।। ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଶୁଭlରମ୍ଭ ହେଲା କପା ମଣ୍ଡି ।।

Dec 6, 2023 - 20:42
 0  30
।। ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଶୁଭlରମ୍ଭ ହେଲା କପା ମଣ୍ଡି ।।

ରାୟଗଡ:-ତା ୬/୧୨- ରାୟଗଡ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆଜି କପା ମଣ୍ଡି ଶୁଭରାମ୍ବ କରିଛନ୍ତି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମନୋଜ କୁମାର ପ୍ରଧାନ,l ଆଜି ପ୍ରଥମେ ଦିନରେ ୧୧କ୍ୱିଣ୍ଟାଲ କପା ୭୦୨୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଦରରେ କିଣାଯାଇଥିଲା l ଜିଲ୍ଲାରେ ଉତ୍ପାଦିତ କପାକୁ ଶୁଲଭ ମୂଲ୍ୟରେ ବିକ୍ରୟ ପାଇ ଗତ ୨/୧୨/୨୩ରିଖରେ ଜିଲ୍ଲା ସାରା ପ୍ରଚାର ରଥ ମାଧ୍ୟମରେ ପ୍ରଚାର ନିମନ୍ତେ ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ଶୁଭାରମ୍ଭ କରିଥିଲେ l ଜିଲ୍ଲାର ରାୟଗଡ କୃଷି ଜିଲ୍ଲା ୧୫,୪୧୫ ହେକ୍ଟର, ଗୁଣୁପୁର କୃଷି ଜିଲ୍ଲାରେ ୨୪,୨୧୫ହେକ୍ଟର ଓ ମୁନିଗୁଡା କୃଷି ଜିଲ୍ଲାରେ ୯୪୬୭ହେକ୍ଟର ମୋଟ ଜିଲ୍ଲାରେ ୪୯ହଜାର ୯୭ହେକ୍ଟର ଜମିରେ କପା ଚାଷ କରାଯାଇଛି l ଜାହାର କି ଉତ୍ପାଦନ ଲକ୍ଷ୍ୟ ୭,୩୬,୪୫୫କ୍ୱିଣ୍ଟାଲ କପା ଧାର୍ଯ୍ୟ କରାଯାଇଛି l ଏଥିରୁ ଜିଲାରୁ ୪୦ହଜାର ପରିବାର ଜୀବନ ଜୀବିକା ସିଧାସଳଖ ଉପକୃତ ହେଉଛନ୍ତି l ଆଜିର ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବିପିନ ବିହାରୀ ସ୍ୱାଇଁ, ନିୟନ୍ତ୍ରିତ ବଜାର କବମିଟିର ସଦସ୍ୟ ବି. ତିରୁପତି, ଇପିଲି ସନ୍ୟାସୀ ରାଜୁ ଆଦି ସଦସ୍ୟ ମାନେ ଉପସ୍ଥିତ ଥିଲେ l

ମୁନିଗୁଡା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ