ନୂଆପଡା ଜିଲ୍ଲାପାଳଙ୍କ ଅଚାନକ ମୋ ସେବା କେନ୍ଦ୍ର ପରିଦର୍ଶନ

Sep 13, 2024 - 23:38
 0  26
ନୂଆପଡା ଜିଲ୍ଲାପାଳଙ୍କ ଅଚାନକ ମୋ ସେବା କେନ୍ଦ୍ର ପରିଦର୍ଶନ

ନୂଆପଡା : ନୂଆପଡା ଜିଲ୍ଳାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଜନ ସେବା କେନ୍ଦ୍ର ମାନଙ୍କରେ କିଭଳି ହେଉଛି ଏହା ନିରୀକ୍ଷଣ କରିବା ପାଇଁ ଜିଲ୍ଲପାଳ ମଧୁସୂଦନ ଦାଶ ଆଜି ହଠାତ ଖରିଆରରୋଡ ଏନଏସି ସ୍ଥିତ କିଛି କମ୍ପୁଟର କେନ୍ଦ୍ର ନିରୀକ୍ଷଣ କରିଥିଲେ l ଏହି ଅବସରରେ ସେଠାରେ ଉପସ୍ଥିତ ମହିଳା ହିତାଧିକାରୀ ମାନଙ୍କୁ ସେମାନେ ନିଶୁଳ୍କ ଭାବରେ ଏହି ସେବା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ ଓ ସୁଭଦ୍ରା ଯୋଜନା ସମ୍ପର୍କରେ ବୁଝାଇଥିଲେ l ମହିଳା ମାନେ ଜିଲ୍ଳା ପ୍ରଶାସନ ସହାୟତାରେ ସୁଭଦ୍ରା ଆବେଦନ ବେଶ ଆରାମରେ କରି ପାରୁଛନ୍ତି ବୋଲି ଜିଲ୍ଲାପାଳ ଙ୍କୁ କହିଥିଲେ l ଆଜି ଏହି ପରିଦର୍ଶନ ସମୟରେ ଜିଲ୍ଳା ଇ ଶାସନ ପରିଚାଳକ ବୀରେନ୍ଦ୍ର ସିଂହ ଦଣ୍ଡସେନା ଓ ଜିଲ୍ଳା ପରିଚାଳକ ଜନସେବା କେନ୍ଦ୍ର ଦେବାଶିଷ ପାଢ଼ୀ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ