟ କରିବା ସମୟରେ ଯୁବଶକ୍ତିର ଉପାଦେୟତା ଓ ନିଷ୍ଠପରତା ଦେଶକୁ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।  ଏହାପରେ ସେଠାରୁ ଉପରବେଢା ସ୍ଥିତ ନିଜ ବାସଭବନରେ ପହଂଚି  ନିଜ ଗ୍ରାମବାସୀ ମାନଙ୍କ ସହିତ ଭାବାବେଗପୂର୍ଣ୍ଣ ପରିବେଶ ମଧ୍ୟ୍ୟରେ ଭାବ ବିନିମୟ କରିଥିଲେ। ସେଠାରୁ ସେ ସ୍ୱତନ୍ତ୍ର ଯାନ ଯୋଗେ ସଡ଼କ ପଥରେ ରାଇରଙ୍ଗପୁର ସ୍ଥିତ ଅତିଥି ଭବନ ଅଭିମୁଖେ ମଧ୍ୟାହ୍ନ ଭୋଜନ ତଥା ବିଶ୍ରାମ ନିମନ୍ତେ ଯାତ୍ରା କରିଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ନରେ ମହାମହିମ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଠାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ, ଏସଏଲଏସ ଟ୍ରଷ୍ଟର ଏକ ଜରୁରୀକାଳୀନ ଯାନ, ଉପଖଣ୍ଡ ଚିକିତ୍ସାଳୟ ନିମିତ୍ତ ପ୍ରଦାନ କରିବା ସହିତ ଏହାର ଶୁଭ ଉଦ୍ଘାଟନ କରିଥିଲେ। ଏହାପରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ସହ ଭାବ ବିନିମୟ କରିଥିଲେ ଏବଂ ନିଜ ଅବିଭାଷଣରେ ମହିଳା ମାନଙ୍କୁ ସଫଳତାର ସହିତ ଓ ସମସ୍ତ ବାଧାବିଘ୍ନକୁ ଏଡାଇ ଆଗକୁ ବଢିବାକୁ ଉପଦେଶ ଦେଇଥିଲେ। ଏହାପରେ, ମହୁଲଡିହା ସ୍ଥିତ ବାବା ପୂର୍ଣ୍ଣେଶ୍ୱର ମନ୍ଦିର ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଆସନ୍ତା କାଲି ମହାମହିମ ବାଙ୍ଗିରିପୋଷି ଠାରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେଇ ରେଳ ବିଭାଗର ବିଭିନ୍ନ ନୂତନ ପ୍ରକଳ୍ପ ଶିଳାନ୍ୟାସ କରିବେ। ଆସନ୍ତା କାଲି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ