ଆଇନଜୀବୀ ଭବାନୀ ପଣ୍ଡା ଙ୍କ ଦ୍ଵାଦଶ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

Dec 6, 2024 - 15:33
 0  163
ଆଇନଜୀବୀ ଭବାନୀ ପଣ୍ଡା ଙ୍କ ଦ୍ଵାଦଶ ଉପଲକ୍ଷେ  ଶ୍ରଦ୍ଧାଞ୍ଜଳି  ସଭା

ଯାଜପୁର ଜିଲ୍ଲା ବରୀ ବାର ଆସୋସିଏସନ ର ସହ ସମ୍ପାଦକ ସ୍ଵର୍ଗତ ଭବାନୀ ପ୍ରସାଦ ପଣ୍ଡା ଙ୍କ ଦ୍ଵାଦଶ ଉପଲକ୍ଷେ ନିଜ ଗ୍ରାମ ନାଥପୁର ପଟଣା ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଅବସରପ୍ରାପ୍ତ ଶିକ୍ଷକ ନେତା ଗଗନ ବିହାରୀ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରାରମ୍ଭରେ ସ୍ଵର୍ଗତ ପଣ୍ଡା ଙ୍କ ଫଟୋ ଚିତ୍ରରେ ପୁଷ୍ପ ଗୁଚ୍ଛ ଦିଆଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସ୍ଵର୍ଗତ ଆତ୍ମା ର ସଦ୍ଗତିଃ ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସ୍ମୃତିଚାରଣ କରାଯାଇଥିଲା। ସ୍ଵର୍ଗତ ପଣ୍ଡା ଙ୍କ ଅକାଳ ବିୟୋଗ ସମଗ୍ର ବରୀ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ଆଣିଛି ବୋଲି ମତ ପ୍ରକାଶ ପାଇଥିଲା।ଏକାଧାରାରେ ଜଣେ ଆଇନଜୀବି, ସାହିତ୍ୟିକ, ସମାଜସେବୀ,ସଙ୍ଗଠକ, କଳାପ୍ରେମୀ ଓ ସାମାଜିକ ଗଣମାଧ୍ୟମ ର ଆଗଧାଡିର ଯୁବ ପ୍ରତିଭା ଥିଲେ ବୋଲି ସ୍ମୃତିଚାରଣ ସଭାରେ ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ।ଏହି ସଭାରେ ବରୀ ବାର ଆସୋସିଏସନ ର ସଭାପତି ରାଜକିଶୋର ସାମଲ, ବରୀ ର ଅତିରିକ୍ତ ତହସିଲଦାର କଲ୍ଲୋଳ ମିଶ୍ର ,ସମାଜସେବୀ ସଞ୍ଜିବ କୁମାର ଯେନା, ଏ ବି ଇ ଓ ପ୍ରଭଞ୍ଜନ ପତି,କପିଳ ସାମଲ,ଶିକ୍ଷକ ନେତା କର୍ଣ୍ଣ ଚନ୍ଦ୍ର ଘଡ଼ାଇ, ମକର ଧ୍ଵଜ ଘଡାଇ,ଗୋପବନ୍ଧୁ ଦାସ, ଅଧ୍ୟକ୍ଷ ବିଜୟ କୁମାର ଦାସ, ପ୍ରଧାନଶିକ୍ଷକ ଗିରିଶ ଚନ୍ଦ୍ର ମିଶ୍ର, ସାମ୍ବାଦିକ ବାଞ୍ଛାନିଧି ସାହୁ, ଆଇନଜୀବୀ ହରିଶ୍ଚନ୍ଦ୍ର ଧଳ, ଅଭୟ କୁମାର ବେଉରିଆ, ବାବାଜୀ ଜେନା, ପରେଶ କର ,ସତ୍ୟ ରଞ୍ଜନ କର, ଶରତ କୁମାର ଯେନା ,ଭାଜପା ଯୁବମୋର୍ଚ୍ଚାର ସଦସ୍ଯ ରଞ୍ଜିତ କର, ତପନ ମଲିକ ,ଗୁଣନିଧି ନାୟକ ,ଧିରେନ୍ଦ୍ର ସ୍ୱାଇଁ ପ୍ରମୂଖ ଆଇନଜୀବୀ ମାନେ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ