।। ଟ୍ରାକ୍ଟର ପଛରେ ପିଟି ଦୁଇ ମୃତ୍ୟୁ :ବୈପାରିଗୁାଡ଼ା।।

May 7, 2023 - 10:09
 0  17
।। ଟ୍ରାକ୍ଟର ପଛରେ ପିଟି ଦୁଇ ମୃତ୍ୟୁ :ବୈପାରିଗୁାଡ଼ା।।

ଠିଆ ହେଇଥିବା ଟ୍ରାକ୍ଟର ପଛରେ ପିଟିହୋଇ ଦୁଇ ବାଇକ୍ ଆରହିଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ବୈପାରିଗୁାଡ଼ା ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରମାର ପ୍ରହଲ୍ଲାଦ ଚନ୍ଦ୍ରପାଡ଼ିଆ ପଇଶା ଉଠେଇବା ପାଇଁ ବୈପାରିଗୁାଡ଼ା ଯାଇଥିଲେ । ଆସନ୍ତାକାଲି ବାଲିଗାଁ ଗ୍ରାମ ପଞ୍ଚାୟତର ସିନ୍ଧିଗାଁ ନିକଟସ୍ଥ ମୁଣ୍ଡାଗୁଡ଼ା ଗ୍ରାମର ନିଜ ସଂପର୍କୀୟ ଘରେ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଟଙ୍କା ଦରକାର ପଡ଼ିବାରୁ ବୈପାରିଗୁଡ଼ା ଯାଇ ଏଟିଏମ୍ ରୁ ଟଙ୍କା ଉଠାଇଥିଲେ। ଟଙ୍କା ଉଠେଇ ଘରକୁ ଫେରୁଥିବା ବେଳେ କୁନ୍ଦୁରା ବ୍ଲକ ଅନ୍ତର୍ଗତ ଗୁଣ୍ଡାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାରୁଜବା ଗ୍ରାମର ପରିଚିତ କୃଷ୍ଣ କେନ୍ଦୁଙ୍କ ସହ ଭେଟ ହୋଇଥିଲା। ଉଭୟେ ବାଇକ୍ ଯୋଗେ ଫେରୁଥିବା ବେଳେ ସନ୍ଧ୍ୟା ୮ଟା ସମୟରେ କେନ୍ଦୁଗୁଡ଼ା ଛକରେ ଠିଆ ହୋଇଥିବା ଏକ ପଥର ବୋଝେଇ ଟ୍ରାକ୍ଟରକୁ ପଛପଟରୁ ଧକ୍କା ଦେଇଥିଲେ । ଧକ୍କା ହେବା ପରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ତେବେ ଦୁଇ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା କରିବା ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ଦୁହିଁଙ୍କୁ ପରୀକ୍ଷା କରିବା ପରେ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ କରିଥିଲେ। ଖବର ପାଇ ବୈପାରିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି । ସ୍ଥାନ :- ବୈପାରିଗୁାଡ଼ା କୋରାପୁଟ ବୈପାରିଗୁାଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ (କୋରାପୁଟ ଜିଲ୍ଲା ୧ମ ଖବର)

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ