।। ଅଙ୍ଗନୱାଡ଼ି ଗୃହ ନ ଥିବାରୁ ବେସରକାରୀ ଗୃହରେ ପାଠ ପଢା ।।

Aug 18, 2023 - 18:35
 0  17
।। ଅଙ୍ଗନୱାଡ଼ି ଗୃହ ନ ଥିବାରୁ ବେସରକାରୀ ଗୃହରେ ପାଠ ପଢା ।।

ଛୋଟ ଛୋଟ ଶିଶୁଙ୍କ ପ୍ରାକ୍ ଶିକ୍ଷା ପାଇଁ ସରକାର ସୁବିଧା କରୁଛନ୍ତି ।

ହେଲେ ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ହାତୀସରା ଗୌନ୍ତିଆପଡ଼ା ରେ ଅଙ୍ଗନୱାଡ଼ି ଦିଦି ଅଛନ୍ତି ପାଠ ପଢା ମଧ୍ୟ ଚାଲିଛି କିନ୍ତୁ କୋମଳମତି ଶିଶୁ ଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ନ ଥିବାରୁ ଜଣକଙ୍କ ବେସରକାରୀ ଘର ରେ ଶିଶୁ ଙ୍କୁ ପାଠ ପଢା କାର୍ଯ୍ୟ ଚାଲିଛି ।

ରୋଷେଇ ପାଇଁ ଘର ବାହାରେ ରନ୍ଧା ଚାଲିଛି ।କେତେ ବେଳେ ବର୍ଷା ହୋଇଗଲେ ରୋଷେୟା ତାଙ୍କ ନିଜ ଘରେ ରାନ୍ଧି ପିଲା ଙ୍କୁ ଖାଇବା ପାଇଁ ଦିଆ ଯାଉଛି ।ପିଲା ଖେଳ ସାମଗ୍ରୀ ମଧ୍ୟ ଅଛି କିନ୍ତୁ ଶିଶୁ ଙ୍କ ପାଇଁ ମନ ରଞ୍ଜନ ହେଉ ନ ଥିବାରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପ୍ରଶାସନ ଦୃଷ୍ଟି ଦେଇ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରି ଦେଲେ ପ୍ରାକ୍ ଶିକ୍ଷା ଗ୍ରହଣ ଭବିଷ୍ୟତ ଗଢିବେ ବୋଲି ଗ୍ରାମ ବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତ ରେ ନୂଆପଡ଼ା ଉପଜିଲ୍ଲାପାଳ ଙ୍କୁ ପଚାରିବାରୁ ତଦନ୍ତ କରି ଯଥା ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଦେଖା ଯାଉ କୁନି କୁନି ଶିଶୁ ଙ୍କ ପାଇଁ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର କେବେ ନିର୍ମାଣ ହେବ ଓ କେବେ ଶିଶୁମାନେ ଭଲ ଭାବରେ ପ୍ରାକ୍ ଶିକ୍ଷା ଗ୍ରହଣ କରିବେ ତାହା ଦେଖିବା କୁ ବାକି ରହିଲା ।

ନୂଆପଡ଼ାରୁ ବିରବଲ ପ୍ରଧାନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ