କାଳିଦାସ ଜାତୀୟ ମହର୍ଷି ଜ୍ୟୋତିଷ ସମ୍ମିଳନୀରେ ଶ୍ରେଷ୍ଠ ଜ୍ୟୋତିଷ ଭାବେ ଭାଗିରଥି ସାମ୍ନାନୀତ

କୋରାପୁଟ,୧୮/୭ କୋରାପୁଟ ଜିଲ୍ଲାର ବିଶିଷ୍ଟ ଜ୍ୟୋତିଷଆଚାର୍ଯ୍ୟ ଓ ବାସ୍ତୁ ବିଶାରଦ ପଣ୍ଡିତ ଭାଗିରଥି ବିନ୍ଧାଣି ମଧ୍ୟପ୍ରଦେଶ ର ଭୋପାଳ ର କାଳିଦାସ ଜାତୀୟ ମହର୍ଷି ଜ୍ୟୋତିଷ ସମ୍ମିଳନୀରେ ଶ୍ରେଷ୍ଠ ଜ୍ୟୋତିଷ ଭାବେ ସମ୍ନାନୀତ ହୋଇଛନ୍ତି। ସେ ଓଡିଶାରୁ ଯାଇଥିବା ଜଣେ ମାତ୍ର ଜ୍ୟୋତିଷ ଆଚାର୍ଯ୍ୟ। ଭୋପାଲ ର ବିଜ୍ଞାନ ଏବଂ ପ୍ରଯୁକ୍ତି ପରିଷଦ ଅଡିଟୋରିୟମ୍ ଠାରେ,ଜ୍ୟୋତିଷୀ ମହର୍ଷି ପଣ୍ଡିତ ଅଯୋଧ୍ୟା ପ୍ରସାଦ ଗୌତମ ଏବଂ ପଞ୍ଚ ନିର୍ମାତା ପଣ୍ଡିତ ସୂର୍ଯ୍ୟକାନ୍ତ ଚର୍ତୁବେଦୀ ଜୀଙ୍କ ସ୍ମୃତିରେ ଏକ ଜାତୀୟ ସ୍ତର ର କାଳିଦାସ ଜାତୀୟ ମହର୍ଷି ଜ୍ୟୋତିଷ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।
ଏଥିରେ ମଧ୍ୟ ପ୍ରଦେଶ ର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରଥମ ଦିନରେ ଯୋଗ ଦେଇ ଏହି ବିଖ୍ୟାତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏହି ଜାତୀୟ ସ୍ତର ର ପଣ୍ଡିତ ମାନଙ୍କ ର ସମ୍ମେଳନ କାର୍ଯ୍ୟକ୍ରମ ରେ ଦେଶର ବିଭିନ୍ନ ଅଞ୍ଚଳ ରୁ ଚାରିଶହ ଜ୍ୟୋତିର୍ବିଦ ଓ ଜ୍ୟୋତିଷ ଆଚାର୍ଯ୍ୟ ଯୋଗ ଦେଇଥିଲେ।ଏହି ସମ୍ମେଳନ ରେ କୋରାପୁଟ ର ଜ୍ୟୋତିଷ ଆଚାର୍ଯ୍ୟ ଶ୍ରୀ ବିନ୍ଧାଣି ବିଷୟ ନାଡୀ ଜ୍ୟୋତିଷ୍କ ଏବଂ ଦୀର୍ଘ ଦିନର ମନୋକାମନା ପୂର୍ତ୍ତି ପାଇଁ ଅପାନ ମୁଦ୍ରା ଦ୍ୱାରା ରୋଗ ରୁ ମୁକ୍ତି ର ଉପାୟ ସମ୍ଭଧିତ ଏକ ବ୍ୟକ୍ତବ୍ୟ ପ୍ରଦାନ କରି ପ୍ରଶଂସିତ ହୋଇଥିଲେ। ଏହି ଅବସର ରେ ଶ୍ରେଷ୍ଠ ଜ୍ୟୋତିଷ ଆଚାର୍ଯ୍ୟ ଭାବେ ଭୋପାଳ ର ସାଂସଦ ଆଲୋକ ଶର୍ମାଜି ଓ ପୂର୍ବତନ ସାଂସଦ ରାମ କୃଷ୍ଣ କୁଶମାରିଆ, ପଣ୍ଡିତ ବିନୋଦ ଗୌତମ ଙ୍କ ଠାରୁ ରୁଦ୍ରାକ୍ଷ୍ୟ ମାଳା ଓ ଉପଢୌକନ ଏବଂ ମାନପତ୍ର ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୧୬ ଜଣ ସାଂସଦ, ମଧ୍ୟ ପ୍ରଦେଶ ସଂସ୍କୃତି ମନ୍ତ୍ରୀ ଧର୍ମେନ୍ଦ୍ର ଭାବ ସିଂ ଲୋଧି, ରାଜ୍ୟର ପ୍ରମୁଖ ସଚିବ ସଂସ୍କୃତି ବିଭାଗ ଶିବ ଶେଖର ଶୁକ୍ଲା ଏବଂ ପଣ୍ଡିତ ରାମ କିଶୋର ବୈଦିକ, ପଣ୍ଡିତ ଧନେଶ ପ୍ରପାନାଚାର୍ଯ୍ୟ, ଡକ୍ଟର ଗୋବିନ୍ଦ ଗନ୍ଧେ,ଡକ୍ଟର ନନ୍ଦ କିଶୋର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।ସମ୍ମେଳନ ର ମୁଖ୍ୟ ବିଷୟ ଥିଲା ଜ୍ୟୋତିଷରେ ବୈଦିକ ଗ୍ରହ ଶାନ୍ତି ଏବଂ ମୁହୂର୍ତ୍ତର ଗୁରୁତ୍ୱ ସ୍ଥାନ। ଏହି ସମ୍ନାନ ପାଇବା ପରେ ଓଡିଶା ତଥା ଜିଲ୍ଲାରୁ ବହୁ ପଣ୍ଡିତ ଶ୍ରୀ ବିନ୍ଧାଣି ଙ୍କୁ ଶୁବେଚ୍ଛା ଜଣାଇ ଛନ୍ତି।
What's Your Reaction?






