।। ରାୟଗଡ଼ା ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଘରେ ଓ ଅଫିସରେ ଆୟକର ବିଭାଗର ଚଢ଼ାଉ ।।

Dec 6, 2023 - 20:25
 0  130
।। ରାୟଗଡ଼ା ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଘରେ ଓ ଅଫିସରେ ଆୟକର ବିଭାଗର ଚଢ଼ାଉ ।।

ରାୟଗଡ଼ା ନ୍ୟିୟୁଜ୍ : ତା :୦୬/୧୨/୨୦୨୩- ରାୟଗଡ଼ା ଜିଲ୍ଲାର ଜଣେ ଜଣାଶୁଣା ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଘରେ ଓ ଅଫିସରେ ଆୟକର ଚଢ଼ାଉ ହୋଇଛି। ଆୟକର ବିଭାଗର ପାଞ୍ଚ ଜଣିଆ ଟିମ୍ ଏହି ଚଢ଼ାଉ କରିଛନ୍ତି। ଆଜି ସକାଳୁ ଅତ୍ୟନ୍ତ ଗୁପ୍ତ ଭାବରେ ଚଢ଼ାଉ କରାଯାଇଥିଲା। ଫଳରେ ଘଟଣା ପ୍ରଘଟ ହୋଇନଥିଲା। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଚଢ଼ାଉ କରାଯାଇଥିବା ଦେଖିବାକୁ ମିଳିଥିଲା। ଯାହାକି ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଅନ୍ୟ ସମ୍ପର୍କୀୟମାନଙ୍କ ଘରେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଆୟକର ବିଭାଗର ଚଢଉ ଚାଲିଥିବା ଶୁଣିବାକୁ ମିଳୁଛି । ତେବେ ଆୟକର ଅଧିକାରୀ କଣ ଅଭିଯୋଗ ପାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ବ୍ୟାପକ ଆୟକର ଠକେଇ ଅଭିଯୋଗରେ ଚଢ଼ାଉ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।

 ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ