ଉତ୍ତର ଓଡ଼ିଶା ବିକାଶ ପରିଷଦର ଗଠନ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ। କେନ୍ଦୁଝର ଓ ମୟୂରଭଞ୍ଜ ଲେକେ ଲୋକସେବା ଭବନରେ ଭେଟି ଆଲୋଚନା କଲେ

କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଅନେକ ବରିଷ୍ଠ ରାଜନେତା ଓ ନାଗରିକମାନେ ମିଶି ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଭେଟି ଉତ୍ତର ଓଡ଼ିଶା ବିକାଶ ପରିଷଦ ସଂକ୍ରାନ୍ତରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ କି ଏବେ ରାଜ୍ୟ ସରକାର ନିଶ୍ଚିତ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଲାଗି ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହି ଟାସ୍କଫୋର୍ସ ଏହା ଭିତରେ ୩ଟି ମିଟିଂ କରି ସାରିଲାଣି। ଅତି ଜଲଦି ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଟାସ୍କଫୋର୍ସ ଦାବିପତ୍ର ଦେବ ବୋଲି ଜଣା ପଡ଼ିଛି। ତେଣୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଦ୍ୱୟରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଯାଇଛି ଲୋକଙ୍କ ପକ୍ଷରୁ ଅନେକ ବୈଠକ ମଧ୍ୟ ହୋଇ ଯାଉଛି। ନିଷ୍ପତ୍ତି ଅନୁସାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନର ଆବଶ୍ୟକତା ଓ ଭୌଗଳିକ ସୀମା ନିର୍ଦ୍ଧାରଣ ନିମନ୍ତେ ବ୍ୟାପକ ଚର୍ଚ୍ଚା ହୋଇଥିଲା ସମସ୍ତେ ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ଠିକ୍ କରିଥିଲେ। ଏହି ସଂକ୍ରାନ୍ତରେ ମୟୂରଭଞ୍ଜ ଜିଲ୍ଲାରୁ ପୂର୍ବତନ ସାଂସଦ ଶ୍ରୀ ରାମଚନ୍ଦ୍ର ହାଁସଦା ଓ କେନ୍ଦୁଝର ସଦରର ପୂର୍ବତନ ବିଧାୟକ ଶ୍ରୀ ସୁବର୍ଣ୍ଣ ନାୟକ ଦାୟିତ୍ଵ ନେଇ ସମସ୍ତଙ୍କ ସହ ଆଲୋଚନା କରି ଏକ ସ୍ମାରକପତ୍ର ବାନାଇଥିଲେ ଯେଉଁଥିରେ ଦୁଇ ଜିଲ୍ଲାର ସାଧାରଣ ଜନତା ନେତା ଓ ବୁଦ୍ଧିଜୀବିମାନେ ସ୍ୱାକ୍ଷର କରିଥିଲେ। କାଲି ରାଜଧାନୀ ଭୁବନେଶ୍ୱରକୁ ଏକ ମିଳିତ ପ୍ରତିନିଧି ଦଳ ଗସ୍ତ କରି ବିଭିନ୍ନ ରାଜନେତା ,ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଦିନ ସାରା ଆଲୋଚନା କରି ରାତି ୮ଟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଭେଟ କରି ବୈଠକ କରିଥିଲେ। ଆଲୋଚନା ଆରମ୍ଭରେ ମୁଖ୍ୟମନ୍ତ୍ରୀ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଲାଗି ତତ୍ପର ଥିବାରୁ ସ୍ବାଗତ କରାଯାଇ ତାଙ୍କୁ ଧନ୍ୟବାଦ ଦିଆ ଯାଇଥିଲା। ତେବେ ଆଞ୍ଚଳିକ ବୈଷମ୍ୟ ଅର୍ଥନୈତିକ ଅଭିବୃଦ୍ଧି ଲାଗି ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜକୁ ନେଇ ଏହି ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଲାଗି ପ୍ରତିନିଧିମାନେ କହିଥିଲେ। ଏହି ଦୁଇ ଜିଲ୍ଲା ଆଦିବାସୀ ବହୁଳ ଜିଲ୍ଲା ପ୍ରକୃତ ଉନ୍ନତି ଠାରୁ ବହୁତ ଦୂରରେ ଅଛନ୍ତି ତେଣୁ ସ୍ଵତନ୍ତ୍ର ଭାବେ ପାଖାପାଖି ୫୦ ଲକ୍ଷ ଜନତାଙ୍କ ଦେଖାଶୁଣା କରିବା ଅତି ଜରୁରୀ ହୋଇ ପଡ଼ିଛି। ଖଣିଖାଦାନ ବୃଦ୍ଧି ଲାଗି ଲୋକେ ହନ୍ତସନ୍ତ ହେବା ସହ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେଣୁ ସ୍ବତନ୍ତ୍ର ଭାବେ ଏହି ଦୁଇ ଜିଲ୍ଲାକୁ ନେଇ ବିଚାର କରିବା ବେଳ ଆସିଛି ବୋଲି ସମସ୍ତେ ଏକସ୍ୱରରେ କହିଥିଲେ। ଦଳମତ ନିର୍ବିଶେଷରେ ଅନେକ ପ୍ରତିନିଧିଙ୍କ ସମାନ ବିଚାର ଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଲୋକଙ୍କ କଥା ଶୁଣିଲେ। ଶେଷରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ମିଳିତ ପ୍ରତିନିଧି ମଣ୍ଡଳୀ ପ୍ରଦାନ କରିଥିଲେ। ଏହି ଆଲୋଚନା ବେଳେ ବରିଷ୍ଠ ବିଧାୟକ ଶ୍ରୀ ସନାତନ ମହାକୁଡ଼ ଉପସ୍ଥିତ ରହି କେନ୍ଦୁଝର ଜିଲ୍ଲାର ଦାବି ଉପସ୍ଥାପନ କରିଥିଲେ। ସେହିପରି ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ ସାଂସଦ ଶ୍ରୀ ରାମଚନ୍ଦ୍ର ହାଁସଦା ଅନେକ ପ୍ରଶ୍ନ ଉତ୍ଥାପନ କରି ଦୁଇ ଜିଲ୍ଲାର ଉନ୍ନତି ଲାଗି ପଦେକ୍ଷପ ନେବାକୁ କହିଥିଲେ। ପୂର୍ବତନ କେନ୍ଦୁଝର ସାଂସଦ ଶ୍ରୀ ଯଶୋବନ୍ତ ସିଂହ ଲାଗୁରି ବର୍ତ୍ତମାନ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଲାଗି ନିଷ୍ପତ୍ତିକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଠିକଣା କାର୍ଯ୍ୟ କରିଛନ୍ତି କହିଥିଲେ। ସେହିପରି ପୂର୍ବତନ ବିଧାୟକ ବର୍ଷୀୟାନ ନେତା ଶ୍ରୀ ପ୍ରାଣ ବଲ୍ଲଭ ନାୟକ ଏହି ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ସମ୍ପୂର୍ଣ୍ଣ କରିବାକୁ ଉପଦେଶ ଦେଇଥିଲେ। ପୁରାତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ଉପସ୍ଥିତ ରହି ମୟୂରଭଞ୍ଜ ଓ କେନ୍ଦୁଝର ଲୋକ ସଂସ୍କୃତି ଏକ ତେଣୁ ଏହି ଦୁଇ ଜିଲ୍ଲାକୁ ନେଇ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ହେଉ କହିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପୂର୍ବତନ କେନ୍ଦୁଝର ସଦର ବିଧାୟକ ଶ୍ରୀ ସୁବର୍ଣ୍ଣ ନାୟକ ପ୍ରତ୍ୟକ୍ଷ ଭାବେ ତଦାରଖ କରି ଦିନରାତି ଏକ କରି ସବୁ ବ୍ୟବସ୍ଥା କରିଥିଲେ। ତାଙ୍କରି ଉଦ୍ୟମରେ ଏହି ବୈଠକ ସ୍ବତନ୍ତ୍ର ଭାବେ ହୋଇଥିଲା ବୋଲି ଜଣା ଯାଇଛି। ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇ ଥିବାରୁ ସେ ନିଜେ ଅନୁଭବ କରି କେନ୍ଦୁଝର ଜିଲ୍ଲାର ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବେ ବୋଲି ଆଶା ପ୍ରକାଶ କରି ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି କେନ୍ଦୁଝର ଡେଭଲପମେଣ୍ଟ କାଉନସିଲ ଅଧ୍ୟକ୍ଷ ଶ୍ରୀ ସନ୍ଦୀପ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ପ୍ରଶାସନ ଅଧିକାରୀଙ୍କ ସହଯୋଗରେ ନିଶ୍ଚିତ ଭାବରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ହେବ ଏବଂ କେନ୍ଦୁଝର ମୟୂରଭଞ୍ଜ ଜିଲ୍ଲା ଦ୍ୱୟର ଉନ୍ନତି ହେବ କହିଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ଦିଲୀପ କୁମାର ସାହୁ ଏହି ଦୁଇ ଜିଲ୍ଲାର ଅବସ୍ଥା ଦେଖି ଉନ୍ନତି ଲାଗି ତୁରନ୍ତ ଏହି ବିକାଶ ପରିଷଦ ଗଠନ କରିବାକୁ ଦାବି କରିଥିଲେ। ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳରେ ଏହାର ଆବଶ୍ୟକତା ନେଇ ଆଲୋଚନା କରାଯାଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଆନ୍ଦୋଳନ ଲାଗି ପ୍ରସ୍ତୁତ କରିବାକୁ କହିଥିଲେ। ବରିଷ୍ଠ ନେତା ତଥା ସମାଜସେବୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାନ୍ତି ଆମ ସଂସ୍କୃତି ଓ ଐତିହ୍ୟ ଉପରେ ତର୍ଜମା କରି ଅଞ୍ଚଳର ଦାବି ଉଠାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର୍ ବିମ୍ବାଧର ବେହେରା ସମସ୍ତଙ୍କୁ ମାର୍ଗଦର୍ଶନ କରି ଉପଦେଶ ଦେଇଥିଲେ। ବରିଷ୍ଠ ଅଧିବକ୍ତା ବିଶ୍ଵ ରଂଜନ ସାହୁ,ଦୈତାରୀ ଆପଟ, ଅକ୍ଷୟ କୁମାର ମହାନ୍ତି,ଡାକ୍ତର ଅରୁଣ ସାହୁ,ନରେଶ କୁମାର ପଟ୍ଟନାୟକ, ଅଧ୍ୟାପକ ରଂଜନ କୁମାର ପଣ୍ଡା, ଗୁରୁବକ୍ସ ସିଂହ ଆଲୁୱାଲିଆ, ଜନାର୍ଦ୍ଦନ ନାଏକ,ସରୋଜ ନାଏକ,କେଶବ ମହାନ୍ତି, ପି ପଟ୍ଟନାୟକ,ରାଧେଶ୍ୟାମ ରାଉତ,ବିଶ୍ବରଂଜନ ପୃଷ୍ଟି,ଚକ୍ରଧର ନାଏକ,ଉଜ୍ଜଳ କୁମାର ସାହୁ ଆଦି ଉଅସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଗାମୀ ଦିନରେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ପ୍ରଭୂତ ଉନ୍ନତି ହେବ ବୋଲି ଆଶ୍ଵାସନା ଦେଇ ଥିଲେ ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






