ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏକ ପ୍ରୟାସ
ଗଣ୍ଡଳା:-୦୪/୦୮/୨୦୨୬- ହିଞ୍ଜିଳି ବ୍ଳକ ଅନ୍ତର୍ଗତ ଗଣ୍ଡଳା ଗଣେଶ ବିଦ୍ୟାପୀଠ ଆନୁକୁଲ୍ୟରେ ପ୍ରଧାନଶିକ୍ଷତ୍ରୀ ପ୍ରଗ୍ୟାଂ ପ୍ରମିତା ପାଢୀ ସଭାପତିତ୍ବରେ ମଙ୍ଗଳବାର ଦିନ ଅଭିଭାବକ ଓ ଶିକ୍ଷକ ବୈଠକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ 20 ଜଣ ଅଭିଭାବକ ଓ ଅଭିଭାବିକାମାନେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ CRCC ଅଧିକାରୀ ପ୍ରସାଦ ଆଚାରି,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିଗମାନନ୍ଦ ମହାନ୍ତି । ଯୋଗଦେଇ ଥିଲେ। ଏହି ଉତ୍ସବର ପ୍ରାରମ୍ଭରେ ସମସ୍ତେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଫୁଲ ଚନ୍ଦନ ଧୂପ ଦୀପ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷତ୍ରୀ A.ଲକ୍ଷ୍ମୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସଭାପତି ନିଗମାନନ୍ଦ ଅଭିଭାବକ ଓ ଅଭିଭାବିକାମାନଙ୍କୁ ପିଲାମାନେ କିପରି ପାଠପଢିବେ ଉପରେ ଆଲୋଚନା କରିଥିଲେ।,
ଅନଲାଇନ ସୁରକ୍ଷା ଓ ସାଇବର ସଚେତନତା,ମୈ।ଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ସଚେତନତା ବିଷୟରେ ଶିକ୍ଷୟିତ୍ରୀ ଉଦବୋଧନ ପ୍ରଗ୍ୟାଂ ପ୍ରମିତା ପାଢ଼ୀ ଦେଇଥିଲେ। ମୁଖ୍ୟ ଅତିଥି ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଅନୁଯାୟୀ ୬ରୁ୧୪ବର୍ଷର ସବୁ ପିଲାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦିଆଯାଉଛି ବୋଲି ଅଭିଭାବକମାନଙ୍କୁ କହିଥିଲେ। ମୁଖ୍ୟ ବକ୍ତା ଶିକ୍ଷା ସଚେତନତା ମୂଳ ଲକ୍ଷ୍ୟ ବିଷୟରେ ଉପସ୍ଥିତ ସମସ୍ତ ଅଭିଭାବକ ଓ ଅଭିଭାବିକାମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ। ଆଜିର ଅଭିଭାବକମାନେ ସଚେତନତା ହେଲେ ସେମାନଙ୍କର ପିଲାମାନେ ଭବିଷ୍ୟତରେ ଏକ ସୁନାଗରିକ ହେବେ ଏଥିରେ କାହାର ସନ୍ଦେହର ଅବକାଶ ନାହିଁ ଶିକ୍ଷକ ଉଦବୋଧନ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ଜିଲ୍ଲାରୁ ରାଜେଶ କୁମାର ସାହୁଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0