ମହିଳା ମାନଙ୍କୁ ଆର୍ଥିକ ସଶକ୍ତିକରଣ କରିବ ସୁଭଦ୍ରା ଯୋଜନା

Sep 17, 2024 - 20:37
 0  25
ମହିଳା ମାନଙ୍କୁ ଆର୍ଥିକ ସଶକ୍ତିକରଣ କରିବ  ସୁଭଦ୍ରା ଯୋଜନା

ନୂଆପଡା : ମହିଳା ମାନଙ୍କୁ ଆର୍ଥିକ ସଶକ୍ତିକରଣ କରିବା ପାଇଁ ରାସ୍ତା ଦେଖାଇଛି ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନା l ଆଜି ଏହାର ଶୁଭ ଉଦ୍ଘାଟନ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭୁବନେଶ୍ୱରରେ ହୋଇ ଯାଇଛି l ନୂଆପଡା ଜିଲ୍ଲାର ସମସ୍ତ ପାଞ୍ଚୋଟି ବ୍ଲକରେ ଏହାର ସିଧାପ୍ରସାରଣ ସହ ମହିଳା ସମାବେଶର ଆୟୋଜନ ହୋଇଥିଲା l ଜିଲ୍ଳା ସଦର ମହକୁମା ନୂଆପଡାରେ ଆୟୋଜିତ ସୁଭଦ୍ରା ମେଳାକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଉଦ୍ଘାଟନ କରି ମହିଳା ହିତାଧିକାରୀ ମାନଙ୍କ ସହିତ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l ଏହା ସହିତ ପ୍ରଧାନମନ୍ତ୍ରୀ ଆଵାସ ଯୋଜନାର 20 ଟି ପୂର୍ଣ୍ଣାଙ୍ଗ ଗୃହ ର ଚାବି ବଣ୍ଟନ ସହିତ 20ଟି ନୂତନ ଆବାସ ର କାର୍ଯ୍ୟାଦେଶ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ସହ ମିଶି ହିତାଧିକାରୀଙ୍କୁ ବଣ୍ଟନ କରିଥିଲେ l

 ନୂଆପଡାରୁ ନିଶ୍ବନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ