।। ନୁଆପଡା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ।।

Oct 30, 2023 - 21:33
 0  8
।। ନୁଆପଡା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ।।

ନୂଆପଡା : “ଶସକ୍ତ ଗୋଷ୍ଠୀ ସୁରକ୍ଷିତ ଓଡିଶା” ଓ ବିପର୍ଯ୍ୟୟ ପ୍ରସ୍ତୁତି ଓ ଯୋଜନା କୁ ମଜବୁତ କରାଇବା ଉପରେ ଆଲୋଚନା ନୁଆପଡା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିଶରରୁ ଆରମ୍ଭ ହୋଇ ଏକତା ଛକ ନୁଆପଡା ଓ ଏକତା ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସର ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ପାଇଁ ଭିନ୍ନ ଭିନ୍ନ ସ୍ଲୋଗାନରେ ଗୁଞ୍ଜାରିତ ହୋଇଥିଲା । ଉକ୍ତ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୀମଶେନ ଶବର ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀଗଣ ଏହି ଆଧାରିତ ବିଷୟବସ୍ତୁ ଉପରେ ନିଜର ସମ୍ଭାଷଣ ରଖିଥିଲେ ଓ ସଭାରେ ଅନ୍ୟ ବକ୍ତା ଓ ଶ୍ରୋତାଙ୍କୁ ଉତ୍ସାହିତ କରାଇଥିଲେ । ନିମ୍ନରେ ପ୍ରଦତ୍ତ ବିଷୟବସ୍ତୁ ଉପରେ ସେ ଆଲୋକପାତ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ନୁଆପଡା ଜିଲ୍ଲାରେ ଓଡ଼ିଶାରାଜ୍ୟ ବିପର୍ଯ୍ୟୟପ୍ରସ୍ତୁତି ଦିବସ ପାଳନ କରାଯାଇଅଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଜିଲ୍ଲା ସ୍ତରୀୟ, ସମସ୍ତ ପଞ୍ଚାୟତ ସମିତି ଓ ସଦର ମହକୁମା, ପୌର ପରିଷଡ ଓ ବିଜ୍ଞାପିତ ଅଞ୍ଚଳ ରେ ପାଳନ କରାଯାଇଅଛି । ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଜିଲ୍ଲାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ନୁଆପଡା ସଦଭାବନା ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଧ୍ୟକ୍ଷତାରେ, ଜିଲ୍ଲା ଆପଦ କାଳୀନ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ମୁଖ୍ୟ ଶିଶୁ ମଙ୍ଗଳ ଅଧିକାରୀ, ଜିଲ୍ଲା ପ୍ରକଲ୍ପ ଅଧିକାରୀ ଜରୁରି କାଳିନ ଓ ଜିଲ୍ଲାର ଅଗ୍ନି ସମ ଅଧିକାରି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ନୁଆପଡା ଜିଲ୍ଲା ତରଫରୁ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଓ ଅଭିଭାଷଣ ପ୍ରତିଯୋଗିତା ସ୍କୁଲ ସ୍ତରରେ ଛାତ୍ର ଓ ଅଭିଭାବକ ମାନଙ୍କ ମଧ୍ୟରେ ସଚେତନତା ବାର୍ତା ପ୍ରସାରଣ ଓ ଚିନ୍ତନ କରାଯାଇଥିଲା । ଚିତ୍ରାଙ୍କନ ଓ ଅଭିଭାଷଣ ପ୍ରତିଯୋଗିତା “ଶସକ୍ତ ଗୋଷ୍ଠୀ ସୁରକ୍ଷିତ ଓଡିଶା” ଉପରେ ଆଧାରିତ ଥିଲା । ଏଥିରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବିଦ୍ୟାଳୟ ରୁ ଅଂଶଗ୍ରହଣ କରି ଆଧାରିତ ବିଷୟବସ୍ତୁ ଉପରେ ଚିତ୍ରଣ ଓ ଅଭିଭାଷଣ ଦେଇ ଗୋଷ୍ଠୀକୁ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ। ଏହି ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ନ୍ଯାଶନ୍ଯାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ସଚେତନତା ବାର୍ତା ପ୍ରସାରଣ ବିଷୟରେ ସର୍ବସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାସ୍ତରରେ, ବ୍ଲକସ୍ତରରେ ଓ ସରହରାଞ୍ଚଳରେ ଆୟୋଜିତ ହୋଇଯାଇ କରାଯାଇଥିଲା । ଜିଲ୍ଲା ସ୍ତରରେ ବିଦ୍ୟାଳୟର ଛlତ୍ର ଛlତ୍ରୀ ଓ ସ୍ଵେଚ୍ଛାସେବୀମାନେ ଏହି ସଚେତନତା ଶୋଭାଯାତ୍ରା ରେ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ । ଏହି ସଚେତନତା ଶୋଭାଯାତ୍ରା ପରେ ପରେଜିଲ୍ଲା ଅଗ୍ନିସମ କର୍ମକର୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ନିଜ ନିଜର ସାମର୍ଥ୍ୟ ଓ କୌଶଳ ଅବଲମ୍ବନ କରି କେମିତି ଜନ ଜୀବନ ଉଦ୍ଧାର କରାଯାଇପାରିବ ସେବିଷୟେ ମାଲକାନଗିରି ଅଗ୍ନିଶମ ବାହିନୀଙ୍କ ସହିତ ମିଶି ପ୍ରଦର୍ଶନ କରିଥିଲେ।

ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ