ବେଦାନ୍ତ କମ୍ପାନୀ ତରଫରୁ ୨୧ ତାରିଖ ଦିନ ନିଷ୍ପତ୍ତି ନିଆଯିବବୋଲି ପ୍ରତିଶ୍ରୁତି ଦେବାପରେ ଲୋକମାନେ ରାସ୍ତା ରୋକ ରୁ ଓହରିଲେ

Sep 17, 2024 - 20:41
 0  7
ବେଦାନ୍ତ କମ୍ପାନୀ ତରଫରୁ ୨୧ ତାରିଖ ଦିନ ନିଷ୍ପତ୍ତି ନିଆଯିବବୋଲି ପ୍ରତିଶ୍ରୁତି ଦେବାପରେ ଲୋକମାନେ ରାସ୍ତା ରୋକ ରୁ ଓହରିଲେ

ବଂଶଧାରା ଅବବାହିକା କ୍ଷତିଗ୍ରସ୍ତ ମଞ୍ଚ ଓ ସହଯୋଗୀ ସଂଘ ମାନଙ୍କ ରାସ୍ତାରୋକ କରିଥିବା ନେଇ ମୁନିଗୁଡ଼ା:ତା ୧୬-୯ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ବଂଶଧାରା ଅବବାହିକା କ୍ଷତିଗ୍ରସ୍ତ ମଞ୍ଚର ଆହ୍ଵାନ କ୍ରମେ ମୁନିଗୁଡ଼ା ଓ ଅମ୍ବାଦଳା ଅଞ୍ଚଳର ବହୁ ସଂଗଠନ ଆଜି ବେଦାନ୍ତ କମ୍ପାନୀର ଦାୟିତ୍ବହୀନତା ପ୍ରତିବାଦରେ ରାସ୍ତାରୋକ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।ପ୍ରକାଶ ଥାଉକି ମୁନିଗୁଡ଼ା ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଠାରେ ଥିବା ବହୁରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତର ରେଡ ମଣ୍ଡ ପଣ୍ଡ ବନ୍ଧ ଭାଙ୍ଗିଯିବାରୁ ଏହାର ପ୍ରଖର ଜଳ ସ୍ରୋତ ନିକଟସ୍ଥ ବଂଶଧାରା ନଦୀରେ ପ୍ଲାବିତ ହୋଇଥିଲା।ଫଳରେ ଅନେକ ଜଳଚର ଯିବ ମରି ଭାଶୁଥିଲେ।ଅନେକ ଲୋକ ଓ ଗୃହ ପାଳିତ ପଶୁ ଏହି ପ୍ରଦୂଷିତ ନଦୀ ଜଳ ସଂସ୍ପର୍ଶରେ ଆସି ପୀଡ଼ିତ ଥିବା ଜଣାଯାଏ।ଅନେକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।ଫଳରେ ନଦୀ ଅବବାହିକା ୬ଟି ପଞ୍ଚାୟତର ୩୨ଟି ଗାଆଁର ଲୋକେ ଏଥିଯୋଗୁଁ ପ୍ରଭାବିତ ହୋଇଥିବା ଜଣାଯାଏ।ଏହାକୁ ଦୃଷ୍ଟିରେ ରଖି ଗତଦିନ ଶହଶହ ବଂଶଧାରା ସୁରକ୍ଷା ମଞ୍ଚ ସଦସ୍ୟ ସଦସ୍ୟା ସହଯୋଗୀ ସଂଗଠନ ଶିବପଦର ବିକାଶ ମଞ୍ଚ, ଅମ୍ବାଦଳା ୟୁଥ୍ ଆସୋସେଶନ,ବିନାୟକ ଯୁବ ପରିଷଦ,ଯୁବଶକ୍ତି କ୍ଲବର୍ ପ୍ରମୁଖ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ପଙ୍କଜ କାଦାମ୍ବାଲା,ଚୈତନ୍ୟ ହାତୀ,ପିଣ୍ଟୁ ବାବୁ,ମଧୁ ବେହେରା,ମନୋଜ ଶୁନାନି,ଉଦ୍ଧବ କରସିକା,ପ୍ରକାଶ କରସିକା,ଜୋସେଫ୍ ରାଉଳ,ରଞ୍ଜନ ସାହୁକାର,ଅମିନ ନୁଣ୍ଡ୍ରୁକା,ମଧୁ ନିଲଗାଣ୍ଠି,ଏ.ଜଗନ୍ନାଥ ପ୍ରସାଦ,ରବି ଦଳେଇ,ସୁଶାନ୍ତ ପୂଜାରୀ,ଧିରୁ ପାଣିଗ୍ରାହୀ,ଆଦର୍ଶ କୁଷୁଲିଆ,ବେଣୁ ଭାଇ,ସୁଦୀପ ବାବୁ ପ୍ରମୁଖ ରାସ୍ତାରୋକର ନେତୃତ୍ଵ ନେଇଥିବା ଦେଖିବାକୁ ମିଳିଥିଲା। ମୁନିଗୁଡ଼ା ଲାଞ୍ଜିଗଡ ରାସ୍ତା ଓ ଅମ୍ବାଦଳ ଲାଞ୍ଜିଗଡ ରେଳ ପଥକୁ ଅଚଳ କରିଦେଇଥିଲେ।ଏହାପରେ ବେଦାନ୍ତର ସି ଏସ ଆର ମୁଖ୍ୟ ଶିଶିର ତରଫଦାର,ବିଭାଗୀୟ ଅଧିକାରୀ ବିନୋଦ ରଥ,ପୋଲିସ ଉପ ଆରକ୍ଷୀ ଅଧିକ୍ଷକ ସନ୍ତୋସୀନି ଓରାମ,ମୁନିଗୁଡ଼ା ତହସିଲଦାର ଏମ୍ ଅନୁରାଧା,ଆମ୍ବାଦଲା ଥାନା ଭାରପ୍ରାପ୍ଟ ଅଧିକାରୀ କଳ୍ପନା ବେହେରା , ବେଦାନ୍ତ କମ୍ପାନୀର କର୍ତ୍ତୁପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିବା ନେଇ ୨୧/୯/୨୦୨୪ ତାରିଖ ଦିନ ଏହାର ସମାଧାନ କରାଯିବ ବୋଲି ପ୍ରତିସୂତି ଦେଲାପରେ ଆନ୍ଦୋଳନକାରୀ ରାସ୍ତାରୋକରୁ ଓହରି ଯାଇଥିବା ସୂଚନା ମିଳିଛି।ଅମ୍ବାଦଳା ଲାଞ୍ଜିଗଡ ରେଳ ପଥ, ସୁନାଖୁଣ୍ଟି ଲାଞ୍ଜିଗଡ ବାଇପାସ୍ ଓ ଦହିଖାଲ ଲାଞ୍ଜିଗଡ ସଡକ ପଥ ମଧ୍ୟରେ ରାସ୍ତା ଅବରୋଧ କରାଯାଇଥିଲା।ଶହଶହ ଭାରିଯାନ,ଯାତ୍ରୀବାହୀ ଗାଡ଼ି ରାସ୍ତା କଡ଼ରେ ଅଟକି ରହିଥିଲା।ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁନିଗୁଡ଼ା ଅମ୍ବା ଦଳା ଥାନା ତରଫରୁ ପୋଲିସ ମୁତୟନ ହୋଇଥିଲା।ସନ୍ଧ୍ୟା ସୁଦ୍ଧା ବେଦାନ୍ତ କର୍ତ୍ତୁପକ୍ଷ ଆନ୍ଦୋଳନ କାରୀ ମଧ୍ୟରେ କଥାବାର୍ତ୍ତା ଚାଲିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ବାହାରି ନଥିବା ବିଶେଷ ସୂତ୍ରରୁ ଜଣାଯାଏ।ଏପଟେ ମୁନିଗୁଡ଼ା ପଞ୍ଚାୟତ ସମିତି ତରଫରୁ ବଂଶଧାରା ନଦୀ ଅବବାହିକା ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ମାଇକ ସହାୟତାରେ ଲୋକମାନଙ୍କୁ ନଦୀର ପ୍ରଦୂଷିତ ପାଣି ବ୍ୟବହାର ନକରିବାକୁ ସୂଚିତ କରାଯାଇଛି।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ