ଅଟୋ ଚାଲକଙ୍କୁ ହତ୍ୟା

Dec 15, 2024 - 14:34
 0  12
ଅଟୋ ଚାଲକଙ୍କୁ ହତ୍ୟା

କୋରାପୁଟ ଜିଲ୍ଲା ସୀମାନ୍ତ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଫୁଲଜବା ଛକ ନିକଟରେ ଜଣେ ଅଟୋ ଚାଳକ ଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିବାକୁ ନେଇ ଚାଁଞ୍ଚଲ୍ୟ ଖେଳି ଯାଇଛି ।ମୃତକ ହେଲେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ଗାରିଡି ଅଞ୍ଚଳର ବଳରାମ ଖରା ବୋଲି ଜଣା ପଡିଛି।ଖବର ପାଇ ରାୟଗଡା ଏସଡିପିଓ ରଶ୍ମି ରଞ୍ଜନ ସେନାପତିଙ୍କ ସମେତେ କାଶୀପୁର, ଟିକିରି, ଦୋରାଗୁଡା ଓ ଅଣ୍ଡିରାକଞ୍ଜ ଥାନା ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।ବଳରାମ ଦିର୍ଘ ଦିନ ଧରି ଦୋରାଗୁଡା ସ୍ଥିତ ଆରଆର କୋଲନିରେ ରହି ଅଟୋ ଚଳାଇ ପରିବାର ଭରଣ ପୋଷଣ କରୁଥିଲେ।ଶନିବାର ରାତିରେ ଫୁଲଜବା ଗାଁକୁ ଯାଇ ଆଉ ଫେରୁ ଥିବା ବେଳେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ବର୍ତମାନ ସୁଧା କାରଣ ଅସ୍ପଷ୍ଟ ଅଛି।

 ଲଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ