।। ଝାରସୁଗୁଡ଼ା ପ୍ରଚାର ପାଇଁ ଦୁଇଦିନ ସମୟ ଥିବାବେଳେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ।।

ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ପ୍ରଚାର ପାଇଁ ଆଉ ଦୁଇଦିନ ସମୟ ଥିବାବେଳେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଚାର ଲାଗି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହଣ ୩ଟା ୪୫ରେ ବିମାନ ଯୋଗେ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ୪ଟା ୩୦ରେ ପହଞ୍ଚିବେ!.ସେଠାରେ ଜେଲ ପାଖ ଅମଲିପାଲି ପଡିଆରେ ହେବାକୁ ଥିବା ସଭାସ୍ଥଳକୁ ଯାଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ୪ଟା ୩୦ରୁ ୫ଟା ୧୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ରହି ପ୍ରଚାର କରିବା ସହ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ୍ ମାଗିବେ!.ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଝାରସୁଗୁଡ଼ାରେ ପ୍ରଚାର କରିବେ। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍ ମାଗିବେ କେନ୍ଦ୍ରମନ୍ତ୍ରୀ। ସକାଳ ୧୦ଟା ୩୦ରେ କୋଲାବିରା ବ୍ଲକରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ଅପରାହ୍ଣ ୪ଟାରେ ଝାରସୁୁଗୁଡ଼ା ସହର ବସଷ୍ଟାଣ୍ଡଠାରେ ମଧ୍ୟ ରୋଡ୍ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଝାରସୁଗୁଡ଼ାରେ ପହଞ୍ଚି ସାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନୀ ପ୍ରଚାରର ଶେଷ ପର୍ଯ୍ୟାୟରେ ଏହି ହାଇଭୋଲଟେଜ୍ ପ୍ରଚାରକୁ ନେଇ ରାଜନୈତିକ ମାହୋଲ ଅଧିକ ଉଷ୍ମ ହେବାରେ ଲାଗିଛି । ବ୍ୟୁର ରିପୋର୍ଟ (କୋରାପୁଟ ୧ମ ଖବର)
What's Your Reaction?






