।। ଖଳିଆଭଟା ଗ୍ରାମ ପଞ୍ଚାୟତ ରେ ସ୍ୱଚ୍ଛ ଭାରତ ପାଳନ ।।

Sep 25, 2024 - 11:23
 0  31
।। ଖଳିଆଭଟା ଗ୍ରାମ ପଞ୍ଚାୟତ ରେ ସ୍ୱଚ୍ଛ ଭାରତ ପାଳନ ।।

ଜାତିର ପିତା ମହାତ୍ମାଗାନ୍ଧୀ କହିଛନ୍ତି ସ୍ୱଚ୍ଛତା ହିଁ ସେବା ଅଟେ। ଆମ ଦେଶ ପାଇଁ ଆମ ଜୀବନରେ ସ୍ୱଚ୍ଛତା ର ବହୁତ ଆବଶ୍ୟକତା ରହିଛି । ଗନ୍ଦଗୀ ଆମ ପରିବେଶ ଓ ଜୀବନକୁ ପ୍ରଭାବିତ କରିଥାଏ। ଏହି ପରିପ୍ରେକ୍ଷୀରେ ସାରା ଭାରତ ବର୍ଷରେ ସେପ୍ଟେମ୍ବର ୧୫ ତାରିଖ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ଇତିମଧ୍ୟରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକର ଖଲିଆଭଟା ଗ୍ରାମ ପଞ୍ଚାୟତ ଆନୁକୁଲ୍ୟରେ ସଫେଇ କାର୍ଯ୍ୟ କରାଯାଇଥିଲା। ଏଥିରେ ସରପଞ୍ଚ ଶ୍ରୀମତୀ ପୁଝାରୀ,ପିଇଓ, ଦୈତାରୀ ଖମାରୀ,ଜେଇ ରଶ୍ମୀତା ନାଏକ, ସମାଜସେବୀ ପୁରଞ୍ଜନ ପୁଝାରୀ ଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ,ସି ଆର ପି , ଏମ୍ ବି କେ,ଏସ୍ ଏଚ୍ ଜି ମହିଳା ଓ ଅନେକ ଗ୍ରାମବାସୀ ସହଯୋଗ କରିଥିଲେ ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ