।। ଚଳନ୍ତା କାର ରେ ଲାଗିଲା ନିଆଁ ଅଳ୍ପକେ ବାର୍ତିଲେ ଡ୍ରାଇଭର ।।

Jun 10, 2025 - 20:07
 0  34
।। ଚଳନ୍ତା କାର ରେ ଲାଗିଲା ନିଆଁ  ଅଳ୍ପକେ ବାର୍ତିଲେ ଡ୍ରାଇଭର ।।

ଡ଼ାବୁଗାଁ ତା: ୧୦.୦୬.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ - ଉମରକୋଟ ମୁଖ୍ୟରାସ୍ତା ଡାବୁଗାଁ ଆଦର୍ଶ ବିଦ୍ୟାଳୟ ପାଖରେ ମଙ୍ଗଳବାର ସକାଳ ସମୟରେ ଏକ ଚଳନ୍ତା କାର ରେ ନିଆଁ ଲାଗିଯାଇଥିଲା । କାର ରେ ଚଲାଉଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ । ସୁଚନା ଯୋଗ୍ୟ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ବଡପଡ଼ା ଗ୍ରାମର ବିନୋଦ ଙ୍କ ଜ୍ବାଇଁ ଶିବ ସୁନା ବିନୋଦ ଙ୍କ କାର ନଂ ଓଡ଼ି ୦୮ଭି ୩୮୧୬ ଯୋଗେ କୌଣସି କାମରେ ରାଇଘର ଜାଇ ନବରଙ୍ଗପୁର ଫେରୁଥିବା ସମୟରେ ଡାବୁଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡି କୁ ପଛପଟୁ ଧକ୍କା ଦେଇଥିଲେ ଫଳରେ କାର ରେ ନିଆଁ ଲାଗିଥିଲା । ନିଆଁ ଲାଗିବା ଦେଖି କାର ଚଳାଉଥିବା ଶିବ କାର ରୁ ବହାରିଆସିଥିଲେ । ପରେ ଡାବୁଗାଁ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ଏନେଇ ଡ଼ାବୁଗାଁ ଥାନାରେ ଏତଲା ହେଇଛି। ପୋଲିସ ର ତଦନ୍ତ ପରେ ପ୍ରକୃତ ଘଟଣା ଟି ଜଣା ପଡ଼ିବ ।

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ