।। ଦିବ୍ୟଦର୍ଶନ ସଂଘ ପ୍ରତିଷ୍ଠାତା ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୨ ତମ ଜୟନ୍ତୀ ପାଳିତ ।।

Jul 18, 2024 - 18:15
 0  102
।। ଦିବ୍ୟଦର୍ଶନ ସଂଘ ପ୍ରତିଷ୍ଠାତା ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୨ ତମ ଜୟନ୍ତୀ ପାଳିତ ।।

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକର ନିଉଜ୍ : ଅଦ୍ୟ ତା ୧୮/ଜୁଲାଇ/ ୨୦୨୪ ରିଖ ଗୁରୁବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଦିବ୍ୟ ଦର୍ଶନ ସଙ୍ଘର ପ୍ରତିଷ୍ଠାତା ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୨ ତମ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମସ୍ଥାନ ଗୁଡିଆବନ୍ଧ ର ଏଲ୍. ଡି. ମଡର୍ଣ୍ଣ ରାଇସ ମିଲ ଠାରେ ତାଙ୍କ ଶିଷ୍ୟ ଶିଷ୍ୟମାନଙ୍କ ଦ୍ୱାରା ମହାଆଡମ୍ବର ସହ ପାଳନ କରାଯାଇଅଛି । ତାଙ୍କରି ଆବିର୍ଭାବ ସ୍ଥଳ ଗୁଡିଆବନ୍ଧ ଆଜି ଶିଷ୍ୟ ଶିଷ୍ୟାମାନଙ୍କ ଉଦ୍ୟମରେ ଗୁରୁତୀର୍ଥ ଗୁଡିଆବନ୍ଧ ନାମରେ ସରକାରୀ ମାନ୍ୟତା ଲାଭ ନିମନ୍ତେ ଅନୁମୋଦିତ ହୋଇପାରିଛି । ଗୁରୁଙ୍କର ଜନ୍ମ ଏହି ସ୍ଥାନ ରେ ହୋଇ ଥିବାରୁ ପ୍ରତିବର୍ଷ ଗୁଣପୁର ଉପଖଣ୍ଡ ଅଞ୍ଚଳରୁ ସହସ୍ରାଧିକ ଗୁରୁ ଭାଇ ଭଉଣୀ ଯୋଗଦାନ କରି ବହୁ ଆଡମ୍ବର ସହକାରେ ପାଳନ କରିଆସୁଛନ୍ତି । ଚଳିତବର୍ଷ ପ୍ରାୟ ଅଢେ଼ଇ ହଜାର ଭାଇ ଭଉଣୀ ମାନଙ୍କ ଯୋଗଦାନକୁ ଆଖି ଆଗରେ ରଖି ଆୟୋଜନ କରାଯାଇଛି । ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୧୬ ତାରିଖରେ ଭାଇ ଭଉଣୀ ମାନଙ୍କ ଦ୍ବାରା ଗ୍ରାମ ସଫେଇ ଅନୁଷ୍ଠିତ କରାଗଲା । ୧୭ ତାରିଖ ପୂର୍ବାହ୍ନରେ ଗୁରୁତୀର୍ଥ ଗୁଡିଆବନ୍ଧ ର ଗାଁ ପୋଖରୀ ବନ୍ଧ ହିଡରେ ବୃକ୍ଷ ରୋପଣ କରାଗଲା, ଓ ସନ୍ଧ୍ୟାରେ ପ୍ରାକ ପ୍ରସ୍ତୁତି ଓ କିଛି ଭାଇ ଭଉଣୀ ମାନଙ୍କ ଦୀକ୍ଷା ବାର୍ଷିକୀ ପାଳନ କରାଗଲା । ଏବଂ ଆଜି ୧୮ ତାରିଖରେ ଗୁରୁଙ୍କର ୯୨ ତମ ଜନ୍ମ ଜୟନ୍ତୀ କୁ ସକାଳୁ ସକାଳୁ ନିଜ ନିଜ ଗ୍ରାମରେ ଗୁରୁ ନାମ ନଗର ସଂକୀର୍ତ୍ତନ ସାରି ଗୁରୁ ତୀର୍ଥରେ ୮ଘଣ୍ଟା ସମୟରେ ଯୋଗ ଦାନ କରିଥିଲେ । ବିଭିନ୍ନ ଅଞ୍ଚଳର ଶତାଧିକ ଭାଇ ଭଉଣୀ ମାନଙ୍କ ଦ୍ବାରା ଏଠାରେ ନଗର ସଂକୀର୍ତ୍ତନ କରାଯାଇ ଥିଲା । ସକାଳ ୯ ଘଣ୍ଟା ସମୟରେ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ମାନ୍ୟବର ବିଧାୟକ ,ଗୁଣପୁର ଯୋଗଦାନ କରି ରକ୍ତଦାନ ଶିବିର କୁ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଆଜି ଗୁରୁଙ୍କର ୯୨ ତମ ଜୟନ୍ତୀ ହୋଇଥିବାରୁ ବୟାନରେ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଦିବା ୧୧ଘଣ୍ଟା ସମୟରେ ॐକାର ଧ୍ଵନି ଗୁରୁବନ୍ଦନା ଓ ସଂଘର ପ୍ରାରମ୍ଭିକ ସଂଗୀତ ଗାନ କରି ସତସଂଗ ଆରମ୍ଭ କରାଗଲା । ପରେ ଭାଇ ଭଉଣୀ ମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକ୍ରମ କୁ ଗୁରୁ ଭାଇ ଲାଡି. ନାଗେଶ୍ଵର ରାଓ ପରିଚାଳନା କରିଥିଲେ । କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ବାସିନୀ ଭୂଜଙ୍ଗ ଭାଇ ଓ ପୂଜ୍ୟ ରାମକୃଷ୍ଣ ହୋତା ଭାଇ ତଥା ଗୁଡିଆବନ୍ଧ ଶାଖା ସଭାପତି ଲାଡି. ଉଦୟ ଶଙ୍କର (ଗାନ୍ଧୀ) ଭାଇ ମଞ୍ଚାସୀନ ଥିଲେ । ସତସଂଗ କୁ କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ରାମକୃଷ୍ଣ ଭାଇ ପରିଚାଳନା କରିଥିଲେ । ଆଲୋଚନାରେ ଗାନ୍ଧୀ ଭାଇ ମଣିଷ ଜୀବନରେ ଗୁରୁଙ୍କର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ରାମକୃଷ୍ଣ ଭାଇ ଗୁରୁଙ୍କର ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ । ପରିଶେଷରେ କେନ୍ଦ୍ରୀୟ କମିଟି ସଦସ୍ୟ ଭୂଜଙ୍ଗ ଭାଇ ଗୁରୁଙ୍କର ମହାନତା ଉପରେ ଆଲୋକପାତ କରି ବିନା ଗୁରୁ ଜ୍ଞାନରେ ମଣିଷ ମୁକ୍ତି ପ୍ରାପ୍ତ କରିବା ସମ୍ଭବ ନୁହେଁ ବୋଲି ଆଲୋଚନା କରିଥିଲେ ।‌ ସତସଂଗ ରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଭାଇ ଭଉଣୀ ଓ ଆଧ୍ୟାତ୍ମିକ ପ୍ରେମୀ ସଜ୍ଜନ ଯୋଗଦାନ କରିଥିଲେ । ଉପସ୍ଥିତ ସମସ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ପରିବେଶଟି ଆଧ୍ୟାତ୍ମିକ ଭାବ ବିଚାରରେ ପରିପୂର୍ଣ୍ଣ ଥିଲା । ଅଞ୍ଚଳର ସମସ୍ତ ଭାଇ ଭଉଣୀ ମାନଙ୍କ ସହଯୋଗରେ ଏକ ଭବ୍ୟ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇପାରିଥିଲେ ହେଁ, ପଦ୍ମପୁର ଏବଂ ଗୁରୁତୀର୍ଥର ଭାଇ ଭଉଣୀଙ୍କ ସହଯୋଗ ଓ ଶ୍ରମଦାନ ଯଥେଷ୍ଟ ରହିଥିଲା ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ