ନୂଆପଡା ରେ ଦୀର୍ଘ ଦିନର ବ୍ୟବଧାନ ରେ ଜିଲ୍ଳା ଉନ୍ନୟନ ବୈଠକ ଅନୁଷ୍ଠିତ

Sep 13, 2024 - 18:24
 0  16
ନୂଆପଡା ରେ ଦୀର୍ଘ ଦିନର ବ୍ୟବଧାନ ରେ  ଜିଲ୍ଳା ଉନ୍ନୟନ ବୈଠକ ଅନୁଷ୍ଠିତ

ନୂଆପଡା, ତା.13.09.24ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଆନ୍ତ ବିଭାଗୀୟ ଜିଲ୍ଳା ଉନ୍ନୟନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ରୋଡ ମ୍ୟାପ ତିଆରି କରିବା ନିମିତ୍ତ ଜିଲ୍ଲାପାଳ ଙ୍କ ପ୍ରଚେଷ୍ଟା ରେ ଦିର୍ଘ ଦିନର ବ୍ୟବଧାନରେ ଏହି ବୈଠକ ଆହୁତ ହୋଇଥିଲା l ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ଜିଲ୍ଳାରେ ସରକାରଙ୍କ ସମସ୍ତ ଯୋଜନାର ସଠିକ ରୂପାୟନ ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଅତ୍ୟନ୍ତ ଜରୁରୀ ଅଟେ l ଜିଲ୍ଲାରେ ଏବେ ପ୍ରତିମାସ ଏଭଳି ବୈଠକ ଅନୁଷ୍ଠିତ ହୋଇ ପ୍ରତ୍ୟେକ ପ୍ରକଳ୍ପ ର ଅଗ୍ରଗତି ଓ ଅସୁବିଧା ର ସିମକ୍ଷା ପୂର୍ବକ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ନିଶ୍ଚିତ ଭାବରେ ସମ୍ପୂର୍ଣ ହେବ l ଆଜିର ଏହି ବୈଠକରେ ପଂଚାୟତି ରାଜ ଏବଂ ବିଭିନ୍ନ ଇଞ୍ଜିନିୟରିଙ୍ଗ ତଥା ଲାଇନ ବିଭାଗ ମଧ୍ୟରେ ଥିବା ଦିର୍ଘ ଦିନର ସମସ୍ୟା ସମ୍ବନ୍ଧରେ ଜିଲ୍ଲାପାଳ ଅବଗତ ହୋଇ ସମାଧାନ ର ରାସ୍ତା ଦେଖାଇଥିଲେ l ସବୁ ଗାଁକୁ ରାସ୍ତା, ପାନୀୟଜଳ ଓ କର୍ମଯୋଗାଣ ଉପରେ ସେ ଗୁରୁତ୍ୱ ଦେଇଥିଲେ l ଆଗାମୀ ପାଞ୍ଚ ବର୍ଷ ପାଇଁ ଜିଲ୍ଲାରେ ବିକାଶ ର ରୋଡମ୍ୟାପ ତିଆରି କରିବା ପାଇଁ ସମସ୍ତ ବିଭାଗକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଜିଲ୍ଳା ଉପନିର୍ଦ୍ଦେଶକ ପ୍ଳାନିଙ୍ଗ ଙ୍କ ଦ୍ଵାରା ଆହୁତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭିମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏପିଡି ଯୋଗେଶ୍ୱର ଭୋଇ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସମସ୍ତ ଇଞ୍ଜିନିୟରିଙ୍ଗ ତଥା ଲାଇନ ବିଭାଗ ର ଅଧିକାରୀ, ସମସ୍ତ ବିଡ଼ିଓ, ଏଲଡ଼ିଏମ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ