ଏବେବି ଶିକ୍ଷାବିଭାଗକୁ ବିଭାଗିୟ ଅଧିକାରୀ ଙ୍କର ଅଣଦେଖା

Aug 3, 2026 - 19:31
 0  2
ଏବେବି ଶିକ୍ଷାବିଭାଗକୁ ବିଭାଗିୟ ଅଧିକାରୀ ଙ୍କର ଅଣଦେଖା

ବାରିପଦା... (ଗୌର ଦାସ ଗିରି ) ରାଜ୍ୟ ସରକାର ଶିକ୍ଷାର ବିକାଶ ଏବଂ ସ୍କୁଲ ଭିତ୍ତିଭୂମିର ସୁଧାର ପାଇଁ କୋଟିକୋଟି ଟଙ୍କାଆସୁଥିବାବେଳେ, ଏହି ବିଭାଗିୟ ଅଫିସର ମାନଙ୍କର ଉଦାସୀନତା ଏବଂ କାର୍ଯ୍ୟରେ ଅବହେଳା ହେତୁ ସ୍କୁଲମାନଙ୍କର ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ବାରିପଦା ସହର ମଧୁବନ ମହେଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଛି ଏକ ଅତ୍ୟନ୍ତ ଆଶଙ୍କାଜନକ ସ୍ଥିତି। ବିଗତ ୨ ବର୍ଷ ଧରି ଏହି ସ୍କୁଲଟି ଜର୍ଜର ଅବସ୍ଥାରେ ପଡ଼ିରହିଥିଲେ ମଧ୍ୟ ସ୍ଥାନୀୟ ଶିକ୍ଷା ପ୍ରଶାସନ ରହିଛି ନିଦ୍ରାବୃତ୍ତ। ମିଳିଥିବା ସୂଚନା ଅନୁସାରେ, ସ୍କୁଲର ଛାତଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଗଲାଣି। ବିଦ୍ୟାଳୟ ଗୃହରୁ ପ୍ରତିମୁହୂର୍ତ୍ତରେ ସିମେଣ୍ଟ ଓ କଂକ୍ରିଟ୍ ଖସୁଥିବାରୁ ପାଠ ପଢ଼ୁଥିବା କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ପ୍ରତିଦିନ ବିପଦ ସୃଷ୍ଟି ହେଉଛି। କେଉଁ ସମୟରେ ବଡ଼ ଦୁର୍ଘଟଣା ଘଟିବ, ସେ ନେଇ ଅଭିଭାବକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଆତଙ୍କ ଖେଳିଯାଇଛି। ଶିକ୍ଷା ଅଧିକାରୀଙ୍କ ଚରମ ଉଦାସୀନତାକୁ ନେଇ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ସ୍କୁଲର ଏଭଳି ଦୟନୀୟ ଅବସ୍ଥା ବାବଦରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଶିକ୍ଷା ଅଧିକାରୀଙ୍କ ଶୋଚନୀୟ ଉଦାସୀନତା ଓ ନିଷ୍କ୍ରିୟତା କାରଣରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। କେବଳ କାଗଜପତ୍ରରେ ସୀମିତ ରହିଯାଇଛି ସରକାରୀ ଯୋଜନା। ଏହାକୁ ନେଇ ମଧୁବନର ସ୍ଥାୟୀ ବାସିନ୍ଦା ରାକେଶ କୁମାର ପୃଷ୍ଟି, ସୋନୁ ରାମ, ଶକ୍ତି, ବିନୋଦ ସାହୁ ଏବଂ ବଣ୍ଟିଙ୍କ ସମେତ ସମସ୍ତ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଶିକ୍ଷା ଅଧିକାରୀଙ୍କ ଦାୟିତ୍ୱହୀନତା ବିରୋଧରେ କଡ଼ା ଚେତାବନୀ ଦେଇଛନ୍ତି। "ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳପ୍ରଦର୍ଶନ କରୁଛନ୍ତି ଶିକ୍ଷା ଅଧିକାରୀ। ଯଦି କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ଏଥିପାଇଁ ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ଦାୟୀ ରହିବେ।" ସାଧାରଣରେ ପ୍ରଶ୍ନ ଉଠୁଛି— କୌଣସି ବଡ଼ ଦୁର୍ଘଟଣା ଘଟିବା ପରେ ଯାଇ ପ୍ରଶାସନର ନିଦ ଭାଙ୍ଗିବ କି? ତୁରନ୍ତ ଏହି ବିଦ୍ୟାଳୟର ମରାମତି କିମ୍ବା ନୂତନ ଗୃହ ନିର୍ମାଣ ପାଇଁ ଦୃଢ଼ ପଦକ୍ଷେପ ନ ନିଆଗଲେ, ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦା ଓ ଅଭିଭାବକମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।ମୟୁରଭଞ୍ଜ ରୁ ଜିଲ୍ଲା ପ୍ରତିନିଧି ଶିବାନନ୍ଦ ଙ୍କ ରିପୋର୍ଟ ଆଦ୍ୟାଶା ଲାଇଭ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ