।। ମୁଖିଗୁଡ଼ା ଠାରେ ମାତୃ ପିତୃ ଦିବସ ପାଳିତ ।।

Feb 15, 2024 - 19:50
 0  55
।। ମୁଖିଗୁଡ଼ା ଠାରେ ମାତୃ ପିତୃ ଦିବସ ପାଳିତ ।।

ଗତ କାଲି ଅର୍ଥାତ ଫେବୃୟାରୀ ୧୪ ଦିନ ଟି କୁ ପ୍ରେମୀ ଯୁଗଳ ମାନେ Valentine day ବା ପ୍ରେମ ଦିବସ ରୂପେ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଆଶା ରାମଜୀ ବାପୁ ଆଶ୍ରମ ତରଫ ରୁ ମୁଖୀ ଗୁଡ଼ା ସ୍ଥିତ ଗାୟତ୍ରୀ ମନ୍ଦିର ପରିସର ରେ ଏହି ଦିବସ କୁ ଏକ ନିହାର ଢ଼ଙ୍ଗ ରେ ପୂଜ୍ୟ ସନ୍ଥ ଶ୍ରୀ ଆଶା ରାମଜୀ ବାପୁ ଙ୍କ ଦ୍ଵାରା ପ୍ରେରିତ ପ୍ରକୃତ ଦିବସ କୁ ପାଳନ କରିବା ପାଇଁ ଛୋଟ ପିଲା ଠୁ ବୟସ୍କ ବ୍ୟକ୍ତି ମଧ୍ୟ ନିଜ ପିତା, ମାତା ଙ୍କୁ ମିଠା ,ଫୁଲ ,ଚନ୍ଦନ , ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରି ମାତୃ ପିତୃ ଦିବସ ରୂପେ ପାଳନ କରାଯାଇଛି। ସାମ୍ପ୍ରତିକ ସମୟ ରେ ଆମ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯୁବ ପିଢ଼ି ପାଶ୍ଚାତ୍ୟ ପ୍ରେମରେ ବୁଡ଼ି ଯାଉଛନ୍ତି, ବାପା ମାଆ ଭଳି ଅତି ଆପଣାର ସମ୍ପର୍କ ଠାରୁ ଦୁରେଇ ଯାଉଛନ୍ତି। ଏହି ପରିପେକ୍ଷ ରେ ବାପା ମାଆ ଙ୍କୁ ଭଲ ପାଇବା, ଆଦର କରିବା ଭକ୍ତି ଓ ସମ୍ମାନ ଦେଖାଇବା ପାଇଁ ଆଶାରାମଜୀ ବାପୁ ଆଶ୍ରମ ତରଫ ରୁ ସମସ୍ତ ଙ୍କୁ ସତ ପଥ ରେ ମାର୍ଗଦର୍ଶନ ଦେବା ପାଇଁ ଆଜି ର ଦିନ ଟି କୁ ମାତୃ ପିତୃ ଦିବସ ରୂପେ ପାଳନ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ