ସ୍କୁଲ ପାଚେରୀ ଗେଟ ଭାଙ୍ଗି ଦୁଇ ଛାତ୍ର ଗୁରୁତର lଘଟଣା ସ୍ଥଳକୁ ପରିଦର୍ଶନ କରି ଫେରିଲେ ଜିଲ୍ଲା ଶିକ୍ଷାଧିକାରୀ l
ସ୍କୁଲ ପାଚେରୀ ଗେଟ ଭାଙ୍ଗି ଦୁଇ ଜଣ ଛାତ୍ର ମେଡିକାଲ ସ୍ଥାନାନ୍ତରିତ ଘଟଣା ଅଂଚଳ ରେ ହୋଇ ଚଇ ସୃଷ୍ଠି ହୋଇଛି l ଏହି ଘଟଣା ଘଟିଛି ନନ୍ଦପୁର ବ୍ଲକ କସନ୍ଧି ଗ୍ରାମ ପଞ୍ଚାୟତ ର କାଲାଡି ପ୍ରାଥମିକ ସ୍କୁଲ ରେ l ସୂଚିତ ଯେ ସକାଳୁ ସକାଳୁ ସ୍କୁଲ୍ ସମୟ ହୋଇ ଆସୁଥିବା ବେଳେ ଛାତ୍ର ଛାତ୍ରୀ ମାନେ ବହିବସ୍ତାନି ଧରି ସ୍କୁଲ ଆସିଥିଲେ l ସ୍କୁଲ ପରିସରରେ ଆସି ବହି ବସ୍ତାନି ଶ୍ରେଣୀ ଗୃହ ରେ ରଖି ବାହାରକୁ ପୁଣିତୋରେ ଯିବା ସମୟରେ ପାଚେରୀ ଫାଟକ ଗେଟଉପରେ ଭାଙ୍ଗି ପଡ଼ିଥିଲା ଏହି ସମୟର ସ୍କୁଲ ଚାରି ଜଣ ଛାତ୍ର ଗେଟ ତଳେ ଚାପି ହୋଇ ଯାଇଥିଲେ l ପିଲା ମାନଙ୍କ ଉପରେ ଗେଟ ଚାପି ହୋଇ ଯିବା ଦେଖି ଗ୍ରାମ ବାସୀ ଦଉଡ଼ି ଆସି ଚାରି ଜଣ ଙ୍କୁ ଉଦ୍ଧାର କରିଥିଲେ l ଚାରି ଜଣ ଛାତ୍ର ମଧ୍ୟ ରୁ ଦୁଇ ଜଣ ଛାତ୍ର କ୍ଷତାକ୍ତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା l ଜଣେ ଛାତ୍ର କାମେସ ଖିଲ ର ହାତ ଭାଙ୍ଗି ଥିବା ବେଳେ ଅନ୍ୟଜଣେ ଛାତ୍ର ଆୟୁଷ ଖିଲ ର ମୁଣ୍ଡ ଫାଟି ଥିବା ନେଇ ଚିକିତ୍ସା କରି ଘର କୁ ପଠା ଯାଇଥିବା ଜଣାପଡିଛି l ସେପଟେ କାମେସ ଖିଲ ଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ପ୍ରଥମେ ଲମତା ପୁଟ ଆଶା କିରଣ ମେଡିକାଲ ନେଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ସିମିଳି ଗୁଡ଼ା ଘୋରେ଼ଇ କ୍ଲିନିକ୍ ରେ ଚିକିତ୍ସା କରିଥିବା ଖବର ମିଳିଛି l ସେପଟେ ଏହି ଖବର ପାଇ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଉକ୍ତ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରି ଫେରି ଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୂର୍ଗା ପ୍ରସାଦ ଦୋରା କହିଛନ୍ତି। ପିଲା ମାନେ ସ୍କୁଲ ଫାଟକ ରେ ଥିବା ଏକ ପରିତ୍ୟକ୍ତ ଗେଟ ରେ ଖେଳୁ ଥିଲେ ତାହା ଭାଙ୍ଗି ଯାଇଥିଲା।ଦୁଇ ଜଣ ଙ୍କ ଆଘାତ ହୋଇ ଛନ୍ତି ବର୍ତ୍ତମାନ ଚିକିତ୍ସା ଚାଲିଛି ବୋଲି କହିଛନ୍ତି l ସେପଟେ ଏ ନେଇ ବ୍ଲକ ଉପା ଧକ୍ଷ ଗୋପାଲ ହନ୍ତାଳ କହିଛନ୍ତି ବହୁ ବାର ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ହେଲେ ପ୍ରଶାସନ ଆଜି ପର୍ଯ୍ୟନ୍ତ କର୍ଣ୍ଣ ପାତ କଲେ ନାହି ପାଚେରୀ ନିର୍ମାଣ ସହ ଏକ ମଜ ଭୂତ ଗେଟ ନିର୍ମାଣ କରିବା ପାଇଁ l ସେପଟେ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମହେଶ୍ବର ସାହୁ ମଧ୍ୟ ସମାନ କଥା କହିଛନ୍ତି ବହୁ ବାର ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ l ଶେଷ ରେ ପରିତ୍ୟକ୍ତ ପାଚେରୀ ଗେଟ ଛାତ୍ର ମାନଙ୍କ ଉପରେ ପଡ଼ି ଗଲା ଭାଗ୍ୟ ବଶଃତ୍ ପିଲା ମାନଙ୍କୁ ଅଧିକ କିଛି ହୋଇ ନାହି କହିଛନ୍ତି। ପ୍ରଧାନ ଶିକ୍ଷକ ମହେଶ୍ୱର ସାହୁ।
ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0