ଶିମିଳିପାଳକୁ ନଷ୍ଟ କରୁଛି ପ୍ଲାଷ୍ଟିକ କାରଖାନା ଅଭିଯୋଗ ହେଉଛି: ଜିଲ୍ଲା ପ୍ରଶାସନ ର କାର୍ଯ୍ୟାନୁଷ୍ଠାନ କେବେ?

Jun 11, 2025 - 12:22
 0  42
ଶିମିଳିପାଳକୁ ନଷ୍ଟ କରୁଛି  ପ୍ଲାଷ୍ଟିକ କାରଖାନା ଅଭିଯୋଗ ହେଉଛି: ଜିଲ୍ଲା ପ୍ରଶାସନ ର କାର୍ଯ୍ୟାନୁଷ୍ଠାନ କେବେ?

ବାରିପଦା:....ବିଶ୍ୱ ପରିବେଶ ଦିବସ ଅବସରରେ ଏ ବର୍ଷର ଜାତିସଂଘ ପକ୍ଷରୁ ଏଜେଣ୍ଡା ଦିଆଯାଇଛି ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ ବିଶ୍ବ।ଆଉ ଏଇ ଦିନର ଗରିମା ବଜାୟୀ ରଖିବାକୁ ବନବିଭାଗ ଓ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ "ପ୍ଲାଷ୍ଟିକ ମୁକ୍ତ ଶିମିଳିପାଳ"ଉପରେ ଦିବସ ବ୍ୟାପୀ ସଚେତନତା, ପ୍ରୋତ୍ସାହନ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି।ଅପର ପକ୍ଷରେ ଜଙ୍ଗଲକୁ ନିଜ କବ୍ଜାରେ ରଖି ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୨-୩ କି:ମି ଦୂରରେ ଚାଲିଛି ବେଧଡକ ପ୍ଲାଷ୍ଟିକ କାରଖାନା। ମୟୁରଭଞ୍ଜ ଜିଲ୍ଲା ସଦରମୋହକୁମା ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୨୮ନଂ ୱ୍ବାଡ୍ର ଅନତି ଦୂର ମହୁଲିଆ ଠାରେ ଏହି କାରଖାନା ଜଙ୍ଗଲ ମଝିରେ ଚାଲିଛି। କୁଢ଼ କୁଢ଼ ପ୍ଲାଷ୍ଟିକ ଆବର୍ଜନାରେ ପୁରିଛି ଜଙ୍ଗଲ,କାରଖାନାରୁ ନିର୍ଗତ ଆବର୍ଜନା ପାଣି ଜଙ୍ଗଲକୁ ଛଢାଯାଇଥିବା ବେଳେ ଉତ୍ପନ୍ନ ମାଇକ୍ରୋ ପଲ୍ଯୁଟାଣ୍ଟସ୍ କିପରି ପରିବେଶ ଉପରେ ତା'ର ପ୍ରଭାବ ବିସ୍ତାରୁଛି ତାହା ନିଶ୍ଚିନ୍ତ ତଦନ୍ତ ସାପେକ୍ଷ। ଉକ୍ତ ପ୍ଲାଷ୍ଟିକ କାରଖାନା ନାହିଁ ଖଣ୍ଡେ ନାମ ଫଳକ କି ରେଜିଷ୍ଟ୍ରେସନ ନମ୍ବର ଯାହାକି ଉକ୍ତ କାରଖାନା ଫାଟକ ସମ୍ମୁଖରେ ଲାଗିବା କଥା । କିନ୍ତୁ ଆଇନ କୁ ଫୁ କରି ବେଧଡ଼କ ଭାବେ ଚାଲିଛି ଜିଲ୍ଲା ପ୍ରଶାସନ ନାକ ତଳେ ! ସ୍ଥାନୀୟ ବାସିନ୍ଦା ନିକଟରୁ ଯାହା ଶୁଣିବାକୁ ମିଳୁଛି ଉକ୍ତ କାରଖାନା ଦୀର୍ଘ ୧୨-୧୩ ବର୍ଷରୁ ଉର୍ଦ୍ଧ ସମୟ ଚାଲୁ ରହିଆସୁଛି। ତେବେ ଜଙ୍ଗଲ ବିଭାଗ ଏ ବାବଦରେ କିଛି ଖବର ରଖିଛନ୍ତି ନା ନାହିଁ ଏହା ଏକ ବଡ଼ ସଂଗୀନ ବିଷୟ ! ଯଦି ଜିଲ୍ଲା ପ୍ରଶାସନ ପାଖରେ ଓ ବନ ବିଭାଗ ପାଖରେ ଏ ବାବଦକୁ ଖବର ଅଛି ତାହାଲେ କିପରି ଉକ୍ତ ଆଇନ ଅମାନ୍ୟ ଭାବେ ଚାଲୁଥିବା ପ୍ଲାଷ୍ଟିକ କାରଖାନା ଚାଲିଛି ? ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ଠାରୁ ବୁଦ୍ଧିଜୀବୀ ସମସ୍ତ ଙ୍କୁ ବ୍ୟଥିତ ଓ ଚିନ୍ତିତ ହେବାକୁ ବାଧ୍ଯ କରିଛି । ଯଦି ବାସ୍ତବିକ ପ୍ରଶାସନର ଅଜ୍ଞାତ ରେ ଏହି କାରଖାନା ଚାଲିଥାଏ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ବନ୍ଦ କରି ତଦନ୍ତ କରିବାକୁ ଅନୁରୋଧ। ତତ୍ ସହିତ ଯେଉଁ ଅସାଧୁ ବ୍ଯକ୍ତି ପରିବେଶ ଧ୍ବଂସକାରୀ କାର୍ଯ୍ୟରେ ଲିପ୍ତ ଅଛନ୍ତି ଅର୍ଥାତ୍ ଆଇନ ଅମାନ୍ୟ ସାମ୍ରାଜ୍ୟ ବିସ୍ତାର କରିଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଆଇନ ଅନୁଯାଇ ଉକ୍ତ କାରଖାନା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ଦାବି ହେଉଛି ।ଲାଭଖୋରୀ ମନୋଭାବ ପୋଷଣ କରୁଥିବା କାରଖାନାର ମାଲିକଙ୍କୁ ପରିବେଶ ପ୍ରଦୂଷଣ ଆଇନ୍ ଅମାନ୍ୟ ଆଇନ୍ ଅନୁସାରେ ଦଣ୍ଡିତ କରିବାକୁ ଜନସ୍ବର ତୀବ୍ର ହେଉଛି। ପରିବେଶ ସୁରକ୍ଷା ପ୍ରତି ନାଗରିକର କର୍ତ୍ତବ୍ୟ ଓ ଦାୟିତ୍ୱ ତାକୁ ନଷ୍ଟ କରିବାର ଅଧିକାର କାହାରି ନାହିଁ ବୋଲି ଜନମତ ତୀବ୍ର ହେଉଛି । ପ୍ରଦୂଷିତ ପରିବେଶ ପ୍ରଭାବ ଜୀବଜଗତ ଉପରେ ଗଭୀର ଭାବରେ ପଡିଥାଏ,ଫଳରେ ପାଣିପାଗ ପରିବର୍ତ୍ତନ ହେବା, ପ୍ରାକୃତିକ ବିପର୍ଯ୍ୟୟ କୁ ନିମନ୍ତ୍ରଣ ଦେବା ସହିତ ନାନା ପ୍ରକାରର ମାରାତ୍ମକ ରୋଗ ସୃଷ୍ଟି କରିଥାଏ।ତେଣୁ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ନଚେତ୍ ଆଗାମୀ ଦିନରେ ପ୍ରଶାସନ ଓ ବନବିଭାଗ ପକ୍ଷରୁ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି। ବନ ବିଭାଗର ବହୁତ ଅଣଦେଖା ନିତି ଏବେ ବାରିପଦା ବନ ଉପଖଣ୍ଡରେ ଦେଖିବାକୁ ମିଳୁଛି । ଗତବର୍ଷ ପ୍ଲାନ ଟେସନରେ ଯେତିିକିଚାରା ରୋପଣ ହୋଇଥିଲା ତାହାର ରକ୍ଷଣାବେକ୍ଷଣ ଅଭାବ ଓ ଅଧିକାରୀଙ୍କ ଖାମଖିଆଲି ନିତି ଯୋଗୁ ବହୁତ ଚାରା ନଷ୍ଟ ହୋଇଯାଉଛି, ରକ୍ଷକ ହିଁ ଭକ୍ଷକ ସାଜିଛି ବୋଲି ଜନସାଧାରଣରେ ଓ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଓ ଅସନ୍ତୋଷ ଦେଖା ଦେଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ