।। ମନରେଗା ଯୋଜନାରେ ମହା ଘୋଟଲା:ରାସ୍ତାକାମ ହେବା ପୂର୍ବରୁ ଟଙ୍କା ଆତ୍ମସାତ ଉଦ୍ୟମ ।।

May 3, 2023 - 13:05
May 3, 2023 - 13:10
 0  26
।। ମନରେଗା ଯୋଜନାରେ ମହା ଘୋଟଲା:ରାସ୍ତାକାମ ହେବା ପୂର୍ବରୁ ଟଙ୍କା ଆତ୍ମସାତ ଉଦ୍ୟମ ।।

ଲାଞ୍ଜିଗଡ଼,ଦାଦନ ରୋକିବାରେ ସମ୍ପୂର୍ଣ ଭାବେ ଫେଲ ମାରିଛି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ l କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ଲାଞ୍ଜିଗଡ଼ ବ୍ଲକର ଦାଦନ ଶ୍ରମିକ ନିର୍ଯ୍ୟାତିତ ହୋଇ ଫେରିଥିବା ଖବର l କିନ୍ତୁ କଳାହାଣ୍ଡିରେ ଲାଞ୍ଜିଗଡ ପ୍ରଶାସନକୁ ଶ୍ରେଷ୍ଠ ପ୍ରଶାସନ ବୋଲି ଚର୍ଚ୍ଚା ହେଉଥିବା ବେଳେ ଲାଞ୍ଜିଗଡ ବ୍ଲକ ରେ ଦାଦନ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ହେଲେ ଏବେ ଯାଏଁ ଲାଞ୍ଜିଗଡ ପ୍ରଶାସନ ପାଖରେ ଏସମ୍ପର୍କରେ କୌଣସି ଖବର ନାହିଁ l ଏହାର ମୁଖ୍ୟ କାରଣ ଗରିବଙ୍କ ହିତ ଉଦେଶ୍ୟରେ ହେଉଥିବା ମନରେଗା ଯୋଜନାକୁ ଠିକ ଭାବରେ ପରିଚାଳନା ହେଉନଥିବା ଯୋଗୁଁ ସମସ୍ୟା ଦିନକୁ ଦିନ ବଡ଼ିବାରେ ଚାଲିଛି l ଜିଲ୍ଲାର ପ୍ରତ୍ୟୋକ ବ୍ଲକରେ ୧୦୦ ଦିନ କାମ ରହିଥିବାବେଳେ ଲାଞ୍ଜିଗଡ଼ ବ୍ଲକରେ ୨୦୦ ଦିନ କାମ ଅଛି ହେଲେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଲୋକେ କାମ ନପାଇ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି l ଏକଥା ଆମେ କହୁନୁ ଏଠିକାର ଚିତ୍ର ବୟାନ କରୁଛି l ଏହି ପରି ଚିତ୍ର ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଟିବଣ୍ଡେଲ ଗାଁରେ lମନରେଗା ଯୋଜନା ମାଧ୍ୟମରେ ଲିଟିବଣ୍ଡେଲ ଗ୍ରାମର ମୁଖ୍ୟ ରାସ୍ତା ଠାରୁ ଅଙ୍ଗନାୱାଡି କେନ୍ଦ୍ର ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଗ୍ରାମର ମୁଖ୍ୟରାସ୍ତା ପାର୍ଶ୍ୱରେ ସୂଚନା ଫଳକ ବୋର୍ଡ ଲାଗିଛି କିନ୍ତୁ କୌଣସି ସୂଚନା ଲେଖା ଯାଇନଥିବା ଚିତ୍ର ଦେଖିବାକୁ ମିଳିଛି l ହେଲେ ଅନେକ ଲୋକଙ୍କ ବ୍ୟାଙ୍କ ଖାତାରେ ଅର୍ଥ ରାଶି ଜମା ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇନାହିଁ l ଏଠି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛିଯେ ବିନା କାମରେ କେମିତି ଅର୍ଥରାଶି ବ୍ୟାଙ୍କ ଖାତାରେ ଜମା ହେଉଛି l ଏଠି କିଛି ଅସାଧୁ କର୍ମଚାରୀ ଅର୍ଥରାଶି ହଡ଼ପ କରିବା ପାଇଁ ଅନେକ ଲୋକଙ୍କ ବ୍ୟାଙ୍କ ଖାତାରେ ଅର୍ଥ ଜମାକରୀ ହଡ଼ପ ଉଦ୍ୟମ କରୁଛନ୍ତି l ତେଣୁ କରି ଏହାର ସଠିକ ତଥ୍ୟ ତଦନ୍ତ ପରିସରଭୁକ୍ତ କୁ ଅଣାଯାଇ ଅର୍ଥ ରାଶି ହଡ଼ପ କରୁଥିବା ବ୍ୟକ୍ତିଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଯୋର ଧରିଛି ।

 ଳକଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅଜିତ ମାଝୀ ଙ୍କ ରିପୋର୍ଟ....

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ